ତିଥି ଓ ପର୍ବ-ଦିବସ: ଆଜି ଫାଲ୍ଗୁନ କୃଷ୍ଣ ଷଷ୍ଠୀ ରାତ୍ରି ୦୯:୫୯:୧୨ ଗତେ ସପ୍ତମୀ ତିଥି। ତୁଳାଚନ୍ଦ୍ର ସନ୍ଧ୍ୟା ୦୬:୨୦ ଗତେ ବିଛାଚନ୍ଦ୍ର। ବିଶାଖା ରାତ୍ରି ୧୧:୫୭:୫୭ ଗତେ ଅନୁରାଧା ନକ୍ଷତ୍ର। ରାଷ୍ଟ୍ରୀୟ ନିରାପତ୍ତା ସପ୍ତାହ ଆରମ୍ଭ (ମାର୍ଚ୍ଚ ୪ରୁ ୧୧)। ଷଷ୍ଠୀ ତିଥିରେ ନିମ୍ବ ଏବଂ ରାତ୍ରି ୦୯:୫୯:୧୨ ଗତେ ସପ୍ତମୀ ତିଥିରେ ତାଳ ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।