ତିଥି ଓ ପର୍ବ-ଦିବସ: ଆଜି ଫାଲ୍ଗୁନ କୃଷ୍ଣ ଦ୍ୱାଦଶୀ ଦିବା ୦୨:୪୦:୪୨ ଗତେ ତ୍ରୟୋଦଶୀ ତିଥି। ମକରଚନ୍ଦ୍ର ଅହୋରାତ୍ର। ଶ୍ରବଣା ରାତ୍ରି ୦୯:୦୩:୧୨ ଗତେ ଧନିଷ୍ଠା ନକ୍ଷତ୍ର। ଶରଣ, ଶିବ ପ୍ରଦୋଷ ବ୍ରତ। ଶ୍ରବଣ ଦ୍ୱାଦଶୀ (ଏକାଦଶୀ ପରଦିନ ଶ୍ରବଣ ଦ୍ୱାଦଶୀ ହୋଇଥିବାରୁ ଉଭୟ ଦିନ ଉପବାସ କରି ୧୩ଶୀରେ ପାରଣା କର୍ତ୍ତବ୍ୟ। ଧୂମପାନ ନିଷେଧ ଦିବସ (ମାର୍ଚ୍ଚ ୨ୟ ବୁଧବାର)। ଦ୍ୱାଦଶୀ ତିଥିରେ ପୋଇ ଓ ମସୁରଡାଲି ଏବଂ ଦିବା ୦୨:୪୦:୪୨ ଗତେ ତ୍ରୟୋଦଶୀ ତିଥିରେ ବାଇଗଣ ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।