ଓଡ଼ିଶାରେ ସରି ଆସିଲାଣି କୋଭିସିଲ୍ଡ ଟିକା

ଓଡ଼ିଶାରେ କୋଭିସିଲଡ୍‌ ଟିକା ସରି ଆସିଲାଣି। ଯେତିକି ଷ୍ଟକ ଅଛି ତାହା ଆଉ ମାତ୍ର ୪ ଦିନ ଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ। ଏହିକ୍ଷଣି ରାଜ୍ୟରେ ୬ ଲକ୍ଷ ଡୋଜ ଟିକା ଗଛିତ ଥିବା ବେଳେ କୋଭାକ୍ସିନ ଟିକା ପ୍ରାୟ ଦେଢ଼ ଲକ୍ଷ ଡୋଜ ରହିଛି।

କୋଭାକ୍ସିନ ଟିକା ପାଇଁ ଚିନ୍ତା ନାହିଁ କାରଣ ଯେଉଁମାନେ ବୟସ ସୀମା ମଧ୍ୟରେ ଆସୁଛନ୍ତି ଓ ଭୁବନେଶ୍ୱରରେ ରହୁଛନ୍ତି ସେମାନଙ୍କୁ ହିଁ ଏହି ଟିକା ଦିଆଯାଉଛି। କିନ୍ତୁ କୋଭିସିଲ୍‌ଡ ଟିକା ସମଗ୍ର ରାଜ୍ୟରେ ଦିଆଯାଉଥିବା ଜଣାପଡ଼ିଛି। ଯଦି ଦୈନିକ ଦୁଇ ଲକ୍ଷ ଡୋଜ ଟିକା ଦିଆଯାଏ ଅତି ବେଶୀରେ ଏହା ତିନି ଦିନ ଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି।

ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ମଧ୍ୟ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏଣୁ ଯଥେଷ୍ଟ ପରିମାଣରେ ଟିକା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। ମାର୍ଚ୍ଚ ୨୪ ତାରିଖ ପରଠାରୁ ଓଡ଼ିଶା ଆଉ ଟିକା ପାଇନାହିଁ।

ଇତି ମଧ୍ୟରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଟିକା ନେବା ପାଇଁ ସ୍ୱାସ୍ଥ୍ୟ କର୍ମୀ ଓ କରୋନା ଯୋଦ୍ଧାଙ୍କ ନାମ ଆଉ ପଞ୍ଜିକରଣ ନକରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Comments (0)
Add Comment