ସାମ୍ବାଦିକଙ୍କ ତରଫରୁ ଶୂଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

ମାଲକାନଗିରି ( କୋଶଲ ନ୍ୟୁଜ୍) ଆଜି ମାଲକାନଗିରିର ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଗିରକାନପଲ୍ଲୀ ପଞ୍ଚାୟତରେ ପଡିଆ ସାମ୍ବାଦିକଙ୍କ ମିଳିତ ସହଯୋଗରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି। ଗ୍ରାମାଞ୍ଚଳରେ ଥିବା ଗରିବ ଅସହାୟ, ଶାରୀରିକ ବିକଳାଙ୍ଗଙ୍କୁ ସହାୟତ ଉଦ୍ଦେଶ୍ୟରେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା l ଗିରକାନପଲ୍ଲୀ ପଞ୍ଚାୟତର ସରପଞ୍ଚ ଦୁଲେ ମାଡ଼ି ଓ ଯୋଗାଣ ସହାୟକ ଈଶ୍ୱର ମାଝୀ ସହ ଅନ୍ୟାନ୍ୟ ସମାଜ ସେବି ଭାଇ ମାନେ ଯୋଗ ଦେଇଥିଲେ। ସରପଞ୍ଚ ଯୋଗି ମାଡ଼ି ଲୋକଙ୍କୁ କରୋନା ମହାମାରୀ ବିଷୟରେ ସଚେତନ କରିବା ସହ ଅନ୍ୟାନ୍ୟ ସର୍ତକତା ବିଷୟରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଆଖପାଖ ଗାଁ ଏରବାନ୍ ପାଲ୍ଲୀର ଲୋକ ଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସଂଘ ଏନ. ରବି କୁମାର, ମାଦ୍ରି୍ ମେଶାକ୍, ରାଜେନ୍ଦ୍ର ପ୍ରସାଦ, ଚିନ୍ନାମ ଆନାକ,ch. ଚିନ୍ନା ସାମ୍ବାଦିକ ବନ୍ଧୁମାନେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ ସହ କରୋନା ମହାମାରୀ ବିଷୟରେ ସଚେତନର ବାର୍ତ୍ତା ମଧ୍ୟ ଦେଇ ଥିଲେ।

Comments
Loading...