ପୁଣିଥରେ ଖଟିଆରେ ବୁହା ହେଲେ ରୋଗୀ

ଭଦ୍ରକ (କୋଶଲ ନ୍ୟୁଜ) ଆଉ ପଦାରେ ପଡିଲା ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶର ନଗ୍ନ ଚିତ୍ର। କୁଆଡ଼େ ଗଲା ମୋ ସରକାର ? ଦେଖନ୍ତୁ ଏ ଦୃଶ୍ୟକୁ । କେମିତି ଗାଁ କୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ରୋଗୀକୁ ଖଟିଆରେ ନେବାକୁ ପଡୁଛି । ଏହା ଦୃଶ୍ୟ ଭଦ୍ରକ ଚରମ୍ପା ଅଞ୍ଚଳ ନିକଟବର୍ତ୍ତୀ ପାଞ୍ଚପଡା ଅଞ୍ଚଳର । ନାରାୟଣ ସେଠୀଙ୍କ ମା ଗୋଦାବରୀ ସେଠୀ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ଘର ଲୋକେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ । କିନ୍ତୁ ରାସ୍ତା ଖରାପ ଯୋଗୁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା । ବାଧ୍ୟ ହୋଇ ସେହି ଗ୍ରାମରେ କିଛି ବ୍ୟକ୍ତି ତାଙ୍କୁ ଖଟିଆରେ ବୋହି ଗ୍ରାମଠାରୁ ଏକ କିଲୋମିଟର ନେବା ପରେ ଆମ୍ବୁଲାନ୍ସ ପାଖରେ ପହଞ୍ଚି ଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ବି ଗାଁ କୁ ଭଲ ରାସ୍ତା ଟିଏ ନାହିଁ ? ସରକାରଙ୍କର ଏତେ ଯୋଜନା ସବୁ କୁଆଡ଼େ ଗଲା ? ଏଥିପାଇଁ ଦାୟୀ କାହାକୁ କରିବା । ଆଉ କେତେ ଦିନ ଦେଖିବାକୁ ମିଳିବ ଏପରି ଦୃଶ୍ୟକୁ ? ସ୍ମାର୍ଟ ସିଟିର ସ୍ୱପ୍ନ ଦେଖିଥିବା ନେତା ମାନେ ଚୁପ କାହିଁକି । ଏପରି ଘଟଣା ଏବେ ଭଦ୍ରକରେ ଚର୍ଚ୍ଚା ର ବିଷୟ ହୋଇଛି। ।

Comments
Loading...