ବିଶ୍ୱ ରକ୍ତଦାନ ଦିବସ ପାଳିତ

ମାଲକାନଗିରି ( କୋଶଲ ନ୍ୟୁଜ୍) ବୈଜ୍ଞାନିକ କାର୍ଲ ଲାଣ୍ଡଷ୍ଟୋନର ଆବିଷ୍କାର କରିଥିଲେ ରକ୍ତର ବିଭିନ୍ନ ଗ୍ରୁପ ବା ବର୍ଗ ରହିଥାଏ l ରକ୍ତର ଗ୍ରୁପ ଚିହ୍ନଟ ହେବା ପରେ ଲୋକମାନେ ଜଣଙ୍କ ଶରୀରର ରକ୍ତକୁ ଆଉ ଜଣଙ୍କ ଶରୀରରେ ରକ୍ତ ଦେବା ନେବା ସମ୍ଭବ ହୋଇଥିଲା l ତେଣୁ ତାଙ୍କ ଜନ୍ମ ଦିବସ ଜୁନ 14 ତାରିଖ କୁ ବିଶ୍ୱ ରକ୍ତଦାନ ଦିବସ ଭାବେ ସମଗ୍ର ବିଶ୍ୱରେ ପାଳନକରାଯାଉଛି l ଏହି ଅବସରରେ ମାଲକାନଗିରି ଜିଲ୍ଲାର ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର କର୍ମଚାରୀ ଓ ବିଭିନ୍ନ ସ୍ବେଛାସେବୀ ସଂସ୍ଥା ର କର୍ମକର୍ତା କୁ ନେଇ ମାଲକାନଗିରି ଯୁବ ରେଡ଼କ୍ରସ ତରଫରୁ covid ନିୟମ ଅନୁସାରେ ସାମା ଏହି କାର୍ଯ୍ୟକ୍ରମ କରାଯାଇଥିଲା l ଉକ୍ତ ସଭାରେ ମାଲକାନଗିରି ମହାବିଦ୍ୟାଳୟ ର ଅଧକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଅଧକ୍ଷତା କରି ରକ୍ତଦାନ ର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ l ମାଲକାନଗିରି ଯୁବ ରେଡ଼କ୍ରସ ର ଆବାହକ ସମ୍ପାଦକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିବାସହ ରକ୍ତଦାନ ର ଉପାଦେୟତା ବିଷୟରେ ଆଲୋଚନା କରିଥିଲେ l ମହାବିଦ୍ୟାଳୟ ର ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ ସମସ୍ତଙ୍କୁ ରକ୍ତଦାନ କରିବା ନିମନ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ l ଯୁବ ରେଡ଼କ୍ରସର ସଂଯୋଜକ ଡ଼ି ଆଶିଷ ରାଠୋର ଯୋଗଦେଇ ରକ୍ତଦାନ ଦ୍ୱାରା ହେଉଥିବା ଲାଭ ସଂପର୍କ ରେ ସମସ୍ତଙ୍କୁ ଜଣାଇବାସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସ୍ବେଛାକୃତ ରକ୍ତଦାନ ନିମନ୍ତେ ପ୍ରୋତ୍ସାହିତ କରିବାପାଇଁ ଅନୁରୋଧ କରଥିଲେ l ଏହି ସଭାରେ ମହାବିଦ୍ୟାଳୟର ଭାଗବତ ସ୍ୱାଇଁ, ମନୋରଞ୍ଜନ ପରିଡା, ସୁଜିତ କୁମାର ପାଣିଗ୍ରାହୀ, ଜଗନ୍ନାଥ ସାହୁ ଙ୍କ ସମତେ ଅନ୍ୟାନ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

Comments
Loading...