ରାସ୍ତା ରେ ପାଣି ଜମା ହୋଇଥିବା ପାଣି ଙ୍କୁ ନିଷ୍କାସନ କରିବା ପାଇଁ ଦାବି ହେଉଛି

ନୂଆପଡ଼ା(କୋଶଳ ନ୍ୟୁଜ)ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ପୂରୁଣା ବସ୍ତି ଆମ୍ବେଦକର ପଡ଼ା ରେ ବର୍ଷା ପାଣି ଜମା ହୋଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।ପଢ଼ାରେ ରାସ୍ତା ଅଣ ଓସାରିଆ ଏବଂ ଡ୍ରେନ ର ସୁବିଧା ନଥିବାରୁ ଲୋକେ ପାଣିରେ ପଶି ଘରକୁ ଯିବା ଆସିବା ପାଇଁ ବାଧ୍ୟ ହୋଇଛନ୍ତି।ଆମ୍ବେଦକର ପଢ଼ା ବାସୀ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି।ଦୀପ ତଳ ଅନ୍ଧାର ବୋଲି ତାହା ପ୍ରମାଣିତ ହୋଇଛି।ସେହୀ ରାସ୍ତା ଦେଇ ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ର ଅଧିକାରୀ ମାନେ ଯିବା ଆସିବା କରୁଛନ୍ତି କିନ୍ତୁ ତାଙ୍କ ନଜର ଅସୁନି।ଏହି ସମସ୍ୟା ର ସମାଧାନ ପାଇଁ ଦଳିତ ଅଧିକାର ମଞ୍ଚ ର ରାଜ୍ୟ ସଭାପତି କମଳ ଚରଣ ତାଣ୍ଡି ଏବଂ ପଢ଼ାର ଜନ ସାଧାରଣ ଙ୍କ ସହ ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ଜିଲ୍ଲା ପାଳ ଙ୍କୁ ଲିଖିତ ଭାବରେ ଜଣେଇଛନ୍ତି।ଦାବି ଜଣେଇବା ସହ ଶ୍ରୀ କମଳ ଚରଣ ତାଣ୍ଡି କହିଛନ୍ତି ଯେ ସମସ୍ୟା ର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ର ପନ୍ଥା ଅପଣେଇବେ ବୋଲି କହିଛନ୍ତି।

Comments
Loading...