BJD କାର୍ଯ୍ୟାଳୟ ଉଦଘାଟିତ ଓ ଦୁଇ ପ୍ରମୁଖ ନେତାଙ୍କ ଦଳରେ ଯୋଗଦାନ

ମାଲକାନଗିରି ( କୋଶଲ ନ୍ୟୁଜ୍) ମାଲକାନଗିରି ଜିଲ୍ଲା ସଦର ମହକୁମାର ଜୟପୁରିଆଗୁଡା ସ୍ଥିତ ମୁଖ୍ୟ ରାସ୍ତାରେ ବିଜେଡି କାର୍ଯ୍ୟାଳୟ ପୂର୍ବତନ ମନ୍ତ୍ରୀ ତଥା ପଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା ରିବନ କାଟି ଉଦଘାଟନ କରିଛନ୍ତି।ଏହି ଅବସରଟେ ଜିଲା ସ୍ତରୀୟ ବରିଷ୍ଠ ସିପିଆଇ ନେତା ବ୍ରଜ ମାଝି ଓ କଂଗ୍ରେସ ର ଏସ ସତୀଶ ରାଓ ବିଜେଡି ରେ ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମ କୋଭିଡ ଗାଇଡ଼ ଲାଇନ ଅନୁସାରେ ଆୟୋଜନ କରାଯାଇଥିଲା।ଶେଷରେ ପର୍ଯ୍ୟାପେକ୍ଷ୍ୟକ ଚନ୍ଦ୍ର ସାରଥୀ ବେହେରା ଯୁବ ଛାତ୍ର ଓ ବିଜୁ ଜନତା ଦଳ କର୍ମ କର୍ତା ମାନଙ୍କୁ ନିର୍ଦେଶ ଦେଇଥିଲେ। ବର୍ତ୍ତମାନ କରୋନା ର ଘଡି ସନ୍ଧି ମୁହୂର୍ତ୍ତରେ । ଜିଲ୍ଲାରେ ଜୋମାନେ ଆକ୍ରାନ୍ତ ହୋଇ। ଅସୁବିଧାର ସମୁଖୀନ ହୋଉଛନ୍ତି। ସେମାନଙ୍କୁ ଚିହ୍ନଟ କରି ଖାଦ୍ୟ ପନ୍ୟା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ କହିଥିଲେ।

ଏଥି ସହିତ କରୋନା ରେ ସମସ୍ତେ ସୁସ୍ଥ ରହିବା ସହ ସମସ୍ତେ କିପରି ସୁସ୍ଥ ରହିବେ ଯତ୍ନବାନ ହେବେ ତାକୁ ନେଇ ପରାମର୍ଶ ଦେଇଥିଲେ।ଏହି କଯ୍ୟକ୍ରମ ରେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ପୂର୍ବତନ ବିଧାୟକ ତଥା ଏସ ଡି ସି ଚେରମେନ ମାନସ ମାଡକାମୀ,ଜିଲ୍ଲା କାର୍ଯ୍ୟକାରୀ ସଭାପତି,ଦୁର୍ଗା ପ୍ରାସଦ ତ୍ରିପାଠୀ,ବରିଷ୍ଟ ନେତା ରାଜେନ୍ଦ୍ର ପଣ୍ଡା, ଓକିଲ ସଂଘ ସଭାପତି ପ୍ରଭାକର ପ୍ରଧାନ,ଜିଲ୍ଲା ସାଂଗଠନିକ ସମ୍ପାଦକ, ନୃସିଂହ ଚରଣ ମହାନ୍ତି, ଜିଲ୍ଲା ବିଜୁ ଯୁବ ଜନତା ଦଳ, ସଭାପତି ଆଡମା ରାବା, ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକ ,ଯୁବ ନେତା ବଂଶୀ ମୁଦୁଲି, ମହେଶ ବାକା,ହୃଦାନନ୍ଦ ସାହୁ, ଜସେପ ଜେମ୍ସ, ବିଜୟ ବୁରୁଦା, ଶିବ ତ୍ରିପାଠୀ, କଣ୍ଟେଶ୍ୱର ପଟଲା, ମନୋଜ ପଟନାୟକ, ସୁନିଲ ସାହୁ,ବିନୋଦ ଦେଶୀଅନାୟକ, ରାଜୀବ ଲୋଚନ୍ ଶୀଶା,ଏ. ରାଜୁ ରାଓ, କେ. ରାହୁଲ ରାଓ,ଇନ୍ଦ୍ରଜିତ ରଥ,ସତ୍ୟଜୀତ ଗୌଡ଼,ବି. ବିଭୁତିଭୂଷଣ, ଗୌରବ ସଗୋଡ଼ିଆ, ମୁସ୍କାନ ଦେବନାଥ, ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment