ବାଇକ୍ ସହ ବାଇକ୍ ମୁହାଁମୁହିଁ ଧକ୍କା

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ବିଜାପୁର ନିକଟରେ ବାଇକ୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଦୁଇ ବାଇକ୍ ଚାଳକ ଛିଟିକି ପଡ଼ିଥିଲେ। ଖବର ପାଇ ୧୦୮ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଡାବୁଗାଁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସୂଚନାଯୋଗ୍ୟ :-ସନ୍ଧ୍ୟା ୭ ଘଣ୍ଟା ସମୟରେ ପୁଜାରୀ ଗୁଡ଼ା ର ଧନୁର୍ଜୟ ଭତ୍ରା (୨୮) ଓ ଚଲାନଗୁଡା ଗ୍ରାମ ର ସନପତ୍ ହରିଜନ (୨୬) ଦୁହେଁ ବାଇକ୍ ସହ ଦୃତଗତି ରେ ଆସୁଥିବା ସମୟରେ ଆଉ ଗୋଟିଏ ବାଇକ୍ ରେ ଥିବା ଝରିଗାଁ ବ୍ଳକର ଡଙ୍ଗରୀଗୁଡ଼ା ପଂଚାୟତ କଫ୍ସାକୁଟ୍ରିରୀ ଗ୍ରାମ ର ଭଗବାନ ସମରଥ (୪୮)ର ମୁହାଁମୁହିଁ ଧକ୍କା ହୋଇଥିଲା । ଏମାନଙ୍କୁ ଡାବୁଗାଁ ମେଡିକାଲ ରେ ଚିକିତ୍ସା କରାଯାଉଛି। ଏମାନଙ୍କ ଭିତରେ ଭଗବାନ ସମରଥ ଓ ଧନୁର୍ଜୟ ଭତ୍ରାଙ୍କ ଗୋଡ଼ ଭାଙ୍ଗି ଯାଇଛି ୨ଜଣଙ୍କ ସ୍ଵାସ୍ଥ୍ୟ ଗୁରୁତ୍ବର ଥିବାରୁ ଏମାନଙ୍କୁ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ରେ ଡାବୁଗାଁ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଦୁଇଟି ବାଇକ୍ ନଂ-OD24 f 5771 ଓ ଗାଡିନଂ:-OD10 p 2625 କୁ ଜବତ କରି ତଦନ୍ତ ଅରମ୍ବ କରୁଛି ।

Comments
Loading...