ତିଥି ଓ ପର୍ବ-ଦିବସ: ବୁଧବାର ଫାଲ୍ଗୁନ କୃଷ୍ଣ ପଞ୍ଚମୀ ରାତ୍ରି ୧୨:୨୨:୦୦ ଗତେ ଷଷ୍ଠୀ ତିଥି। ତୁଳାଚନ୍ଦ୍ର ଅହୋରାତ୍ର। ସ୍ବାତୀ ରାତ୍ରି ୦୧:୩୬:୦୪ ଗତେ ବିଶାଖା ନକ୍ଷତ୍ର। ରାଷ୍ଟ୍ରୀୟ ପ୍ରତିରକ୍ଷା ଦିବସ, ବିଶ୍ଵ ବନ୍ୟପ୍ରାଣୀ ଦିବସ। ପଞ୍ଚମୀ ତିଥିରେ ବେଲ ଓ ପଣସ ଏବଂ ରାତ୍ରି ୧୨:୨୨:୦୦ ଗତେ ଷଷ୍ଠୀ ତିଥିରେ ନିମ୍ବ ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।