ବାତ୍ୟା ୟସ ପ୍ରଭାବିତ ଲୋକଙ୍କୁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ପୂର୍ବତନ ବିଧାୟକ ଏବଂ ଦଳୀୟ କର୍ମୀଙ୍କ ଦ୍ୱାରା ହେଲା ତମ୍ବୁ ବଣ୍ଟନ

ମୟୂରଭଞ୍ଜ (କୋଶଲ ନ୍ୟୁଜ) ବାତ୍ୟା ୟସ ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡର ବିଭିନ୍ନ ଅଂଚଳ ପ୍ରଭାବିତ ହେଇ ଥିବା ବେଳେ ଉପଖଣ୍ଡ ରେ ଥିବା ଉଦଳା ବିଜ୍ଞାପିତ ଅଂଚଳ ପରିଷଦର ଥିବା 12ଟି ଯାକ ୱାର୍ଡ ମଧ୍ୟରେ ୱାର୍ଡ ନମ୍ବର 6,7, ଏବଂ 9 ନମ୍ବର ୱାର୍ଡ ବିଶେଷ ପ୍ରଭାବିତ ହେଇ ଥିବା ବେଳେ ବାତ୍ୟାର ପ୍ରଭାବ ରେ କଚା ଘରେ ରହୁଥିବା ଲୋକଙ୍କ ଘର ଛପର ଉଡାଇ ନେଇ ଥିଲା ଉଦଳା ର ପୂର୍ବତନ ବିଧାୟକ ଆଜି ନିଜର ଦଳୀୟ ଯୁବ ନେତା ମାନଙ୍କୁ ସାଙ୍ଗରେ ନେଇ ଉଦଳା NACର 6 ନମ୍ବର,7ନମ୍ବର,ଏବଂ 9 ନମ୍ବର ୱାର୍ଡରେ ପହଂଚି ଲୋକଙ୍କ ଭଲ ମନ୍ଦ ପଚାରି ବୁଝିବା ସହ ଦଳୀୟ ଯୁବ ନେତାଙ୍କୁ ସହାୟତାରେ ୟସ ବାତ୍ୟାରେ ପ୍ରଭାବିତ 49 ପରିବାରଙ୍କୁ ତମ୍ବୁ ବଣ୍ଟନ କରି ଥିଲେ, ଉଠା ଜଳ ସେଚନ ନିଗମର ଅଧକ୍ଷ ଅମରେଶ ପତ୍ରି,ରାଜ୍ୟ ଯୁବ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରଶ୍ମି ରଞ୍ଜନ ଦାସ,ବିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ଜ୍ୟୋତି ରଞ୍ଜନ ଜେନା, ଯୁବ ବିଜେଡି ଦଳର ଜୋନ ସଭାପତି ଶୁଭ୍ରାଂଶୁ ମିଶ୍ର, ଉଦଳା ବିଜୁ ଜନତାର ନଗର ଶୋଭାପତି ବନମାଳୀ ବେହେରା, ଜୀବନ ବିନ୍ଦୁ ସଂଯାଜକ ଅମୀୟ କୁମାର ବଳ, ବିଜୁ ଯୁବ ଜିଲ୍ଲା ସମ୍ପାଦକ ପ୍ରଦୀପ ପରିଡା, ଦିବ୍ୟଜ୍ୟୋତି ଜେନା, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକ ଦୀପକ କୁମାର ନାୟକ, ଡିକେନ୍ସ ବେହେରା, ସୁବଳ ବାନାର୍ଜୀ, ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ପୁହାଣ, ଶଶିକାନ୍ତ ବାରିକ ପ୍ରମୁଖ ତମ୍ବୁ ବଣ୍ଟନ କାର୍ଯ୍ୟରେ ଉଦଳାର ପୂବର୍ତନ ବିଧାୟକ ଶ୍ରୀଯୁକ୍ତ ଶ୍ରୀନାଥ ସୋରେନ ଙ୍କ ସହ ଉପସ୍ଥିତ ରହି ବାତ୍ୟା ୟସ ରେ ପ୍ରଭାବିତ ଲୋକଙ୍କୁ ତମ୍ବୁ ବଣ୍ଟନ କରି ଥିଲେ l ତମ୍ବୁ ଗ୍ରହଣ ପରେ କିଛି ଲୋକ ତାଙ୍କର ପତିକ୍ରିୟା ଦେବା ସହ ପୂର୍ବତନ ବିଧାୟକ ସମେତ ଯୁବ ନେତା ମାନେ ତାଙ୍କର ପତିକ୍ରିୟା ଦେଇ ଥିଲେ l

Comments
Loading...