ଜୁନାଗଡ଼ ଠାରେ ପାର୍କିଙ୍ଗ ସ୍ଥାନ ପ୍ରଦାନ ପାଇଁ ମନ୍ତ୍ରୀ ଙ୍କୁ ଦାବି ଜଣାଇଲେ କଳାହାଣ୍ଡି ଟ୍ରକ ମାଲିକ ସଙ୍ଗ ଜୁନାଗଡ଼ ଶାଖା

କଳାହାଣ୍ଡି (କୋଶଲ ନ୍ୟୁଜ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ରେ ଥିବା ଟ୍ରକ ମାଲିକସଙ୍ଘ ଜୁନାଗଡ଼ ଶାଖା ଏବଂ ପ୍ରମୁଖ ସଂଗଠନ
ଅଞ୍ଚଳ ରେ ସରକାରୀ, ମାଳ ପରିବହନ ଦିଗରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେଲେ ସେମାନଙ୍କ ଟ୍ରକ ପାର୍କିଙ୍ଗ ପାଇଁ ସ୍ଥାନ ନ ଥିବାରୁ ସେମାନଙ୍କୁ ବିଭିନ୍ନ ସମସ୍ୟା ର ସମୁଖୀନ ହେବାକୁ ପଡୁଛି ସରକାରୀ ସ୍ତରରେ ପଦକ୍ଷେପ ନିଆଯାଇ ଟ୍ରକ ପାର୍କିଙ୍ଗ ପାଇଁ ସ୍ଥାନ ଯୋଗାଇ ଦେବା ପାଇଁ ସେମାନେ ଦାବି କରିଛନ୍ତି ଏହି କ୍ରମରେ ଆଜି ସଂଘ ସଭାପତି ତାପସ ସାହୁଙ୍କ ନେତୃତ୍ୱ ରେ ସହ ସମ୍ପାଦକ କୃତିବାସ ବେମାଲ, କଷାଧକ୍ଷ ରାଜେଶ ମିଶ୍ର, ସଦସ୍ୟ କାଲି ପ୍ରଧାନ, ରାଜୁ ମେହେର, ଭକେଶ୍ୱର ଲହଜଳ, ଅଭିରାମ ପଟେଲ, ପପୁ ଭଂଜ, ସମରନ୍ଦ୍ର ପ୍ରଧାନ ପ୍ରମୁଖ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ର ମନ୍ତ୍ରି କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ ସ୍ଥାନୀୟ ତହସିଲଦାର ଏ ସମ୍ପର୍କ ରେ ପଦକ୍ଷେପ ନେବାକୁ ମନ୍ତ୍ରି ନିର୍ଦେଶ ଦେଇ ଥିଲେ।

Comments
Loading...