ଦୁର୍ଗାବତୀ ମାଣ୍ଡବି ଙ୍କ ୪୫୮ ତମ ବଳିଦାନ ଦିବସ ପାଳିତ

ସୁବର୍ଣ୍ଣପୁର (କୋଶଲ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଦୁର୍ଜନତୈଲା ପଞ୍ଚାୟତ ର କୁଞ୍ଜାପାଲି ବଡଦେଓ ପିଠ ଠାରେ ବଡଦେଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗୋଣ୍ଡଓ୍ବାନା ସାମ୍ରାଜ୍ୟର ମହାରାଣୀ ଦୁର୍ଗାବତୀ ମାଣ୍ଡବି ଙ୍କ ୪୫୮ ତମ ବଳିଦାନ ଦିବସ ପାଳିତ ହୋଇଯାଇଛି ।ପ୍ରଥମେ ମହାମାରୀ କରୋନା କୁ ପୃଥିବୀ ପୃଷ୍ଠରୁ ଦୁରକରି ସମସ୍ତ ଖୁସି ପ୍ରଦାନ କରିବାକୁ ବଡଦେଓ ଙ୍କ ଠାରେ ପୂଜାର୍ଚନା କରାଯାଇଥିଲା ।ପରେ ଶିକ୍ଷାବିତ ବିଶ୍ବାମିତ୍ର ନାଏକ ଙ୍କ ସଞ୍ଜୋଜନା ରେ ଅନୁଷ୍ଠିତ ସଭାରେ ବଡଦେଓ କ୍ରିୟାନୁଷ୍ଠାନ କମିଟିର ସଭାପତି ଅଚ୍ୟୁତ ପଧାନ ରାଣୀ ପଦ୍ମାବତୀ ଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ ।ଜିଲ୍ଲା ମହିଳା ସଂଘର ସଭାନେତ୍ରି ଗୌରି କୁମରା ରାଣୀଙ୍କ ରାଜ୍ୟ ଶାସନ ଓ ବଳିଦାନ ବିଷୟରେ ବକ୍ତବ୍ୟ ରଖିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହାସଚିବ ଅରୁଣ କୁମାର ରାଏ,ନାରୀ ସଶକ୍ତିକରଣ ଜିଲ୍ଲା ମହାସଚିବ ନିଳାଞ୍ଚଲି ଧରୁଆ,ବ୍ଲକ ସଭାନେତ୍ରି ମଞ୍ଜୁଲତା ନାଏକ, ମୁର୍ଷୂଣ୍ଢି ସରପଞ୍ଚ ରିନା ପୁଟା,ଦୁର୍ଜନତୈଲା ସର୍କଲ ସଭାପତି ପଙ୍କଜ ଧରୁଆ ଆଲୋଚନା ରେ ଭାଗ ନେଇଥିଲେ ।ଶେଷରେ ବଡଦେଓ କ୍ରିୟାନୁଷ୍ଠାନ କମିଟି ର କୋଷାଧ୍ୟକ୍ଷ ଦଶରଥ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Comments
Loading...