ଆଜିର ରାଶିଫଳ ଗୁରୁବାର ୨୫ ମାର୍ଚ୍ଚ ୨୦୨୧

ତିଥି ଓ ପର୍ବ-ଦିବସ: ଆଜି ଫାଲ୍‌ଗୁନ ଶୁକ୍ଳ ଏକାଦଶୀ ଦିବା ୦୯:୪୭:୪୧ ଗତେ ଦ୍ୱାଦଶୀ ତିଥି। କର୍କଟଚନ୍ଦ୍ର ରାତ୍ରି ୧୦:୪୭ ଗତେ ସିଂହଚନ୍ଦ୍ର। ଅଶ୍ଳେଷା ରାତ୍ରି ୧୦:୪୭:୦୦ ଗତେ ମଘା ନକ୍ଷତ୍ର। ଆମଳକୀ ଏକାଦଶୀ (ସର୍ବସମ୍ମତ), ଲକ୍ଷ୍ମୀନାରାୟଣ ବ୍ରତ, ଲକ୍ଷ୍ମୀନାରାୟଣୀ ଏକାଦଶୀ। ଏକାଦଶୀ ତିଥିରେ ଶିମ୍ବ ଓ ଆମିଷ ଏବଂ ଦିବା ୦୯:୪୭:୪୧ ଗତେ ଦ୍ୱାଦଶୀ ତିଥିରେ ପୋଇ ଓ ମସୁରଡାଲି ଭକ୍ଷଣ ନିଷେଧ।

ମେଷ:  ଆଜି ଆପଣଙ୍କ ଦିନ ଭଲ ରହିବ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢିବ । ଶୁକ୍ର ଗ୍ରହ ରାଶି ଉପରେ ଗୋଚର କରିଥିବାରୁ ଆପଣଙ୍କ ଯାତ୍ରା ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଆପଣଙ୍କୁ ଭଲ ସଫଳତା ମିଳିବ । ଆପଣଙ୍କୁ ପଇସା ଦରକାର ହେଲେ ସାଙ୍ଗଠାରୁ କରଜ କରିପାରିବେ । ଘରେଲୁ ଜୀବନରେ ସମସ୍ୟା ସୃଷ୍ଟି ହେବ । ଏହି ସ୍ଥିତିରେ ଆପଣଙ୍କ କାମରେ ମନ ଲାଗିବ ନାହିଁ । ଯଦି ଆପଣ ବିଦ୍ୟାର୍ଥୀ ତେବେ ପାଠ ପଢାରେ ଧ୍ୟାନ ଦେବେ । ମା ଦୂର୍ଗାଙ୍କୁ ଲାଲ ଚୂନିରୀ ଚଢେଇଲେ ଭବିଷ୍ୟତରେ ଆଗକୁ ବଢି ପାରିବେ ।
ବୃଷ: ରାଶି : ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । ପିଲାମାନଙ୍କର ଜୀବନରେ ନୂଆ ପରିବର୍ତ୍ତନ ଆସିବ । ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହେବ ଯାହା ଆପଣଙ୍କ ପାଇଁ ଭଲ ହେବ । ନୂଆ ଲୋକଙ୍କ ସହ ଭେଟ ହେବ । ଧନ ରୋଜଗାର କରିବା ଓ ତାକୁ ବ୍ୟବହାର କରିବା ଆପଣଙ୍କୁ ଭଲ ଭାବେ ଜଣ । ଅଛି । ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ । କନ୍ୟାମାନଙ୍କୁ ଖାଇବାକୁ ଦିଅନ୍ତୁ ଓ ପାଦ ଛୁଇଁ ଆଶୀର୍ବାଦ ନିଅନ୍ତୁ । ଆପଣଙ୍କ ସବୁ କଷ୍ଟ ଦୂର ହେବ ।
ମିଥୁନ: ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ନିଜର କଥା ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ । କାହା ଉପରେ ଭରସା କରନ୍ତୁ ନାହିଁ । ସମାଜରେ ମାନ ସମାନ ବଢିବ । ବନ୍ଧୁମାନଙ୍କ ସହ ଭଲ ସମ୍ପର୍କ ରହିବ । ନିଜ ନିଷ୍ପତି ଉପରେ ଧ୍ୟାନ ଦିଅନ୍ତୁ । ଏହା ଆପଣଙ୍କ ପାଇଁ ମହତ୍ଵପୂର୍ଣ ପରିବର୍ତ୍ତନ ଆଣିପାରେ । ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ଆଣିପରେ ତେଣୁ ଏହାକୁ ଖୁସି ଖୁସି ଗ୍ରହଣ କରନ୍ତୁ ।
କର୍କଟ: ଆଜି ଆପଣଙ୍କ ଦିନଟି ଭଲ ରହିବ । ଅନୁଭବି ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ମିଳିବ । ଯେଉଁ କାମ କରିବେ ସେଥିରେ ଆପଣ ପଇସାର ଲୋଭ ଉପରେ କାବୁ କରି ପାରିଲେ ସଫଳତା ପାଇପାରିବେ । ଧାର୍ମିକ କାମରେ ବ୍ୟସ୍ତ ରହିବେ । ସମାଜ କଲ୍ୟାଣ ପାଇଁ ଦାନ ଧର୍ମ କରିବେ । ଯେଉଁମାନେ ଗ୍ରାହକ ମାନଙ୍କ ସହ କାମ କରୁଛନ୍ତି ସେମାନେ ଦିନ ତମାମ ବ୍ୟସ୍ତ ରହିବେ । ନିଜର କୌଣସି କାମକୁ ଅଧା ଛାଡିବେ ନହିଁ । ଖାଇବା ପିଇବାରେ ପରିବର୍ତ୍ତନ କଲେ ନିଜ ସ୍ୱାସ୍ଥ୍ୟ ଭଲ ରହିବ । ମା ଦୂର୍ଗାଙ୍କର ମନ ଧ୍ୟାନ ଦେଇ ପୂଜା କଲେ କର୍ମ କ୍ଷେତ୍ରରେ ସଫଳତା ପାଇବେ ।
ସିଂହ: ଆପଣଙ୍କ ଦିନ ଭଲ ରହିବ । କୌଣସି ଲକ୍ଷ ପାଇଁ ନୂଆ ଯୋଜନା କରିବେ । ଘର ସମସ୍ୟାର ସମାଧାନ ହେବ । ନିଜ ଲକ୍ଷ ସ୍ଥଳରେ ପହଞ୍ଚିବେ । ଧାର୍ମିକ କ୍ଷେତ୍ରରେ ମନ ଲାଗି ରହିବ । ନିଜ ଲକ୍ଷକୁ ହାସଲ କରିବେ । ନିଜ ସାଙ୍ଗ ସାଥିଙ୍କ ସହ ସମୟ ବିତାଇବେ । କାମରେ ବ୍ୟସ୍ତ ରହିବାରୁ ପ୍ରଶଂସା ପାଇବେ । ପରିବାର ଲୋକଙ୍କ ସହ ମତଭେଦ ସୃଷ୍ଟି ହେବ । ଏହି ସମୟରେ ମନକୁ ଶାନ୍ତ ରଖି ସମସ୍ୟାର ସମାଧାନ କରନ୍ତୁ । ଏହା କରିବା ଦ୍ଵାରା ନିଜ ଜୀବନ ସାଥି ସହ ଭଲ ସମ୍ପର୍କ ଗଢି ଉଠିବ ।
କନ୍ୟା: ଆଜି ଆପଣଙ୍କ ଦିନ ଶୁଭରେ କଟିବ । ଛାତ୍ରମାନଙ୍କୁ ଗୁରୁମାନଙ୍କର ସହଯୋଗ ମିଳିବ । ବିବାହ ଜୀବନରେ ଭଲ ପାଇବା ସୃଷ୍ଟି ହେବ । ଏହା ଦ୍ଵାରା ଜୀବନ କ୍ଷେତ୍ରରେ ଆପଣ ଆଗକୁ ବଢି ପାରିବେ । ବ୍ୟବସାୟ କରୁଥିବା ଲୋକଙ୍କୁ ଭଲ ଲାଭ ମିଳିବ । ପ୍ରିୟଜନଙ୍କ ସହ ଭଲ ସମୟ କଟିବ । କାରବାରକୁ ବଢେଇବା ପାଇଁ ଏଇଟା ଭଲ ସମୟ ଅଟେ । ନିଜ ଖରଚକୁ ନ ଜଗିଲେ ଭବିଷ୍ୟତରେ ଅସୁବିଧାରେ ପଡ଼ିପାରିବେ । କାନୁନି କାମ କରିବାକୁ ଚାହୁଥିଲେ ପରବର୍ତ୍ତୀ ସମୟରେ କରିବେ । ଗାଈକୁ ରୋଟି ଖାଇବାକୁ ଦେଲେ ଘରେ ସୁଖ ଶାନ୍ତି ସଦାବେଳ ପାଇଁ ଲାଗି ରହିବ ।
ତୁଳା: ଆଜି ଆପଣଙ୍କ ଦିନଟି ସାମାନ୍ୟ ରହିବ । ପାରିବାରିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ଆପଣଙ୍କ ପ୍ରତିଭା ପାଇଁ ଆପଣଙ୍କ ରୋଜଗାରର ରାସ୍ତା ମିଳିବ । ପାଠ ପଢାରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ । ଚାକିରି କରିଥିବା ଲୋକ ନିଜ କର୍ମରେ ଭଲ ପ୍ରଦର୍ଶନ କରିବେ । ଏହି ସମୟରେ ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ନିଜ ଆତ୍ମବିଶ୍ଵାସକୁ ବଜାୟ ରଖନ୍ତୁ । ମା ଦୂର୍ଗାଙ୍କୁ ନଡିଆ ଚଢାଇଲେ ଆପଣଙ୍କର ଜୀବନରେ ଉନ୍ନତି ହେବ ।
ବିଛା: ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । କୌଣସି ଜରୁରୀ କାମରୁ ଲାଭ ମିଳିବ । ଭାଇ ଭଉଣୀଙ୍କ ସହ ସମ୍ପର୍କ ଭଲ ରହିବା ବୁଧ ଦେବଙ୍କ ପ୍ରଭାବ ଯୋଗୁ ଆପଣଙ୍କ ସ୍ଵଭାବ ଭଲ ରହିବ ଯାହା ଦ୍ଵାରା ଆପଣ ସମସ୍ତଙ୍କ ମନ କିଣି ପାରିବେ । ଆପଣଙ୍କ ଯାତ୍ରା ସଫଳ ହେବାରୁ ଜୀବନର ରାସ୍ତା ସହଜ ହୋଇପାରିବ । ବିଭା ଜୀବନରେ ମତଭେଦ ସୃଷ୍ଟି ହେବା ଦ୍ଵାରା ସମ୍ପର୍କରେ ଖରାପ ପ୍ରଭାବ ପଡିବ । କୌଣସି କନ୍ୟାକୁ ନାଲି ରଙ୍ଗର ଓଢଣି ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ବିଭାହ ଯୋଗ ସମ୍ଭବ ହେବ ।।
ଧନୁ: ଆଜି ଆପଣଙ୍କ ଦିନ ଖୁସିରେ ଅତିବାହିତ ହେବ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବା ସହ ଚାକିରି କ୍ଷେତ୍ରରେ ମଧ୍ୟ ଭଲ ରହିବ । ଏହି ସମୟରେ ଆପଣଙ୍କୁ ଚଳ ଅଚଳ ସମ୍ପତିରୁ ଲାଭ ମିଳିପାରିବ । ଛାତ୍ରମାନେ ସ୍କୁଲ ବା କଲେଜରେ ଭଲ ପ୍ରଦଶନ କରିବେ । କାର୍ଯ୍ୟ କ୍ଷେତ୍ରରେ ଜଡିତ ଥିବା ଲୋକମାନେ ନିଜ ଘର ଲୋକଙ୍କୁ ସମୟ ଦେଇ ପାରିବେ ନାହିଁ । ଆପଣଙ୍କ ଭାଇ ଭଉଣୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଆଗକୁ ସମସ୍ୟା ସୃଷ୍ଟି ହୋଇପାରେ । ମା ଦୂର୍ଗାଙ୍କୁ ପୂଜା କରି ମନ୍ଦିରରେ ଭୋଗ ବାଣ୍ଟିଲେ ଆପଣଙ୍କ ସମସ୍ତ କାମ ସଫଳ ହେବ ।
ମକର : ଆପଣଙ୍କ ଦିନଟି ପରିବାର ଲୋକଙ୍କ ସହ ଭଲ ରହିବ । ସାଙ୍ଗସାଥିଙ୍କ ସହ ଭଲ ସମୟ ଅତିବାହିତ କରିବେ । ଘରର ପୂଜାରେ ଯୋଗ ଦେବା ସହ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ବ୍ୟବସାୟ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଭଡାରେ ଯାଇଥିବା ସମ୍ପତିଠାରୁ ଆପଣଙ୍କୁ ଲାଭ ମିଳିବ । ବୁଝି ବିଚାରୀ କାମ କଲେ ଆପଣ ଆପଣଙ୍କ ଜୀବନରେ ସଫଳତା ପାଇ ପାରିବେ । ଘରୁ ବାହାରିବା ସମୟରେ ବାପା ମାଙ୍କ ପାଦ ଛୁଇଁ ବାହାରିଲେ ଆପଣ ଆପଣଙ୍କ ଜୀବନରେ ଆଗକୁ ବଢିପାରିବେ ।
କୁମ୍ଭ:ଆଜି ଆପଣ ଆପଣଙ୍କ କାମରେ ସଫଳତା ପାଇବେ । ଚନ୍ଦ୍ର ଆପଣଙ୍କ ଦ୍ଵାଦଶ ଭାଗରେ ଥିବାରୁ ଆପଣ ଖୁସିରେ ରହିବେ । ଏହା ଦ୍ଵାରା ଆପଣଙ୍କ ଖରଚ ବଢିବ । ତେଣୁ ଆପଣ ଧାର୍ମିକ କାମରେ ମନ ଲଗାଇବେ । ବ୍ୟବସାୟ କରୁଥିବା ଲୋକମାନେ କୌଣସି ବ୍ୟକ୍ତି ଉପରେ ଭରସା କରିବା ଉଚିତ ନୁହେଁ । ଆପଣଙ୍କ ସନ୍ତାନ ଯୋଗୁ କୋଣସି ଲାଭ ମିଳିପାରେ । ପିଲାମାନଙ୍କୁ ଅଧିକ ପରିଶ୍ରମ କରି ନିଜ ଜୀବନରେ ଆଗକୁ ବଢିବାକୁ ପଡିବ । ଗରିବ ଦୁଖୀଙ୍କୁ ବସ୍ତ୍ର ଦାନ କାଲେ ଆପଣ ଆପଣଙ୍କ ଜୀବନରେ ସଫଳତା ପାଇପାରିବେ ।।
ମୀନ: ଆଜି ଆପଣଙ୍କ ଦିନଟି ଅଫିସରେ ବ୍ୟସ୍ତ ରହିବ । ଆପଣଙ୍କ ଭାଗ୍ୟ ଆପଣଙ୍କ ପୁରା ସାଥ ଦେବ । କର୍ମ କ୍ଷେତ୍ରକୁ ଆଖି ଆଗରେ ରଖି ଆପଣ ଆପଣଙ୍କ ଜୀବନରେ ଆଗକୁ ବଢିପାରିବେ । ପିଲାମାନେ ନିଜ ପରିଶ୍ରମର ଫଳ ପାଇବେ । ଯଦି ଆପଣ ବ୍ୟବସାୟ କରୁଥିବେ ତେବେ ଏହାକୁ ବଢାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଯଦି ଦରକାର ପଡେ ତେବେ କୌଣସି ଅନୁଭବି ଲୋକଙ୍କ ଠାରୁ ପରମର୍ଶ ନିଅନ୍ତୁ । ଏହି ସମୟରେ ଆପଣଙ୍କ ସ୍ଵଭାବ ଓ ବଚନ ଉପରେ ଖରାପ ପ୍ରଭାବ ପଡିପାରେ ।ତା ଛଡା ପାରିବାରିକ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ । ଏହି ସମୟରେ ଘରର ଏମିତି କୋଣସି ନିଷ୍ପତି ନିଅନ୍ତୁ ନାହିଁ ଯାହା ଦ୍ଵାରା ଆପଣ ସମସ୍ତଙ୍କ ଆଗରେ ଖରାପ ହୋଇଯିବେ । ପଶୁମାନଙ୍କୁ ମାଟିରେ ଗାଢ ଯାଇଥିବା ଏକ ପାତ୍ରରେ ପାଣି ପିଇବାକୁ ଦିଅନ୍ତୁ ଯାହା ଦ୍ଵାରା ଆପଣ ଆପଣଙ୍କ ଜୀବନରେ ଉନ୍ନତି କରିପାରିବେ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment