ଓଡ଼ିଶା ଲକ୍‌ଡାଉନ୍‌ : ଜାଣନ୍ତୁ କ’ଣ ଖୋଲା, କ’ଣ ବନ୍ଦ?

ମେ’ ୫ ତାରିଖରୁ ୧୯ ତାରିଖ ଯାଏ ଓଡ଼ିଶାରେ ଲକଡାଉନ୍‌। ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଲକଡାଉନ୍‌ ନେଇ ଘୋଷଣା କରିଛନ୍ତି। ତେବେ ଜାଣନ୍ତୁ ରାଜ୍ୟରେ ଲକ୍‌ଡାଉନ୍‌ ସମୟରେ କ’ଣ ଖୋଲା ଓ କ’ଣ ବନ୍ଦ ରହିବ?

କ’ଣ ଖୋଲା?

ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଆଣି ବିବାହ କାର୍ଯ୍ୟ ଆୟୋଜନ ହୋଇପାରିବ। ବିବାହରେ ସର୍ବାଧିକ ୫୦, ଜଣ ଶୁଦ୍ଧିକାର୍ଯ୍ୟରେ ୨୦ ଜଣଙ୍କୁ ଅନୁମତି ମିଳିବ।

ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ, ରାସନ,ଗ୍ରୋସରୀ, ଫଳ ଦୋକାନ ସକାଳ ୬ରୁ ୧୨ଟା ଯାଏଁ ଖୋଲା ରହିବ। ରେସ୍ତୋରାଁ, ଢାବାକୁ ଖାଦ୍ୟ ପାର୍ସଲ ଦେବାକୁ ଅନୁମତି ମିଳିବ।

ଫ୍ଲିପ୍‌କାର୍ଟ, ଆମାଜନ, ଜମାଟୋ, ଆଦିର ଡେଲିଭରି ବୟଙ୍କୁ ମଧ୍ୟ ଅନୁମତି ମିଳିବ। ଛାପା, ବୈଦ୍ୟୁତିକ, ଗଣମାଧ୍ୟମ, ଓ୍ୱେବ ମିଡିଆକୁ ଅନୁମତି ମିଳିବ। ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ, ଗ୍ୟାରେଜ, ଜଳ ଯୋଗାଣ, ଏଟିଏମ, ଅଗ୍ନିଶମ ଅଫିସ୍, ବିଜୁଳି ଯୋଗାଣ ସେବାକୁ ଅନୁମତି ମିଳିବ।

କ’ଣ ବନ୍ଦ?

ଲକଡାଉନ ସମୟରେ ବସ୍‌, ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା, ଚଳାଚଳ, ସିନେମା ହଲ୍‌, ମଲ୍‌, ସେଲୁନ, ପାର୍ଲର, ସ୍ପା, ମାର୍କେଟ କମ୍ଲେକ୍ସ, ଜିମ୍‌, ଯାତ୍ରା, ଅପେରା, ଖୋଲାମଞ୍ଚ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେହିପରି ସାମାଜିକ, ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶ ବନ୍ଦ ମଧ୍ୟ ବନ୍ଦ ହେବ।

Comments (0)
Add Comment