ଶାଖା ପରିଚାଳକଙ୍କ ଆୟୁର୍ବେଦିକ ଜଡ଼ିବୁଟି ବିକ୍ରି

ମାଲକାନଗିରି ( କୋଶଲ ନ୍ୟୁଜ୍) ବ୍ୟାଙ୍କ କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟ, ଶାଖା ପରିଚାଳକ ହେଇ ଆୟୁର୍ବେଦିକ ଜଡ଼ିବୁଟି ଲୋକଙ୍କୁ ବିକ୍ରି କରୁଛନ୍ତି । ଏପରି ଅଭିଯୋଗ ଆଣିଛନ୍ତି ସୋମନାଥପୁର ଗ୍ରାମ ପଞ୍ଚାୟତର ଲୋକେ l ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସୋମନାଥପୁର ଗ୍ରାମ ପଞ୍ଚାୟତର ଲୋକଙ୍କୁ ନିକଟରେ ବ୍ୟାଙ୍କ ସେବା ଯୋଗାଇଦେବା ନିମନ୍ତେ ପ୍ରଶାସନ ଏଠାରେ ଏକ ୟୁନିଅନ ବ୍ୟାଙ୍କ ଖୋଲିଥିଲେ l କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ବ୍ୟାଙ୍କ ରେ ଥିବା କର୍ମଚାରୀ ମାନେ ନିଜସ୍ୱ ବ୍ୟକ୍ତିଗତ ରୋଜଗାରରେ ବ୍ୟସ୍ତ ରହିବା ସହ ବ୍ୟାଙ୍କକୁ ଆସିବା ସମୟ ଭୁଲି ଯାଇଛନ୍ତି । ବ୍ୟାଙ୍କ କର୍ମଚାରୀ ମାନେ ଆଜି ଦିନ ୧୧ ସୁଦ୍ଧା ବ୍ୟାଙ୍କରେ ତାଲା ଦେଇ ନିଜର ବ୍ୟକ୍ତିଗତ କାମ କରୁଥିଲେ l ଅନ୍ୟ ପକ୍ଷରେ ବ୍ୟାଙ୍କରେ ତାଲା ପଡିଥିବାରୁ ବହୁତ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବ୍ୟାଙ୍କ ଆଗରେ ଅପେକ୍ଷାରତ କରିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ସରପଞ୍ଚ ମଙ୍ଗୁ ଖିଲ ମଧ୍ୟ ଉକ୍ତ ବ୍ୟାଙ୍କ କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ନିଜର ଅସୋନ୍ତୋଷ ଜାହିର କରିବା ସହ କହିଥିଲେ, ଯେ ଶାଖା ପରିଚାଳକ ନିଜେ ଆୟୁର୍ବେଦିକ ଜଡ଼ିବୁଟି ଲୋକଙ୍କୁ ବିକିବା ସହ ପ୍ରଚୁର ଟଙ୍କା ରୋଜଗାର କରୁଛନ୍ତି ।

ଏଭଳି ସ୍ଥିତିରେ ଚାଷୀ ମାନେ କେମିତି ବ୍ୟାଙ୍କ ସୁବିଧା ପାରିବେ । ଲୋକଙ୍କ ଅଭିଯୋଗ ବ୍ୟାଙ୍କ ପ୍ରାୟ ସମୟରେ ବନ୍ଧ ରହୁଛି ଓ ପଚାରିଲେ ଲି°କଫେଲ ବୋଲି କହିଥାନ୍ତି । ଯଦି ଆଗାମୀ ଦିନରେ ପ୍ରଶାସନ ଉକ୍ତ ବିଷୟରେ କାର୍ଯ୍ୟାନୁଷ୍ଠାନ ନନେଲେ ତେବେ ଅଞ୍ଚଳବାସୀ ରାଜରାସ୍ତାକୁ ବନ୍ଧ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ।

Comments
Loading...