ମେଲେରିଆ ନିରାକରଣ ସଚେତନତା ରାଲି

ସୁବର୍ଣ୍ଣପୁର (କୋଶଲ ନ୍ୟୁଜ୍) ବିରାମହରାଜପୁର ବ୍ଲକ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁହୁଲପାଲି ଗାଁ କଲ୍ୟାଣ ସମିତି ତରଫରୁ ମ୍ୟାଲେରିଆ ନିରାକରଣ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି l ଅକ୍ରୁର ନାଏକ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମହିଳା ସ୍ୱାସ୍ଥ୍ୟ କର୍ମୀ ପ୍ରତିମା କଅଁର, ସ୍ୱାସ୍ଥ୍ୟ କର୍ମୀ ସୌମିତ୍ରୀ କୁମାର ପଣ୍ଡା, ଆଶା କର୍ମୀ ହୀରାବତୀ ବିଶ୍ୱାଳ, ଅବାହିକା ସୁଲୋଚନା ସେଠି, ଅଙ୍ଗନବାଡି କର୍ମୀ ମାମିନା ମିଶ୍ର ପ୍ରମୁଖ ଗ୍ରାମ୍ୟ ପରିକ୍ରମା କରି ମେଗା ଫୋନ ଦ୍ୱାରା ପ୍ରତିଦିନ କୀଟନାଶକ ଔଷଧ ବୁଡ଼ା ମଶାରୀ ଟାଣି ଶୋଇବା, ଆଖ ପାଖ ରେ ପାଣି ଜମିବାକୁ ନଦେବା, ଭଙ୍ଗା ମାଠିଆ, ବାଲଟି, ଟାୟାର ଯେମିତି ପାଖେ ନ ରଖିବା, ପାଲି ଅନୁଯାୟୀ କୋଭିଡ ଟୀକା ନେବା,ଗର୍ଭବତୀ ଓ ଶିଶୁ ମାନେ ଯେମିତି ମଶାରୀ ଟାଣି ଶୋଇବେ ସେ ଉପରେ ଧ୍ୟାନ ଦେବେ ଆଦି ସୂଚନା ପ୍ରଦାନ କରାଯାଇଥିଲା ଶେଷରେ ଅଙ୍ଗନବାଡି କର୍ମୀ ପଙ୍କଜିନୀ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ

Comments
Loading...