ତିଥି ଓ ପର୍ବ-ଦିବସ: ଆଜି ଫାଲ୍ଗୁନ ଶୁକ୍ଳ ଦ୍ୱିତୀୟା ସନ୍ଧ୍ୟା ୦୬:୪୯:୫୫ ଗତେ ତୃତୀୟା ତିଥି। ମୀନଚନ୍ଦ୍ର ନିଶାନ୍ତ ୦୪:୪୩ ଗତେ ମେଷଚନ୍ଦ୍ର। ରେବତୀ ନିଶାନ୍ତ ୦୪:୪୩:୦୦ ଗତେ ଅଶ୍ୱିନୀ ନକ୍ଷତ୍ର। ଶ୍ରୀରାମକୃଷ୍ଣ ପରମହଂସଙ୍କ ଜନ୍ମତିଥି (ତା୧୮-୦୨-୧୮୩୬)। ବିଶ୍ୱ ଖାଉଟି ଅଧିକାର ଦିବସ। ଦ୍ୱିତୀୟା ତିଥିରେ ଭେଜିବାଇଗଣ ଏବଂ ସନ୍ଧ୍ୟା ୦୬:୪୯:୫୫ ଗତେ ତୃତୀୟା ତିଥିରେ ପୋଟଳ ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।