ଆଜିର ରାଶିଫଳ ମଙ୍ଗଳବାର ୦୪ ମଇ ୨୦୨୧

ମେଷ: ଆପଣଙ୍କର ମଧୁର ବଚନ ପାଇଁ ଆପଣ ଅନେକ ଲୋକଙ୍କ ପାଖରେ ପ୍ରିୟ ହୋଇ ପାରନ୍ତି । ଆପଣ ନିଜ ଭାଇ ଭଉଣୀ ମାନଙ୍କ ପାଖରୁ କିଛି ଭଲ ଖବର ପାଇ ପାରିବେ । ଆପଣ ନିଜର କାମରେ ଅଧିକ ବ୍ୟସ୍ତ ରହିବେ । ଅଧିକ କାମ ଯୋଗୁ ଆପଣ ଥକା ଅନୁଭବ କରିବେ । ଆପଣ ଯଦି କିଛି ନୂଆ କାମ କରିବାକୁ ଚାହାଁନ୍ତି ତେବେ ଏହା ଉପଯୁକ୍ତ ସମୟ ଅଟେ । ଆପଣଙ୍କର ଭାଗ୍ୟ ଅଭି ଆପଣଙ୍କର ସହ ଅଛି ।
ବୃଷ: ଆପଣ ଯଦି କିଛି ଲୋନ ପାଇଁ ଆବେଦନ କରିଥିଲେ ଓ ଏହା ଆଜି ଯାଏଁ ହୋଇ ନଥିଲା ତେବେ ଏହା ହେବାର ଯୋଗ ଦେଖାଉଛି । ପରିବାରରେ ଆପଣ ଅଧିକ ସୁଖ ଭୋଗ କରିବେ । ଆପଣ ଯଦି ଚାହାଁନ୍ତି ତେବେ ନିଜର ଚାକିରି ଛାଡି ପାରିବେ । ଆପଣ ଙ୍କର ଉପର ପଦବୀରେ ଥିବା ଲୋକ ମାନେ ବଦଳି ହୋଇ ପାରନ୍ତି । ଆପଣ ଙ୍କର ବାପା ଆପଣଙ୍କୁ କିଛି ଆର୍ଥିକ ସାହାଜ୍ଯ ମାଗି ପାରନ୍ତି । ନୂଆ ଆସିଥିବା ଅଧିକାରୀ ମାନେ ଆପଣଙ୍କ ପାଇଁ ଭଲ କାମ କରିବେ । ଧ୍ୟାନ ରଖିବେ ସବୁ ବେଳେ ନିଜର ମନକୁ ସାନ୍ତ ରଖନ୍ତୁ । ଏହି ସମୟରେ ଆପଣଙ୍କର ପୈତୃକ ସମ୍ପତି ବିକ୍ରି ହୋଇ ଯାଇ ପାରେ ।
ମିଥୁନ: ଆପଣଙ୍କର ସମୟ ନିଜର ଜୀବନ ସାଥି ସହ ଭଲ କଟିବ । ଆପଣଙ୍କର ନିଜର ସମୟର ପଛକୁ ଗଲା ଭଳି ଲାଗିବ । ନିଜର ଜୀବନର ସୁଖ ସବୁ ଫେରି ଆସିଲା ପରି ଜଣା ପଡିବ । ଯେଉଁ ମାନେ ଗ୍ଲାମର ଦୁନିଆରେ ପାଦ ଥାପିବାକୂ ଚାହୁଁଛନ୍ତି ସେମାନେ ନିଜର ଫୋଟୋ ଗ୍ରାଫିର ଦୁନିଆରେ ନିଜର ଭାଗ୍ୟକୁ ଆପଣେଇ ପାରିବେ । ନିଜର ଘର କରିବାର ଯୋଗ ମଧ୍ୟ ଅଛି । ଆପଣ ଏହି ସମୟରେ ନିଜର ଜାଗା କିଣିବାର ଯୋଗ ଅଛି । ଆପଣ ନିଜକୁ ନିୟନ୍ତ୍ରଣରେ ରଖିବେ କାରଣ ଅଧିକ ଖୁସି ଭିତରେ ଆପଣ କିଛି ଭୁଲ ମଧ୍ୟ କରି ପାରନ୍ତି ।
କର୍କଟ: ଆପଣଙ୍କର ଆର୍ଥିକ ସ୍ଥିତି ସୁଧୁରିବ । ଆପଣ ଅଧିକରୁ ଅଧିକ ପାଇସା କମେଇବେ । ନିଜର ପ୍ରିୟ ଲୋକଙ୍କ ସହ ଆପଣ କିଛି ଭଲ ମୁହୂର୍ତ ବିତାଇ ପାରିବେ । ଆପଣ ପସନ୍ଦ କାରୁଥିବା ବ୍ୟକ୍ତି ଆପଣଙ୍କ ଜୀବନରେ ଆସି ପାରନ୍ତି । ନିଜକୁ ଅନ୍ୟ ଲୋକଙ୍କ ବିବାଦରୁ ଦୂରେଇ ରଖନ୍ତୁ । ଆପଣଙ୍କର କିଛି ପୁରୁଣା ବନ୍ଧୁଙ୍କ ସହ ଆପଣଙ୍କର ଦେଖା ହୋଇ ପାରେ । ଆପଣ ନିଜର ବନ୍ଧୁ ମାନଙ୍କ ସହ କିଛି ଭୋଜି କିମ୍ବା କିଛି ପୁରୁଣା ଦିନ ଉପଭୋଗ କରିବେ ।
ସିଂହ: ଆପଣ ନିଜକୁ ଅଧିକ ରୁ ଅଧିକ ସାମାଜିକ କାମରେ ନିଯୋଜିତ ରଖିବେ । ଆପଣଙ୍କର କାମରେ ପ୍ରତେକ ଲୋକ ଆପଣଙ୍କର ପ୍ରଶଂସା କରିବେ । ଆପଣଙ୍କର ପରିବାରରେ ଖୁସି ଓ ଶାନ୍ତି ରହିବ । ଆପଣ ଖୁସି ଓ ସବୁବେଳେ ନିଜକୁ ମାନସିକ ଚିନ୍ତାରୁ ମୁକ୍ତ ପାଇବେ । ଆପଣ ନିଜର ଘର ପରିବାର ସହ ଅଧିକ ସମୟ ବିତାଇବାକୁ ପାଇବେ । ଯେଉଁ ମାନେ ନିଜ ପାଇଁ ଚାକିରି ଖୋଜୁଛନ୍ତି ସେମାନେ ନିଜର ମନ ପସନ୍ଦର କାମ ପାଇବେ । ଅଚାନକ କିଛି ଲୋକଙ୍କ ଦ୍ଵାରା ଆପଣ ଲାଭ ବାନ ହେବେ ।
କନ୍ୟା: ଆପଣଙ୍କର କିଛି କାମରେ କାରିଥିବା ପରିଶ୍ରମ ଆପଣଙ୍କର ଜୀବନକୁ ବଦଳାଇ ଦେବ । କିଛି ମହତ୍ଵପୂର୍ଣ୍ଣ ବ୍ୟକ୍ତି ମାନଙ୍କ ସହ ଆପଣ ନିଜର ପରିଚୟ ବୃଦ୍ଧି କରି ପାରିବେ । ନିଜର ମନ ଚାହୁଁ ଥିବା ଧର୍ମ ସ୍ଥଳୀକୁ ଆପଣ ଯାଇ ପାରିବେ । ଆପଣ ନିଜର ମନକୁ ନିଜର ଆୟତରେ ରଖନ୍ତୁ କାରଣ ମନ ପ୍ରଫୁଲ ଥିବା ସମୟରେ ଆମେ ଅନେକ ଭୁଲ କରି ଥାଉ । ଛାତ୍ର ଛାତ୍ରୀ ମାନେ ନିଜର ପରିଶ୍ରମର ଫଳ ନିଶ୍ଚୟ ପାଇବେ । ନିଜର କିଛି ଜିନିଷ ବନ୍ଧା ପକାଇ ଯଦି ଆପଣ କିଛି ପଇସା ଆଣିଛନ୍ତି ତେବେ ତାହାକୂ ଫେରାଇ ଦିଅନ୍ତୁ । କାରଣ ଆପଣ ସମୟରେ ପଇସା ନ ଦେଲେ ଆପଣ ମାଲି ମକୋଦମାର ସାମ୍ନା କରି ପାରିବେ । ପିଲା ମାନେ ନିଜର ସମୟକୁ ଖୁବ ଆନନ୍ଦରେ ବିତାଇବେ ।।
ତୁଳା: ନିଜର ମନର କଥାକୁ ଆପଣ ଲୋକଙ୍କ ସହ ବାଟନ୍ତୁ । ନିଜର ପରିବାରକୁ ନିଜର ମନ କଥା କୁହନ୍ତୁ । ଆପାଣ ନିଜର ଧନକୁ କିଛି ଭଲ ଜାଗାରେ ନିବେଶ କରି ପାରିବେ । ଯଦି ଆପଣ ଚାହାଁନ୍ତି ତେବେ ନିଜକୁ ସାଧୁ ସନ୍ୟାଶି ମାନଙ୍କ ସେବାରେ ଲଗେଇ ପାରିବେ ଏହା ଦ୍ଵାରା ଆପଣ ନିଜର ମାନସିକ ଶାନ୍ତି ପାଇ ପାରିବେ । ଆପାଣଙ୍କର ପରିବାରରେ କିଛି ସାମାସ୍ୟା ଆସି ପାରେ ଦେଖି ଚାହିଁ ନିଜର ନିଷ୍ପତି ନେବେ ନହେଲେ ଭବିଷ୍ୟତରେ ଆପାଣ ହଇରାଣ ହୋଇ ପାରନ୍ତି ।
ବିଛା:  ଅନେକ ଦିନରୁ ଅଟକିଥିବା କାମ ଆପଣ ସମ୍ପୂର୍ଣ କରିବେ । ନିଜର ରୁଚି ବଦଳିବ ଆପଣ ନୂଆ ରୁଚି ରଖିବେ । ଏହି ସମୟ ଆପଣଙ୍କ ପାଇଁ ବହୁଥିବା ପାଣି ଭଳି ଏଥିରେ ଆପଣ ନିଜର ଯାହା ମନସ୍କାମନା ପୂରଣ କରିବାକୂ ଚାହାଁନ୍ତି ତାହା କରି ପାରିବେ । ବିଦ୍ୟାର୍ଥୀ ମାନେ ନିଜର ବୁଦ୍ଧି ବଳରେ ନିଜର ପ୍ରତି ଦ୍ଵନ୍ଦିଙ୍କୁ ହରାଇବେ । ନୂଆ ରିସର୍ଚ କରି ପାରନ୍ତି । ନିଜ ଉପରେ ଭରସା ରଖନ୍ତୁ ଓ ନିଜକୁ ଚାଲୁଥିବା ସମୟରେ ମିଶାଇ ଆଗକୁ ନିଅନ୍ତୁ ଅନେକ ଶୁଭ ଫଳ ପାଇବେ ।
ଧନୁ: ପରିବାରରେ ନିଜର ଭଲ ସମୟ ବିତାଇବେ । ନିଜର ବାପା ମାଙ୍କୁ ଏହି ସମୟରେ ଅଧିକ ଭକ୍ତି କରିବେ । ଏଭଳି କରିବା ଦ୍ଵାରା ଆପାଣ ନିଜର ଭଲ ସମୟର ଆରମ୍ଭ କରି ପାରିବେ । ଆପଣଙ୍କୁ ନାକାରାତ୍ମକ ଶକ୍ତିରୁ ମୁକ୍ତି ମିଳିବ । ଯେଉଁ ମାନେ ରାଜନୀତିରେ ଅଛନ୍ତି ସେମାନେ ନିଜର ଏହି କ୍ଯାରିୟର ରେ ଆଗକୁ ଯିବେ । ଆପଣ ନିଜର ଭବିଷ୍ୟତର ଯୋଜନା କରି ପାରିବେ । ଆପଣଙ୍କର ଘରକୁ ନେଇ ସବୁ ବେଳେ ଅଧିକ ଚିନ୍ତା ରହିବା ତେଣୁ ଆପଣ ଘରକୂ ଆସିଲେ ଅନ୍ୟ ଲୋକ ମାନଙ୍କ ଉପରେ ରାଗିବେ ।
ମକର : ବ୍ୟାବସାୟରେ ଆପଣ ପ୍ରଚୁର ଲାଭ ପାଇବେ ଆପଣ ଏହି ସମୟରେ ଅନେକ ଅର୍ଥ କମେଇବେ । ଆର୍ଥିକ ସ୍ଥିତି ଆପଣଙ୍କର ସୃଦୃଢ ହେବ । ଆପଣ ନିଜର ସମ୍ପତିକୁ କାହାକୁ ଦେଖା ରକ୍ଷା କରିବାକୁ ଦେବା ପୂର୍ବରୁ ସେହି ଲୋକକୁ ଭଲକି ଜାଣି ନିଅନ୍ତୁ । ନିଜ ବ୍ୟବସାୟରେ ବି ଯଦି ଆପଣ କାହାକୁ ନୁଯୁକ୍ତି କରିବାକୁ ଚାହୁଁ ଛନ୍ତି ତେବେ ଭଲ ଭାବରେ ତାକୁ ଜାଣି ନିଅନ୍ତୁ ପ୍ରଥମେ ।
କୁମ୍ଭ: ସନ୍ଧ୍ୟା ସୁଦ୍ଧା ତୁମେ କିଛି ଭଲ ଖବର ପାଇବ, ଯାହା ଘରର ପରିବେଶକୁ ଖୁସିରେ ପରିପୂର୍ଣ୍ଣ କରିବ । ସଭା ଏବଂ ପ୍ରଦର୍ଶନରେ ଆପଣ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାକୁ ଯାଉଛନ୍ତି କାରଣ ଆପଣଙ୍କ ପାଇଁ ଯେକଣସି ଉପାୟ ସହିତ ଯୋଗାଯୋଗ କରନ୍ତୁ । ଜଣେ ଯତ୍ନକାରୀ କିମ୍ବା ମା ପରି ମହିଳା ଆପଣଙ୍କୁ ଏକ ଗାଡି କିମ୍ବା ଘର ମରାମତି କରିବାରେ ସାହାଯ୍ୟ କରିବାକୁ ଡାକି ପାରନ୍ତି । ଯଦି ଆପଣ ବିଦେଶ ଯିବାକୁ ଚିନ୍ତା କରୁଥିଲେ, ତେବେ ଏଥର ଆପଣଙ୍କ ସମ୍ଭାବନା ପୂରଣ ହେବାର ସମ୍ଭାବନା ଅଧିକ । ଆପଣ ଏହି ସମୟରେ ବିଶେଷ ବ୍ୟକ୍ତିଙ୍କୁ ଭେଟି ପାରିବେ । ତୁମର ପରିଷ୍କାର ଜୀବନଶଇଳୀ ଘରେ ଚାପ ସୃଷ୍ଟି କରିପାରେ, ତେଣୁ ବିଳମ୍ବିତ ରାତିରେ ବାହାରକୁ ଯିବା ଏବଂ ଅଧିକ ଖର୍ଚ୍ଚ କରିବା ଠାରୁ ଦୂରେଇ ରୁହ ।
ମୀନ: କୌଣସି ପୁରୁଣା ବନ୍ଧୁଙ୍କ ସାହ ଦେଖା ହେବା ପରେ ଆପାଣ ତାଙ୍କ ଘରକୁ ଯାଇ ପାରନ୍ତି । ଆପଣ ଅଧିକ ସମୟ ଭାବିବାରେ ନଷ୍ଟ କରୁଛନ୍ତି ତା ଅପେକ୍ଷା ନିଜର ପିଲା ମାନଙ୍କ ବିଷୟରେ ଭାବନ୍ତୁ ଓ ନିଜର କର୍ମ ବିଷୟରେ ଭାବନ୍ତୁ । ଆପଣ ଯଦି ଅଧିକ କଥା ହୁଅନ୍ତି ନାହିଁ ତେବେ ଏହି ସମୟ ଭଲ ନାଇ ଆପଣଙ୍କ ପାଇଁ । ନିଜର କଥାକୂ ଆପଣ ନିଜର ବନ୍ଧୁ କିମ୍ବା ନିଜର ପରିବାର ଲୋକଙ୍କ ସହ ବାଣ୍ଟନ୍ତୁ । ନିଜର ଦୁଃଖ କହି ନିଜକୁ ଦେଉ ଥିବା ଯାତନାରୁ ମୁକ୍ତି ଦିଅନ୍ତୁ । କ୍ରୋଧ ଆପଣଙ୍କୁ ନିଜର ବସରେ ରଖିବ । ଯେତେବେଳେ ଆପଣଙ୍କୁ ରାଗ ଲାଗିବ ଆଗ କିଛି ପାଣି ପିଆନ୍ତୁ ନାଇତ କିଛି ଭଗବାନଙ୍କ ଭଜନ ସୁଣନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ମନ ପ୍ରଫୁଲ ରାହିବ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment