ବିଜୁ ଛାତ୍ର ଜନତା ତରଫରୁ ରକ୍ତଦାନ ଶିବିର ଆୟୋଜିତ

କଳାହାଣ୍ଡି (କୋଶଲ ନ୍ୟୁଜ୍) କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ କଳାହାଣ୍ଡି ବିଜୁ ଛାତ୍ର ଜନତା ଦଳ ତରଫରୁ ଓଡିଶା-ମୋ ପରିବାର ଆନୁକୁଲ୍ୟରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଂଗା ବ୍ଳକର ତୁର୍ଲାଖମନ ଠାରେ ବିଜୁ ଛାତ୍ର ଜନତା ତରଫରୁ ହୋଇଥିବା ଜୀବନ ବିନ୍ଦୁ ରକ୍ତ ଦାନ ଶିବିରରେ ମୋଟ ୩୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ରାଜ୍ୟ ବିଜେଡି ସମ୍ପାଦକ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ(ପୁଷୁ) ଉଦଘାଟନ କରିଥିବାବେଳେ ଭର୍ଚୁଆଲ ମାଧ୍ୟମରେ ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓ, ମାନ୍ୟବର ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର,ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର, ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀଯୁକ୍ତ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ଅବିନାଶ ଠାକୁର, ରାଜ୍ୟ ଯୁବ ବିଜେଡି ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଶ୍ରୀ ଅଜିତ କୁମାର ସାହୁ, ରାଜ୍ୟ ପରିଷଦ ସଦସ୍ୟ ଶ୍ରୀ ଭବାନୀ ଶଙ୍କର ନିଆଲ, ଛାତ୍ର ଜୋନ ସଭାପତି ଶ୍ରୀ ଚିରାଗ ସିଂହଦେଓ, ଓଡିଶା ମୋ ପରିବାର ସଂଯୋଜକ ଶ୍ରୀ ପ୍ରଦୀପ ଦାସ ପ୍ରମୁଖ ଯୋଗଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଛାତ୍ର ବିଜେଡି ସମ୍ପାଦକ ଲୋକେଶ ସାହୁ, ଛାତ୍ର ନେତା ଶୁଭେନ୍ଦୁ ସାହୁ, ପ୍ରିତମ ପାଢ଼ୀ, ଲାଲବାହାଦୂର ନାଏକ, ହନୁମନ୍ତ ଦୀପ, ସୁଶାନ୍ତ ସାହୁ, ମାନସ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

Comments
Loading...