ରକ୍ତଦାନ କରି ଗର୍ଭବତୀ ମହିଳାଙ୍କ ଜୀବନ ରକ୍ଷା କଲେ ମାଲକାନଗିରି ଯୁବ ରେଡ଼ କ୍ରସ ଟିମର ସଦସ୍ୟ

ମାଲକାନଗିରି ( କୋଶଲ ନ୍ୟୁଜ୍) ଗତକାଲି ରାତିରେ ମାଲକାନଗିରି ମୁଖ୍ୟ ଚିକିତ୍ସାଲୟରେ ଜଣେ ଗର୍ଭବତୀ ମହିଳାଙ୍କୁ B+ve ରକ୍ତ ଆବଶକ୍ୟ ଥିଲା l ରକ୍ତ ଅଭାବ ଯୋଗୁଁ ଗର୍ଭବତୀ ମହିଳା ଜଣକ ଗୁରୁତର ହେଇ ପାରନ୍ତି ବୋଲି ଡାକ୍ତର କହିଥିଲେ lବହୁତ ଖୋଜାଖୋଜି ପରେ ମଧ୍ୟ ରକ୍ତ ଯୋଗାଡ଼ ହେଇପାରିଲା ନାହିଁ l ଏହି ଖବର ଜାଣିବା ପରେ ଯୁବ ରେଡ଼ କ୍ରସ ଆବାହକ ଡ଼ଃ ରଞ୍ଜନ କୁମାର ସ୍ୱାଇଁଙ୍କ ସହଯୋଗେ ରବି ରାଜେଶ ମାଲକାନଗିରି ଡେଲି ମାର୍କେଟ ର ବାସିନ୍ଦା ଏମଭି ଅଶୋକ କୁମାର ଙ୍କୁ ରକ୍ତଦାନ କରିବା ନିମନ୍ତେ କହିଥିଲେ l ଆଜି ସକାଳ 6:00 ଘଟିକା ସମୟରେ ଏମଭି ଅଶୋକ କୁମାର ମେଡିକାଲ ଆସି ଗର୍ଭବତୀ ମହିଳାଙ୍କୁ ରକ୍ତଦାନ କରିଥିଲେ l ଏମଭି ଅଶୋକ କୁମାର ଙ୍କ ରକ୍ତଦାନ ଦ୍ଵାରା ଜଣଙ୍କର ଜୀବନ ରକ୍ଷା କରିପରିଥିବାରୁ ବହୁତ ଖୁସି ଅନୁଭବ କରୁଛନ୍ତି l ସେ ଆଜି ପ୍ରଥମ ଥର ରକ୍ତଦାନ କରିଛନ୍ତି l ଠିକ ସମୟରେ ରକ୍ତ ରକ୍ତଦାନ କରିଥିବାରୁ ରୋଗୀର ପରିବାର ଲୋକେ ଏମଭି ଅଶୋକ କୁମାରଙ୍କୁ କୃତଜ୍ଞତା ଜଣେଇଛନ୍ତି l

କୋଶଲ ନ୍ୟୁଜ୍ ତରଫରୁ ଯୁବ ରେଡ଼ କ୍ରସ ଆବାହକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ସହଯୋଗୀ ରବି ରାଜେଶ, ଏମଭି ଅଶୋକ କୁମାର କୁ ଠିକ ସମୟରେ ରକ୍ତଦାନ କରି ରୋଗୀର ଜୀବନ ରକ୍ଷା କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ l

Comments (0)
Add Comment