ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦ ତରଫରୁ କରୋନା ସଚେତନତା

କଳାହାଣ୍ଡି (କୋଶଲ ନ୍ୟୁଜ) ବର୍ତ୍ତମାନ କରୋନା ମହାମାରୀ ସମଗ୍ର ଦେଶରେ ତାଣ୍ଡବ ରଚିଥିବା ସମୟରେ ସତର୍କ ଓ ସଚେତନ ହିଁ ଏଥିରୁ ବର୍ତ୍ତିବା ନିମନ୍ତେ ଏକ ମାତ୍ର ଉପାୟ, ଲୋକମାନଙ୍କ ସୁରକ୍ଷା ନିମନ୍ତେ ସରକାର ନିୟମ ପରେ ନିୟମ କରୁଛନ୍ତି ହେଲେ କିଛି ଅମାନିଆ ନିୟମ ନମାନି ଏହି ରୋଗର ଶିକାର ହେବା ସହିତ ଅନ୍ୟ ମାନଙ୍କ ଦୁଃଖର କାରଣ ସାଜୁଛନ୍ତି । ପବିତ୍ର ରଜ ଅବସରରେ ଅମାନିଆଙ୍କୁ ସତର୍କ ଓ ସଚେତନ କରିବା ପାଇଁ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦ, କୋକସରା,କଳାହାଣ୍ଡି ତରଫରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଡାଲଗୁମା ଗ୍ରାମରେ କରୋନା ସଚେତନ ପୂର୍ବକ ମାସ୍କ ଓ ଅସହାୟଙ୍କୁ ଚି଼ହ୍ନଟ କରି ଖାଦ୍ୟ, ଅନ୍ନବସ୍ତ୍ର ବଣ୍ଟନ କରାଯାଇଛି,ଏହି କାର୍ଯ୍ୟକ୍ରମରେ ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ ସଂସଦର ପ୍ରତିଷ୍ଠାତା ରିକିରାମ ମେହେର,ମୁଖ୍ୟ ଉପଦେଷ୍ଟା ନିର୍ମଳ ଚନ୍ଦ୍ର ନାଏକ,ମୁଖ୍ୟ ସଭାପତି ମୋହନ ଚରଣ ବିଷି,ମୁଖ୍ୟ ସଂଯୋଜକ ସୁରେନ୍ଦ୍ର ସାହୁ,ମୁଖ୍ୟ ମାର୍ଗଦର୍ଶକ ଭାଗିରଥି ସାଗର,ମୁଖ୍ୟ ସମ୍ପାଦକ ଦୁର୍ଯ୍ୟୋଧନ ଚଣ୍ଡି,ମୁଖ୍ୟ ସମ୍ପାଦିକା ଅନୁରାଧା କର,ଉପଦେଷ୍ଟା ଅଜିତ ଦାସ,ସଭାପତି ବବ୍ରୁବାହାନ ସାହୁ,ସଂଯୋଜକ ଦୀନବନ୍ଧୁ ବାଗ,ମାର୍ଗଦର୍ଶକ ରୋହିତ ନାଗେଶ,ସହ ସମ୍ପାଦିକା ଶଙ୍ଖା ଖର୍ସେଲ,ସହ ସମ୍ପାଦକ ଯଶୋବନ୍ତ ବିଶ୍ୱାଳ,ଆବାହକ ରଞ୍ଜନ କୁମାର ପଣ୍ଡା ଏବଂ ଅକ୍ଷୟ ପଟ୍ଟନାୟକ,ସହଯୋଗୀ ବିରଞ୍ଚି ନିଏଲ, ଗୋପାଳ ଭାଟି, କ୍ଷୀରସିନ୍ଧୁ ନାଏକ, ଲୋକନାଥ ରେଡି,
ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିଥିଲେ।

Comments
Loading...