ମାଲକାନଗିରି ଜିଲ୍ଲା ଯୋଗ ମହୋତ୍ସବ ସମିତି ଆନୁକୁଲ୍ୟରେ ଯୋଗ ଶିବିର

ମାଲକାନଗିରି ( କୋଶଲ ନ୍ୟୁଜ୍) ଆଜି ହେଉଛି ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଏହି ଅବସରରେ ମାଲକାନଗିରି ଜିଲ୍ଲାର ପଦ୍ମଗିରି ଠାରେ କୋଭିଡ ନିୟମ ପାଳନ ପୂର୍ବକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୋଗ ଶିକ୍ଷକ ଶ୍ରୀ ମିଶ୍ର ବିଭିନ୍ନ ପ୍ରକାର ସୁକ୍ଷ୍ମ ବ୍ୟାୟାମ,ଆସନ ଓ ପ୍ରାଣାୟାମ ମାନ କରି ଦେଖାଇଥିଲେ ଓ ତାଙ୍କୁ ଅନୁକରଣ କରି ସମସ୍ତେ ଯୋଗ କରିଥିଲେ ।ସେ କହିଥିଲେ ଯେ ଯୋଗ ଓ ଆୟୁର୍ବେଦ ଶାସ୍ତ୍ର ହେଉଛି ଏକ ବିଜ୍ଞାନ ସମ୍ମତ ଜ୍ଞାନ ଏଣୁ ଏହାର ଉପଯୋଗ ରେ ଆମେ ବହୁତ ଲାଭ ପାଇପାରିବା ବିଶେଷ କରି ଆମ ଭିତରେ ଥିବା ସମସ୍ତ ସକାରାତ୍ମକ ଶକ୍ତିକୁ ଜାଗୃତ କରି ପାରିବା ।କରୋନା ସଙ୍କ୍ରମଣ ରେ ଯେହେତୁ ଆମର ଫୁସଫୁସ ଅଧିକ ସଙ୍କ୍ରମିତ ହେଉଛି ଏଥିପାଇଁ ଖାସକରି ଅନ୍ତତଃ ତିନୋଟି ପ୍ରାଣାୟାମ ଯଥା-ଅନୁଲୋମ ବିଲୋମ,ଭସ୍ତ୍ରିକା,କପାଲଭାତୀ ପାଞ୍ଚ ପାଞ୍ଚ ମିନିଟ୍ ଲେଖା କରିବା ପାଇଁ ଅନୁରୋଧ କରିଥିଲେ । ଆଜିର ଏହି ଶିବିରରେ ପତଞଳି ଯୋଗ ସମିତି ଜିଲ୍ଲା ପ୍ରଭାରୀ ଅରୁଣ ଡୁରୁକା, ଯୋଗ ମହୋତ୍ସବ ଜିଲ୍ଲା ସ°ଯୋଜକ ଭୂବନାନନ୍ଦ ସାହୁ, ବରିଷ୍ଟ ଯୋଗ ଶିକ୍ଷକ ନୀରଞନ ମିଶ୍ର, ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ, ବିଶିଷ୍ଟ ସମାଜସେବୀ ଦୂର୍ଗା ତ୍ରିପାଠୀ, ଜିଲ୍ଲା ସାମାଜିକ ଗଣମାଧ୍ୟମ ପ୍ରଭାରୀ ଭଗବାନ ସାହୁ, ଭାରତ ସ୍ୱାଭିମାନ ସହ ପ୍ରଭାରୀ ଗୋବିନ୍ଦ ମଣ୍ଡଳ,ଡାକ୍ତର ଅନୁପ କୁମାର ଜେନା ଓ ଆୟୁଷ ଡାକ୍ତର ଦେବବ୍ରତ ସାହୁ ପ୍ରମୁଖ ଯୋଗଦେଇ ଯୋଗ ଓ ଏହାର ଉପକାରିତା ସଂପର୍କରେ ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଉଚ୍ଚବିଦ୍ୟାଳୟ ର ୨୦ ରୁ ଅଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିବାବେଳେ ପାଖାପାଖି ୩୦ ରୁ ଉର୍ଦ୍ଧ୍ବ ସ୍ଥାନୀୟ ବାସିନ୍ଦା ଯୋଗ ଦେଇ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳନ ସହ ପ୍ରତ୍ୟକ୍ଷ ଯୋଗର ଲାଭ ଉଠାଇଥିଲେ ।

Comments
Loading...