ଆଜିର ରାଶିଫଳ ରବିବାର ୦୪ ଏପ୍ରିଲ ୨୦୨୧

ମେଷ: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ କାଟିବେ । ଭବିଷ୍ୟତରେ ଉନ୍ନତି ପାଇଁ ଅଧିକ ପ୍ରୟାସ କରନ୍ତୁ । ଧନ ଲାଭର ଯୋଗ ରହିଛି । ବ୍ୟବସାୟରେ ଉନ୍ନତି ଘଟିବ । ପ୍ରିୟଜନ ମାନଙ୍କର ସହଯୋଗ ମିଳିବ । ଆଜି ଆପଣ ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ଛାତ୍ରମାନେ ନିଜର କଠିନ ପରିଶ୍ରମ କରି ଜୀବନରେ ସଫଳ ପାଇ ପାରିବେ । ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖନ୍ତୁ । ନିଜ ବଚନ ଉପରେ ନିୟନ୍ତ୍ରଣ କରନ୍ତୁ । ଅଫିସରେ ନିଜ ସହ କର୍ମୀଙ୍କର ସହଯୋଗ ମିଳିବ । କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ଅଟେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ବୃଷ:  ଏହି ରାଶିର ଲୋକମାନେ ଆଜି ବିଦେଶ ଯାତ୍ରା କରିବାର ଆଶଙ୍କା ରହିଛି । ଆଜି ଛାତ୍ରମାନଙ୍କର ଦିନଟି ଭଲରେ କାଟିବ । ଆଜି ଆପଣଙ୍କ ଦିନଟି ଭଲରେ ରହିବ । ବ୍ୟବସାୟରେ ଭଲ ଲାଭ ମିଳିବ । କର୍ମ କ୍ଷେତ୍ରରେ ସହ ଯୋଗୀ ମାନଙ୍କର ସମର୍ଥନ କରିବେ । କୌଣସି ନୂଆ ଯୋଜନାର ଆରମ୍ଭ କରି ପାରିବେ । ଦାମ୍ପତ୍ୟ ଜୀବନରେ ଆପଣ ନିଜ ସାଥିଙ୍କ ସହ ଭଲ ସମୟ କଟାଇବେ ଓ ପରସ୍ପର ଭିତରେ ଭଲ ବୁଝାମଣା ରହିବ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବେ ।
ମିଥୁନ: ଏହି ରାଶିର ଲୋକମାନଙ୍କର ସାଙ୍ଗ ସାଥିଙ୍କ ସହ ହସ ମଜାରେ ସମୟଟି କଟିବ । ଆପଣ ଆଜି ଆଧ୍ୟାତ୍ମିକତା କାମରେ ନିଜକୁ ବ୍ୟସ୍ତ ରଖିବେ । କୌଣସି କାରଣରୁ ଆପଣ ଖୁସି ଖବର ମିଳିପାରେ । ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ । ଦାମ୍ପତ୍ୟ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ଭଲ ବୁଝାମଣା ରହିବ । ବ୍ୟବସାୟରେ ଭଲ ଲାଭ ମିଳିବ । କର୍ମ କ୍ଷେତ୍ରରେ ଆପଣ କମ ସଫଳତା ପାଇବାରୁ ନିୟରସ ରହିବେ । ଚାକିରି କ୍ଷେତ୍ରରେ ଜଡିତ ଲୋକମାନେ ନିଜ କାମରେ ବ୍ୟସ୍ତ ରହିବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବେ । ନିଜ କଥା ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ସମ୍ପର୍କ ବଢାଇବାକୁ ଚେଷ୍ଟା କରନ୍ତୁ ।
କର୍କଟ: ଏହି ରାଶିର ଲୋକମାନେ ନିଜ ବଚନର ସଠିକ ଉପଯୋଗ କରନ୍ତୁ । ନଚେତ କିଛି ଲୋକ ଏହି ରାଶିର ଲୋକମାନଙ୍କର ଅତୀତର ଘଟିଥିବା ସବୁ ସମସ୍ୟାର ସମାଧାନ ହେବ । ଅନ୍ୟର ସାହାଜ୍ଯ ମିଳିବାରୁ ଆପଣ ନିଜ କାମରେ ଆଗକୁ ବଢି ପାରିବେ । ନିଜ ସାଙ୍ଗ ସାଥିଙ୍କ ସହ ଆପଣ ଅଧିକ ସମୟ ଅତିବାହିତ କରିବେ । ଯଦି ଆପଣ କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଞ୍ଚନ୍ତି ତେବେ ଆଜି ଦିନଟି ଠିକ ନୁହେଁ । ଆପଣ ଶାନ୍ତିର ସହ ନିଜର ସବୁ ନିସ୍ପତି ନେବା ପାଇ ପ୍ରୟାସ କରନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରିଥାନ୍ତି ସେମାନଙ୍କର ମଧ୍ୟ ଧ୍ୟାନ ରଖନ୍ତୁ । ଆଜି ଆପଣ ଜଗି ରଖି କାମ କରନ୍ତୁ । ନଚେତ ଭବିଷ୍ୟତରେ ଅସୁବିଧାରେ ପଡି ପାରନ୍ତି ।
ସିଂହ: ଏହି ରାଶିର ଲୋକମାନେ ଆଧ୍ୟାତ୍ମିକତା ଉପରେ ବିଶ୍ବାସ କରନ୍ତି । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । କୌଣସି ମହତ୍ବପୂର୍ଣ୍ଣ କାମରେ ଆପଣ ଯୋଗ ଦେବେ । ଆପଣ ଆଜି ନୂଆ କାମ ଆରମ୍ଭ କରି ପାରିବେ । ଆପଣ କୌଣସି କାରଣରୁ ଦୁଖ ପାଇ ପାରନ୍ତି । ଦରକାରୀ ଲୋକଙ୍କୁ ସାହାଜ୍ଯ କରିବାକୁ ପ୍ରୟାସ କରନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ପରିବାର ଲୋକଙ୍କ ସହ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଦାମ୍ପତ୍ୟ ଜୀବନରେ ନିଜ ସାଥିଙ୍କ ସହ ଭଲ ସମୟ ଅତିବାହିତ କରିବେ । ଛାତ୍ରମାନେ ନିଜ ପାଠ ପଢାରେ ଅଧିକ ପରିଶ୍ରମ କରି ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ ।
କନ୍ୟା: ଏହି ରାଶିର ଲୋକମାନେ ଅଫିସରେ ନିଜ କାମରେ ବ୍ୟସ୍ତ ରହିବେ । ବ୍ୟବସାୟରେ ଭଲ ଲାଭ ମିଳିବ । ଆଜି ପ୍ରିୟଜନ ମାନଙ୍କ ସହ କୌଣସି ସ୍ଥାନକୁ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଆଜି ଆପଣଙ୍କର କୌଣସି ସମସ୍ୟାର ସମାଧାନ ହେବ । ନିଜ ସହ କର୍ମୀ ଓ ଉଚ୍ଚ ଅଧିକାରୀ ମାନଙ୍କର ସହ ଯୋଗ ମିଳିବ । ଦୁଖୀ ଗରିବ ଲୋକମାନଙ୍କୁ ସାହାଜ୍ଯ କରନ୍ତୁ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଯେଉଁ ଲୋକମାନେ ଆପଣଙ୍କ ଉପରେ ଭରସା କରନ୍ତି ସେମାନଙ୍କର ଯତ୍ନ ନିଅନ୍ତୁ । ଦାମ୍ପତ୍ୟ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିପାରେ । ସେଥି ପାଇଁ ନିଜକୁ ଆପଣ ପ୍ରସ୍ତୁତ କରି ରଖନ୍ତୁ ।
ତୁଳା: ଏହି ରାଶିର ଲୋକମାନେ ଆଜି କୌଣସି ସମସ୍ୟାରୁ ନିଜକୁ ମୁକ୍ତ କରିବେ । ଆଜି ଆପଣ ବ୍ୟବସାୟରେ ଜଡିତ କାମକୁ ନେଇ ଦୂର ଜାଗାକୁ ଯାଇ ପାରନ୍ତି । ଅଧିକ ପରିଶ୍ରମ କରି ଜୀବନରେ ସଫଳତା ପାଇବାକୁ ଚେଷ୍ଟା କରନ୍ତୁ । ଧନ ଲାଭର ଯୋଗ ରହିଛି । ସାମାଜିକ କ୍ଷେତ୍ରରେ ଆପଣଙ୍କ ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ଯାହା ପାଇଁ ଆପଣ ସବୁ କ୍ଷେତ୍ରରେ ପ୍ରଶଂସା ପାଇ ପାରିବେ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ସାଙ୍ଗ ସାଥିଙ୍କ ସହ ଆଜି ଦିନଟି ଆପଣଙ୍କର ହସ ଖୁସିରେ କାଟିବ । କୌଣସି ସମାରୋହରେ ଆପଣ ଯୋଗ ଦେଇ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ ।
ବିଛା:  ଏହି ରାଶିର ଲୋକମାନଙ୍କର ସମୟ ସହ କୌଣସି ଅଧୁରା କାମ ପୁରା ହେବ । ନିଜ ବିଚରକୁ ଅନ୍ୟ ସହ ବାଣ୍ଟିବାକୁ ଆପଣ ଆଗ୍ରହୀ ହେବେ । ଯେଉଁଥିରେ ଆପଣଙ୍କର ଲାଭ ମଧ୍ୟ ହେବ । ଦାମ୍ପତ୍ୟ ଜୀବନରେ ନିଜ ସଙ୍ଗିନୀଙ୍କ ସହ ଭଲ ବୁଝାମଣା ରହିବା ସହ ଅଧିକ ସମୟ ଅତିବାହିତ କରିବେ । ନିଜ ଠାରୁ ବଡ ଓ ଉଚ୍ଚ ଅଧିକାରୀଙ୍କ ସହ ଯୋଗ ମିଳିବା ଦ୍ଵାରା ଆପଣ ନିଜ କର୍ମ କ୍ଷେତ୍ରରେ ସଫଳ ହେବେ । ସମସ୍ତଙ୍କ ପ୍ରଶଂସା ଯୋଗ୍ୟ ମଧ୍ୟ ହୋଇପାରିବେ । ନିଜ ଆୟ ଉପରେ ନିୟନ୍ତ୍ରଣ ରଖି ଖର୍ଚ୍ଚ କରନ୍ତୁ । ନଚେତ ଭବିଷ୍ୟତରେ ଅସୁବିଧାରେ ପଡି ପାରନ୍ତି । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବେ ।
ଧନୁ: ଏହି ରାଶିର ଲୋକମାନେ କିଛି ନୂଆ ଯୋଜନା କରିବେ ଯାହା ଆପଣଙ୍କୁ ଆପଙ୍କ ବ୍ୟବସାୟରେ ଲାଭ ଆଣିଦେବ । ନିଜ ପରିବର୍ଗଙ୍କ ସହ ଅଧିକ ସମୟ ବିତାଇବାକୁ ପ୍ରୟାସ କରନ୍ତୁ । ଛାତ୍ରମାନେ ନିଜ ପରୀକ୍ଷାରେ ଉତିର୍ଣ୍ଣ ହେବେ । ଲୋକମାନଙ୍କର ଭଲ ପାଇବା ଓ ସମର୍ଥନ ମିଳିବା ଯୋଗୁ ଆପଣ ନିଜ ଜୀବନରେ ଆଗକୁ ବଢିପାରିବେ । ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି କର୍ମ କ୍ଷେତ୍ରରେ ଆଗକୁ ବଢନ୍ତୁ । ଯେଉଁ ଲୋକମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ନିଜ ବ୍ୟକ୍ତିଗତ ସୀମା ଭିତରେ ରହି ନିଜ ଭୁଲକୁ ସୁଧାରିବାକୁ ଚେଷ୍ଟା କରନ୍ତୁ ।
ମକର : ଏଏହି ରାଶିର ଲୋକମାନଙ୍କର ଆର୍ଥିକ ଅବସ୍ଥାରେ ସୁଧାର ଆସିପାରେ । ଆପଣ ଆଜି ଘରର କୌଣସି କାମରେ ନିଜକୁ ବ୍ୟସ୍ତ ରଖିବେ । ବ୍ୟବସାୟରେ ଭଲ ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ନିଜ ସାଥିଙ୍କ ସହ ବୁଝି ବିଚାରୀ କଥାବାର୍ତ୍ତା କରନ୍ତୁ ଓ ଅଧିକ ସମୟ ବିତେଇବାକୁ ଚେଷ୍ଟା କରନ୍ତୁ । କୌଣସି କାମର ଅସଫଳତା ଯୋଗୁ ଆପଣ ଦୁଖରେ ରହିବେ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବେ ନଚେତ କୌଣସି କାରଣରୁ ଆପଣଙ୍କ ଦେହ ଖରାପ ହୋଇପାରେ । ଛାତ୍ରମାନେ ନିଜ ପାଠ ପଢାରେ ଅଧିକ ସମୟ ଦେବାକୁ ଚେଷ୍ଟା କରନ୍ତୁ । ତେବେ ସେମାନେ ସଫଳ ହୋଇପାରିବେ । ନିଜ ଚିନ୍ତାଧାରାକୁ ବଦଳାଇ ଜୀବନରେ ଆଗକୁ ବଢନ୍ତୁ ।
କୁମ୍ଭ:ଏହି ରାଶିର ଲୋକମାନେ ଆଜି ଦିନରେ ନିଜର ସଠିକ ନିସ୍ପତି ନେବାକୁ ସମର୍ଥ ହେବେ । ଯାହା ଭବିଷ୍ୟତରେ ତାଙ୍କୁ ସଫଳତା ଦେଇପାରିବ । କାର୍ଯ୍ୟ କ୍ଷେତ୍ରରେ ଆପଣ ନିଜକୁ ବ୍ୟସ୍ତ ରଖିବେ । ଅଧିକ ପରିଶ୍ରମ କରିଥିବାରୁ ଆପଣ ଆଜି ସଫଳତା ପାଇବେ । ଆପଣ ନିଜ ସାଙ୍ଗ ସାଥିଙ୍କ ସହ ଭଲ ସମୟ ଅତିବାହିତ କରିବେ । ଧନ ଲାଭର ଯୋଗ ରହିଛି । ଘର ଲୋକଙ୍କ ସହ କୌଣସି କାରଣରୁ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ ।
ମୀନ: ଏହି ରାଶିର ଲୋକମାନଙ୍କର ବ୍ୟବସାୟ ଜଡିତ କାମ ପାଇ ମାନସିକ ଚିନ୍ତାରେ ରହିବେ । ଅଫିସରେ ନିଜ ଉଚ୍ଚ ଅଧିକାରୀ ଓ ସହକର୍ମୀ ମାନଙ୍କର ସମର୍ଥନ ପାଇବେ । ଯାହା ଆପଣଙ୍କୁ ସଫଳତା ଆଣି ଦେଇପାରିବ । କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ନିଜକୁ କୌଣସି ସମସ୍ଯା ଠାରୁ ଦୂରେଇ ରଖନ୍ତୁ । ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବେ । ସମାଜରେ ଆପଣଙ୍କ ମାନ ସମାନ ବୃଦ୍ଧି ହେବ । ସନ୍ତାନମାନଙ୍କ ପାଇଁ ଆପଣ କୌଣସି ଖୁସି ଖବର ପାଇ ପାରିବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment