ଦୁଃଖର ବିଷୟ ବରିଷ୍ଠ ରାଜସ୍ୱ ସହାୟକଙ୍କ ଦେହାନ୍ତ

ନବରଙ୍ଗପୁର :-ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ ଖମାରି ଙ୍କ ଆଜି ବିଶାଖାପାଟଣା ସ୍ଥିତ ଏକ ଘୋରେଇ ଚିକିତ୍ସାଳୟରେ ଭୋର ପ୍ରାୟ ୫.୦୦ ଘଣ୍ଟା ସମୟରେ ୪୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ଜଣେ ନିଷ୍ଠାପର କର୍ତ୍ତବ୍ୟ ପରାୟଣ କର୍ମଚାରୀ ଥିଲେ। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ସ୍ୱର୍ଗତ ସଞ୍ଜୟ ଙ୍କ ବିୟୋଗ ଖବର ଶୁଣି ନବରଙ୍ଗପୁର ଜିଲ୍ଲାପାଳ, ଡ଼ଃ ଅଜିତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ, ରତ୍ନାକର ସାହୁ,ଉପଜିଲ୍ଲାପାଳ, ଭାସ୍କର ରୋଇତ, ଚାନ୍ଦାହାଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ, ଧର୍ମରାଜ ମାଝୀ, ସେକ୍ସନ ଅଫିସର, ଧନୁର୍ଜୟ ପୂଜାରୀ, ଚନ୍ଦାହାଣ୍ଡି ତହସିଲଦାର, ଜି. ରଶ୍ମିରେଖା ଓଡିଶା ରାଜସ୍ୱ ଅମଲା ସଙ୍ଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, ସାଧାରଣ ସମ୍ପାଦକ ନରେଶ ଚନ୍ଦ୍ର ମହାପାତ୍ର, ପ୍ରସନ୍ନ କୁମାର ନାୟକ, ରାଜ୍ୟ ଉପ ସଭାପତି ଶ୍ୟାମସୁନ୍ଦର ନାୟକ, ଭୁବନାନନ୍ଦ ବୈଂଚୁଲ, ପ୍ରଶାନ୍ତ କୁମାର ମହାପାତ୍ର ଙ୍କ ସହିତ ଜିଲ୍ଲା ଶାଖା ର ମୁଖ୍ୟ ଉପଦେଷ୍ଟା, କେ. ଅଶୋକ ଚକ୍ରବର୍ତ୍ତୀ, ସଭାପତି ଆଶୁତୋଷ ମହାନ୍ତି, ଉପସଭାପତି ଧନୁର୍ଜୟ ମାଝୀ, ଆକାଶ ଗଣ୍ଡ, ସମ୍ପାଦକ, ତ୍ରିଲୋଚନ ନାୟକ, ସହ ସମ୍ପାଦକ ରମେଶ ଖସଲା, ମୈଥିଲି ପଟ୍ଟନାୟକ, କୋଷାଧ୍ୟକ୍ଷ, ସୁଶାନ୍ତ ନାୟକ, ଡୁମର ମାଳି, ରଞ୍ଜନ ବିଶ୍ୱାସ, ଦିବାକର ଗୌଡ଼ଙ୍କ ସହିତ ସମସ୍ତ ସଦସ୍ୟ ବୃନ୍ଦ ଦୁଃଖ ପ୍ରକାଶ କରିବା ସହିତ ଏଭଳି ଦୁଃଖ ସମୟରେ ଦିବଙ୍ଗତ ପୂର୍ବତନ ସହକର୍ମୀ ଙ୍କ ଶୋକ ସନ୍ତପ୍ତ ପରିବାର ସହ ଦୁଃଖିତ ଆତ୍ମୀୟ ସ୍ୱଜନ ଏବଂ ତାଙ୍କର ଶୁଭେଛୁଙ୍କୁ ସମବେଦନା ଜଣାଇବା ସହ ପୁଣ୍ୟ ଅମର ଆତ୍ମାର ସଦଗତି କାମନା କରିଥିଲେ ।

Comments
Loading...