ନର୍ଲାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଚିକିତ୍ସା ସେବା ପ୍ରଦାନରେ ଅବହେଳା ଅଭିଯୋଗ

ନର୍ଲା: ଆଜି ଏକ ଦୁଃଖଦ ଖବର ଆସି ପହଞ୍ଚିଛି ନର୍ଲାକୁ। ରୁପ୍ରାରୋଡ ନିବାସୀ କୁଳଦ୍ୱୀପ ଶର୍ମା(୪୩) ନାମକ ଜଣେ ବ୍ୟକ୍ତିଙ୍କର କୋଭିଡ୍ ସଂକ୍ରମଣ ହୋଇଥିବା ଜଣାପଡିଥିଲା। ସେ କାମଠଣା କୋଭିଡ୍ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଥିଲେ। କୁଳଦ୍ୱୀପ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ୧୬ ତାରିଖରେ ଚିକିତ୍ସା ପାଇଁ କାମଠଣାସ୍ଥ କୋଭିଡ୍ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ସ୍ଥାନୀୟ ରୁପ୍ରାରୋଡ ପ୍ରାଥମିକ ଚିକିତ୍ସାକେନ୍ଦ୍ରକୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଛନକା ପଶି ଯାଇଛି। କୁଳଦ୍ବୀପ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କୁ ଖାଇବା-ପିଇବାକୁ ଠିକ୍‌ ଭାବେ ଦିଆଯାଉନଥିବା ତାଙ୍କର ଜଣେ ବନ୍ଧୁ ଅଭିଯୋଗ ଆଣିଛନ୍ତି। ଏପରିକି ତାଙ୍କୁ ଉପଯୁକ୍ତ ଚିକିତ୍ସା କରାଯାଉନାହିଁ ଏବଂ ଚିକିତ୍ସା ସେବା ପ୍ରଦାନରେ ଅବହେଳା ପ୍ରଦର୍ଶନ କରାଯାଉଛି ବୋଲି କହିଥିବା ତାଙ୍କ ବନ୍ଧୁ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ତାଙ୍କ ବନ୍ଧୁ ଏକ ଭଏସ୍‌ କଲ୍‌ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେୟାର କରିଛନ୍ତି।

Comments (0)
Add Comment