ତିଥି ଓ ପର୍ବ-ଦିବସ: ଆଜି ଫାଲ୍ଗୁନ ଶୁକ୍ଳ ନବମୀ ଦିବା ୧୦:୦୭:୩୨ ଗତେ ଦଶମୀ ତିଥି। ମିଥୁନଚନ୍ଦ୍ର ଦିବା ୦୪:୨୯ ଗତେ କର୍କଟଚନ୍ଦ୍ର। ପୁନର୍ବସୁ ରାତ୍ରି ୧୦:୪୩:୪୨ ଗତେ ପୁଷ୍ୟା ନକ୍ଷତ୍ର। ବିଶ୍ୱ ପାଣିପାଗ ବିଜ୍ଞାନ ଦିବସ। ଭଗତ ସିଂହ, ସୁଖଦେବ, ରାଜଗୁରୁଙ୍କ ଶହୀଦ ଦିବସ। ପବିତ୍ର ମସିହ ମଉଦ୍ ଦିବସ। ନବମୀ ତିଥିରେ ଲାଉ ଏବଂ ଦିବା ୧୦:୦୭:୩୨ ଗତେ ଦଶମୀ ତିଥିରେ କଳମଶାଗ ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।