ସରକାରି ଜମି ସୁରକ୍ଷାପାଇଁ ତହସିଲଦାର ଙ୍କୁ ଦାବିପତ୍ର

କଳାହାଣ୍ଡି (କୋଶଲ ନ୍ୟୁଜ୍) :କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନପୋଡ଼ାଗୁଡା ଗ୍ରାମପଞ୍ଚାୟତ ଅଧିନସ୍ଥ ସାନ ପୋଡ଼ାଗୁଡା ମୌଜାରେ ଥିବା ଗୌଚର ଜମି, ପତରା ଜମି, ଅନାବାଦୀ ଜମି, ଜଳଚ଼ର ଜମିର ସୁରକ୍ଷା ପାଇଁ ସାନପୋଡ଼ାଗୁଡା ଗ୍ରାମବାସି ଏବଂ ମାଁ ମାଉଲି ଯୁବଗୋଷ୍ଠୀ ଏକତ୍ରିତ ହୋଇ କୋକସରା ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ମୌଜାରେ କିଛିଲୋକ ସେହି ଜମିକୁ ନିଜ ଆୟତରେ ରଖି ଚାଷ କରୁଛନ୍ତି । ଯାହାଫଳରେ ଗାଈ ଗୋରୁ ,ଛେଳି ମେଣ୍ଢା ଚରେଇବା ପାଇଁ ବହୁତ ଅସୁବିଧା ହେବା ସାଙ୍ଗକୁ ଆଗାମୀ ଦିନରେ ତାହା ପଦାହୋଇ ନଷ୍ଟହୋଇ ଜୀବ। ଏହି ସ୍ଥଲରେ ଅକ୍ତିଆର କରୀଥିବା ବ୍ୟକ୍ତି ମାନଙ୍କୁ ମନା କଲେମଧ୍ୟ ମାନୁନାହାନ୍ତି। କିଛି ଦଳାଲ୍ ଏବଂ ଆର୍.ଆଇ ଙ୍କ ମିଳିତରେ ଟଙ୍କା ନେଈ ଉକ୍ତ ଜମିରେ ବାହାରୁ ଆସିଥିବା ବ୍ୟକ୍ତି ମାନଙ୍କୁ ଥଇଥାନ କରାଉଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ। ଏଣୁ ଅକ୍ତିଆର କରୀଥିବା ବ୍ୟକ୍ତି ମାନଙ୍କୁ ଉଛେଦ କରି, ଜମି ଚିହ୍ନଟ କରିବା ପାଇଁ ବା ଆଗାମି ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଇନର ଆଶ୍ରା ନେବାପାଇଁ ବାଧ୍ୟହୋଇ କୋକସରା ତହସିଲ କାର୍ଯ୍ୟାଳୟରେ ଦ୍ଵାରସ୍ଥ ହୋଇଥିଲେ। ଏଠାରେ ଉପସ୍ଥାପିତ ଯୁବ ଗୋଷ୍ଟୀ ହେଲେ ଚୌବନ ମେହେର, ରିଖି ରାମ ମେହେର, ଭୂପେନ୍ଦ୍ର ଯୁଏଡ଼,ଗଜାନନ ବନିଆ, କରୁଣା ବାଗ, ମୁରାଜି ମେହେର, ପ୍ରହଲ୍ଲାଦ ମେହେର, ବଳଭଦ୍ର ମେହେର ଏବଂ ଚନ୍ଦ୍ର ଧଜ ହଂସ, ଗଜାନନ ମେହେର, ପରମେଶ୍ବର ନିଏଲ ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ। ଦହସିଲଦାର ଶ୍ରୀଯୁକ୍ତ ମନୋଜ ପାଢ଼ୀ ଗ୍ରାମବାସୀଙ୍କୁ ଦଶଦିନ ମଧ୍ୟରେ ଆପଣ ମାନଙ୍କ ଅଭିଯୋଗର କାର୍ଯ୍ୟ କାରୀ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Comments
Loading...