ଆଜିର ରାଶିଫଳ ଶନିବାର ୦୫ ଜୁନ ୨୦୨୧

ମେଷ: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ ରହିବ । କୌଣସି ନୂଆ କାମ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ଅଟେ । ବ୍ୟବସାୟରେ ଭଲ ଲାଭ ମିଳିବ । ଧନ ଲାଭର ଯୋଗ ରହିଛି । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଛାତ୍ରମାନେ କଠିନ ପରିଶ୍ରମ କରି ନିଜ ଜୀବନରେ ସଫଳତା ପାଇପାରିବେ । ଆପଣ ଯେଉଁ କଥାଟି କହୁଛନ୍ତି ତାହା ଭାବି ଚିନ୍ତି କୁହନ୍ତୁ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।।
ବୃଷ: ଏହି ରାଶିର ଲୋକ ମାନେ ଧର୍ଯ୍ୟର ସହ କୌଣସି କାମକୁ କରିବାକୁ ଚେଷ୍ଟା କରନ୍ତୁ । ବିଦେଶକୁ ଯାତ୍ରା କରିବାର ଆଶଙ୍କା ରହିଛି । ଦାମ୍ପତ୍ୟ ଜୀବନରେ ନିଜ ଜୀବନ ସାଥିଙ୍କ ସହ ଭଲ ସମୟ ଅତିବାହିତ କରିବେ । ଆଜି ଆପଣଙ୍କ ଦିନଟି ଭଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ମିଳିବ । ବ୍ୟବସାୟରେ ବୃଦ୍ଧି ହେବ । ସମାଜରେ ଆପଣଙ୍କର ମାନ ସମାନ ବଢିବ । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ଆଶୀର୍ବାଦ ନେଇ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ନିଜ ଦେହ ପ୍ରତି ଯତ୍ନବାନ ହୁଅନ୍ତୁ ।
ମିଥୁନ: ଏହି ରାଶିର ଲୋକ ମାନେ ନିଜ ପରିବାର ଓ ସାଙ୍ଗ ସାଥିଙ୍କ ସହ ଭଲ ସମୟ ଅତିବାହିତ କରିବେ । ନୂଆ ସାଙ୍ଗ ସାଥିଙ୍କ ଭେଟା ହୋଇପାରେ । ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ଭଲ ବୁଝାମଣା ରହିବ । ହଠାତ ଧନ ଲାଭର ଯୋଗ ରହିଛି । ବ୍ୟବସାୟରେ ଉନ୍ନତି ଘଟିବ । ଚାକିରି କ୍ଷେତ୍ରରେ ଥିବା ଲୋକ ମାନଙ୍କର ଦିନଟି ଭଲରେ କଟିବ । ନିଜ ସହକର୍ମୀ ମାନଙ୍କ ସହଯୋଗ ମିଳିବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅଧିକ ପରିଶ୍ରମ କରି କମ ସଫଳତା ପାଇଥବାରୁ ଆପଣ ମାନସିକ ଚିନ୍ତାରେ ରହିବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବେ ।
କର୍କଟ: ଏହି ରାଶିର ଲୋକ ମାନଙ୍କର ସମସ୍ତ ସମସ୍ୟାର ସମାଧାନ ହେବ । ନୂଆ କାମ ଆରମ୍ଭ କରିବାକୁ ଚାହୁଁ ଥିଲେ ଆଜି ଦିନଟି ଶୁଭ ନୁହେ । ଆପଣଙ୍କ ବ୍ୟବସାୟ ମଧ୍ୟମ ଧରଣର ରହିବ । ନିଜ ସାଙ୍ଗ ସାଥିଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ପ୍ରିୟଜନ ମାନଙ୍କ ସହ କୌଣସି ସମାରୋହରେ ଯୋଗ ଦେବେ । ଏହି ସମୟରେ ଶାନ୍ତିର ସହ ନିଜ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖିବାକୁ ପ୍ରୟାସ କରନ୍ତୁ ।
ସିଂହ: ଏହି ରାଶିର ଲୋକ ମାନେ ନିଜ କର୍ମ କ୍ଷେତ୍ରରେ ସଫଳ ହେବେ । ଆପଣଙ୍କ ବ୍ୟବସାୟରେ ଭଲ ଲାଭ ମିଳିବ । କୌଣସି ନୂଆ ଯୋଜନା କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ଅଟେ । ଦାଂପତ୍ଯ ଜୀବନରେ ସାଥିଙ୍କ ସହ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି ଓ ପରସ୍ପର ସହ ଭଲ ସମୟ ବିତାଇବେ। କୋଣସି କାରଣରୁ ଆପଣ ମାନସିକ ଚିନ୍ତାରେ ରହିବେ । ସେଥି ପ୍ରତି ଧ୍ୟାନ ଦେବେ । ଆପଣ ଆଜି ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । କଠିନ ପରିଶ୍ରମ କରି ନିଜ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ ।
କନ୍ୟା: ଏହି ରାଶିର ଲୋକ ମାନେ ଅଫିସରେ କୌଣସି ଖୁସି ଖବର ପାଇ ପାରିବେ । ନିଜକୁ କାମରେ ବ୍ୟସ୍ତ ରଖିବେ । ଆପଣଙ୍କ ବ୍ୟବସାୟରେ କୌଣସି ସମସ୍ୟାର ସମାଧାନ ହେବ । କିନ୍ତୁ ତୁରନ୍ତ ଏହାର ସମାଧାନ ମଧ୍ୟ ହେବ । ଆପଣ ଆପଣଙ୍କ ଭବିଷ୍ୟତରେ କଠିନ ପରିଶ୍ରମ କରିଲେ ସଫଳତା ପାଇ ପାରିବେ । ସମାଜରେ ଆପଣଙ୍କର ପ୍ରତିଷ୍ଠାର ମାନ ସମାନ ବଢିବ । ଯାହା ପାଇଁ ଆପଣ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ ହେବ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
ତୁଳା: ଏହି ରାଶିର ଲୋକ ମାନେ ଆଜି ଦିନରେ କୋଣସି ସମସ୍ୟାରୁ ବାହାରି ଆସିବେ । ନିଜ ପାଇଁ କିଛି ସମୟ ବାହାର କରନ୍ତୁ । ଆପଣ ଆଜି କୋଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ ଓ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ବ୍ୟବସାୟରେ ଜଡିତ କୌଣସି କାମକୁ ନେଇ ଆପଣ ଆଜି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ବୁଝାମଣା ରହିବ ଓ ଅଧିକ ସମୟ ଅତିବାହିତ କରିବେ ।
ବିଛା: ଏହି ରାଶିର ଲୋକ ମାନଙ୍କର ସମୟ ସହ ସବୁ କାମ ପୂର୍ଣ୍ଣ ହେବ । ବ୍ୟବସାୟ କରୁଥିବା ଲୋକ ମାନଙ୍କୁ ସଫଳତା ମିଳିବ । ଆପଣ ନିଜ ଖର୍ଚ୍ଚକୁ ସାବଧାନର ସହ ନିୟନ୍ତ୍ରଣ କରନ୍ତୁ । ଯେଉ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ଧନ ଲାଭର ଯୋଗ ରହିଛି । ଛାତ୍ରମାନେ ନିଜ କର୍ମ କ୍ଷେତ୍ରରେ ସଫଳ ହେବେ । ସାମାଜିକ କ୍ଷେତ୍ରରେ ଆପଣଙ୍କର ଗୌରବର ମାନ ବଢିବ । ଯାହା ପରିଣାମ ସ୍ୱରୂପ ଆପଣ ପ୍ରଶଂସାର ପାତ୍ର ହେବେ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ନିଜ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାକୁ ପ୍ରୟାସ କରନ୍ତୁ ।
ଧନୁ: ଏହି ରାଶିର ଲୋକ ମାନେ ଆଜି କୌଣସି ନୂଆ ଯୋଜନା କରି ପାରିବେ । ଯେଉଁଥିରେ ସେମାନେ ସଫଳ ହେବେ । ଆପଣ ଆଜି ନୂଆ ବାତା ବରଣରେ ନିଜର ସଂପୂର୍ଣ୍ଣ ସମୟ କଟାଇବେ । ଲୋକ ମାନଙ୍କର ପ୍ରେମ ଓ ଭରସାର ଆପଣ ବିଶ୍ଵସ୍ତ ହେବେ । ବ୍ୟବସାୟରେ କୌଣସି ସମସ୍ଯା ଦେଖାଯିବ । ଆପଣ କୌଣସି ଦରକାରୀ ବ୍ଯକ୍ତିର ସାହାର୍ଯ୍ୟ କରିବେ । ନିଜ ପ୍ରିୟଜନ ମାନଙ୍କ ସହଯୋଗ ମିଳିବ । ନିଜ ସ୍ବାସ୍ଥ୍ୟର ଯତ୍ନ ନେବେ । ଆପଣ ନିଜ ଭୁଲକୁ ସୁଧାରିବାକୁ ପ୍ରୟାସ କରନ୍ତୁ । ଅଧିକ ପରିଶ୍ରମ କରି ନିଜ ଜୀବନରେ ସଫଳତା ପାଇବାକୁ ଚେଷ୍ଟା କରନ୍ତୁ ।
ମକର :ଏହି ରାଶିର ଲୋକ ମାନଙ୍କର ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ବ୍ୟବସାୟରେ ଭଲ ଲାଭ ମିଳିବ ।ନିଜ ସାଥିଙ୍କ ସହ ବୁଝି ବିଚାରୀ କଥାବାର୍ତ୍ତା କରନ୍ତୁ । ନିଜ ଠାରୁ ବଡ ଲୋକ ମାନଙ୍କ ପରାମର୍ଶ ନେଇ ଜୀବନରେ ଆଗକୁ ବଢିବାକୁ ପ୍ରୟାଶ କରନ୍ତୁ । କର୍ମ କ୍ଷେତ୍ରରେ ନିଜ ସହକର୍ମୀ ମାନଙ୍କର ସହଯୋଗ ମିଳିବ । କୌଣସି କାରଣରୁ ଆପଣ ଆଜି ନିରାଶ ରହିବେ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଆପଣ ନିଜ ଭାବନାକୁ ଅନ୍ୟକୁ କହିବାକୁ ଚେଷ୍ଟା କରନ୍ତୁ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଭଲ ବୁଝାମଣା ରହିବ ଓ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି । ଅଫିସରେ ଆପଣଙ୍କ ଦକ୍ଷତାର ପରୀକ୍ଷା କରାଯିବ ।
କୁମ୍ଭ: ଏହି ରାଶିର ଲୋକ ମାନେ କିଛି ଦିନରୁ କୌଣସି ନିର୍ଣ୍ଣୟ ନେବା ପାଇଁ ପ୍ରୟାସ କରୁଥିବେ । ଆଜି ଦିନରେ ଆପଣ ନିଜର ସଠିକ ନିସ୍ପତି ନେଇ ପାରିବେ । କର୍ମ କ୍ଷେତ୍ରରେ ଆପଣ ଆଜି ଅଧିକ ପରିଶ୍ରମ କରିବେ । ସେଥିରେ ଆପଣ ସଫଳ ମଧ୍ୟ ହେବେ । ନିଜ ପରିବାର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଭଲ ସମୟ ବିତାଇବେ । ବ୍ୟବସାୟରେ ଭଲ ଲାଭ ମିଳିବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମାନ ବଢିବ । ସମସ୍ତଙ୍କ ନଜରରେ ଆପଣ ନିଜ କର୍ମ ପାଇଁ ପ୍ରଶଂସା ପାଇବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମୀନ: ଏହି ରାଶିର ଲୋକ ମାନଙ୍କର ବ୍ୟବସାୟରେ ସମସ୍ଯା ଦେଖା ଯିବା ଯୋଗୁ ମାନସିକ ଚିନ୍ତାରେ ରହିବେ । ଆଜି ଆପଣ ବହୁତ ଖୁସିରେ ରହିବେ । ନିଜ ଲକ୍ଷ୍ୟରେ ପହଞ୍ଚିବାକୁ ଆପଣ ପ୍ରୟାସ ଜାରି ରଖନ୍ତୁ । ବ୍ୟବସାୟରେ ଭଲ ଲାଭ ମିଳିବ । କୌଣସି କ୍ଷେତ୍ରରୁ ଧନ ଲାଭର ଆଶଙ୍କା ରହିଛି । ନିଜ ସହ କର୍ମୀ ମାନଙ୍କର ସହଯୋଗ ମିଳିବ । ନିଜ ଉଦେଶ୍ୟକୁ ପୂରଣ କରିବା ପାଇଁ ଅଧିକ ପରିଶ୍ରମ କରନ୍ତୁ । ପରିବାର ଲୋକଙ୍କ ସହ ଆଜି ଦିନଟି ଆପଣଙ୍କର ଭଲରେ କଟିବ । କୋଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଛାତ୍ରମାନେ ନିଜ ପରୀକ୍ଷାରେ ଅଧିକ ପରିଶ୍ରମ କରିଲେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment