ପେଟ୍ରୋଲ ପମ୍ପର ସମାଧାନ ପାଇଁ ତହସିଲଦାରଙ୍କ ପାଖକୁ ୩ ଦିନ ସମୟ ମାଗିଲେ ଜମି ମାଲିକ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମୋଟୁ 326 ନମ୍ବର ଜାତୀୟ ରାଜପଥ କଡ଼ରେ ଥିବାଏମଭି 76 ଗ୍ରାମ ନିକଟସ୍ଥ ପେଟ୍ରୋଲ ପମ୍ପ ନିର୍ମାଣ କାର୍ଯ୍ୟ ସରିବା ପରେ ଜମି ମାଲିକ ଙ୍କ ପରିବାର ଲୋକ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ ଏହି ଗ୍ରାମର ମହାଦେବ ମଣ୍ଡଳ ଙ୍କ ପିତା ଗୋବିନ୍ଦ ମଣ୍ଡଳ କିଛି ବର୍ଷ ପୂର୍ବେ ଏହି ଗ୍ରାମର ଅଶୋକ ହଲଦାର ଙ୍କୁ ଲିଜ ସୂତ୍ରରେ ନିଜର ଜମିକୁ ହସ୍ତାନ୍ତର କରିଥିଲେ । ଏହି ଜମିରେ ବର୍ତମାନ ଅଶୋକ ହଲଦାର ପେଟ୍ରୋଲ ପମ୍ପ ନିର୍ମାଣ ମଧ୍ୟ କରିଛନ୍ତି। ତେବେ କିଛିଦିନ ତଳେ ଉଦଘାଟନ ହେଵା ଖବର ପାଈ ଜମି ମାଲିକ ଙ୍କ ପୁଅ ମହାଦେବ ମଣ୍ଡଳ ନିଜ ପରିବାର ସହ ସ୍ଥାନୀୟ ଲୋକଙ୍କୁ ନେ଼ଇ ନବ ନିର୍ମିତ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ଝାଟିମାଟିରେ ଘର କରି ରହିବା ସହ ପେଟ୍ରୋଲ ପମ୍ପ ଉଦ୍ଘାଟନ କୁ ବିରୋଧ କରିଥିଲେ । ନିଜର ପୈତୃକ ଜମିକୁ ଚଞ୍ଚକତା କରି ହାତେଇ ପେଟ୍ରୋଲ ପମ୍ପ କରିଥିବା ହେତୁ ପେଟ୍ରୋଲ ପମ୍ପ ମାଲିକ ଅଶୋକ ହାଲଦାର ଙ୍କ ଏଭଳି କାମକୁ ବିରୋଧ କରିିବା ସହ ପାରିବାର ଲୋକ ପ୍ରଶାସନ ନିକଟରେ ନ୍ୟାୟ ଭିକ୍ଷା କରିଥିଲେ । ଅନ୍ୟପଟେ ପେଟ୍ରୋଲ ପମ୍ପ ମାଲିକ ସେହି ଜମି କୁ କିଣିଛନ୍ତି , ଜମିର ସମସ୍ତ କାଗଜ ପତ୍ର ତାଙ୍କ ନିକଟରେ ରହିଛି ଓ ମାନ୍ୟବର ଉଚ୍ଚ ନାୟାଳୟଙ୍କ ଅନୁମତି ମଧ୍ୟ ରହିଥିବା କହିଥିଲେ । ଏପରିି ସ୍ଥିତିରେ ଉଭୟ ଜମି ମାଲିକ ଓ ପେଟ୍ରୋଲ ପମ୍ପ ମାଲିକ ଙ୍କ ମଧ୍ୟରେ ଦେଖାଦେଇଥିବା ଲଢ଼େଇ ଯୋଗୁଁ ଏହାର ଏକ ସମାଧନ ନିମନ୍ତେ ଅନେକ ଥର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା, ହେଲେ କୌଣସି ପ୍ରକାର ସମାଧାନ ର ବାଟ ବାହାରି ନଥିଲା ତେବେ ଆଜି ଏକ ପ୍ଲାଟନ ପୋଲିସ ଫୋର୍ସ ସହ ମୋଟୁ ତହସିଲଦାର ଶଶାଙ୍କ ମିଶ୍ର, ଏମ ଭି ୭୯ ଥାନା ଅଧିକାରୀ ,SDPO ମାଲକାନଗିରି ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ଏକ ସମାଧାନ କରି ପେଟ୍ରୋଲ ପମ୍ପ ବିରୋଧରେ ହୋଇଥିବା ଅଭିଯୋଗ ଖଣ୍ଡନ କରି ପେଟ୍ରୋଲ ପମ୍ପ ମାଲିକ ଙ୍କୁ ହସ୍ତାନ୍ତର କରାଯାଇଥାନ୍ତା। ଜମି ମାଲିକ ତହସିଲଦାର ଙ୍କ ଠାରେ ଆଉ ତିନି ଦିନ ର ସମୟ ଦେବା ପାଇଁ ଲିଖିତ ଆକାରରେ ଜଣାଇଛନ୍ତି ଓ ତହସିଲଦାର ଏହାକୁ ଗ୍ରହଣ ମଧ୍ୟ କରିଛନ୍ତି l

Comments
Loading...