ଦାବି ପୂରଣ ପାଇଁ ଜଳ ବିଦୁତ୍ କେନ୍ଦ୍ରକୁ ଘେରିଲେ ଶତାଧିକ ଗ୍ରାମବାସୀ

ମାଲକାନଗିରି ( କୋଶଲ ନ୍ୟୁଜ୍) ସରକାରଙ୍କ ନିୟମକୁ ଅବମାନନା କରିଛି ମୀନାକ୍ଷୀ ଜଳ ବିଦ୍ୟୁତ୍ କେନ୍ଦ୍ର l ଶତାଧିକ ଗ୍ରାମବାସୀ ଘେରାଉ କରିଛନ୍ତି ମିନାକ୍ଷୀ ଜଳ ବିଦ୍ୟୁତ୍ କେନ୍ଦ୍ରକୁ l ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ତେନ୍ତୁଳିଗୁମ୍ମା ଠାରେ ଗତ ୨୦୦୪ ମସିହାରୁ ଆନ୍ଧ୍ରପ୍ରଦେଶର ଏକ ଘରୋଇ କମ୍ପାନି ଦ୍ୱାରା ପରିଚାଳିତ ହେଉଥିଲା ମିନାକ୍ଷୀ ଜଳ ବିଦ୍ୟୁତ୍  କେନ୍ଦ୍ର l ମାଥିଲି ଅଂଚଳର ତେନ୍ତୁଳିଗୁମ୍ମା ଠାରେ କାର୍ଯ୍ୟକ୍ଷମ ହୋଇଥିବା ବେଳେ ସରକାରଙ୍କ ନିୟମ  ଅନୁଯାୟୀ  କମ୍ପାନି ନିଜର ପାରିପାଶ୍ୱର୍କ ଗ୍ରାମର ବିକଶ କରୁନଥିବା ଅଭିଯୋଗ କରି ୧୨ ଟି ଗ୍ରାମର ଗ୍ରାମବାସୀ ମାନେ ଘେରାଉ କରିଛନ୍ତି । ଜଳ ବିଦ୍ୟୁତ୍ କେନ୍ଦ୍ର ଦ୍ୱାରା କମ୍ପାନି  ବାର୍ଷିକ କୋଟି କୋଟି ଟଙ୍କା ଲାଭ ପାଉଥିବା ମଧ୍ୟ ସ୍ଥାନୀୟ ଅଂଚଳର ବିକାଶ ପାଇଁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରୁନାହିଁ l

ଏହା ସହ ସ୍ଥାନୀୟ ବେକାର ଯବୁକ ଯୁବତୀ ମାନଙ୍କୁ ନିଯୁକ୍ତି ମଧ୍ୟ ପ୍ରଦାନ କରୁନାହିଁ l ଏପରିକି କମ୍ପାନିରୁ ଉତ୍ପାଦନ  ହେଉଥିବା ବିଦ୍ୟୁତ ମଧ୍ୟ ସ୍ଥାନୀୟ ଅଂଚଳବାସୀଙ୍କୁ ସଠିକ ଭାବେ ଯୋଗାଇ ଦିଆଯାଉନାହିଁ ।  ଯାହା ଫଳରେ ଜଳ ବିଦ୍ୟୁତ୍  କେନ୍ଦ୍ର ନିକଟରେ ଥାଇ ମଧ୍ୟ ଅନେକ ଗ୍ରାମର ଲୋକେ ଅନ୍ଧାରରେ ଜୀବନ ଅତିବାହିତ କରୁଛନ୍ତି । ଏହି ସବୁ ଦାବି ନେଇ ଆଜି ମିନାକ୍ଷୀ ଜଳ ବିଦୁତ୍କେନ୍ଦ୍ରକୁ ଘେରିଲେ ୧୨ ଗ୍ରାମର ଶତାଧିକ ଗ୍ରାମବାସୀ l କମ୍ପାନି  ଅଧିକାରୀ ଗ୍ରାମବାସୀଙ୍କୁ ବୁଝାଇବା ପରେ  ଆନ୍ଦୋଳନ  ପ୍ରତ୍ୟୋହୃତ  ହୋଇଛି । ତେବେ ଆଗାମି  ଦିନରେ ଦାବି ପୂରଣ  ନହେଲେ  କମ୍ପାନିର ବିଦ୍ୟୁତ୍ ଉତ୍ପାଦନକୁ ସମ୍ପୁର୍ଣ୍ଣ ଭାବରେ ଠପ୍  କରିଦିଆଯିବ ବୋଲି ଆନ୍ଦୋଳନ କାରୀମାନେ  ଚେତାବନୀ  ଦେଇଛନ୍ତି l

Comments
Loading...