ତିଥି ଓ ପର୍ବ-ଦିବସ: ଶନିବାର ଫାଲ୍ଗୁନ କୃଷ୍ଣ ଅଷ୍ଟମୀ ସନ୍ଧ୍ୟା ୦୬:୧୦:୪୨ ଗତେ ନବମୀ ତିଥି। ବିଛାଚନ୍ଦ୍ର ରାତ୍ରି ୦୯:୩୮ ଗତେ ଧନୁଚନ୍ଦ୍ର। ଜ୍ୟେଷ୍ଠା ରାତ୍ରି ୦୯:୩୮ ଗତେ ମୂଳା ନକ୍ଷତ୍ର। କାଳାଷ୍ଟମୀ, ଅଷ୍ଟକା ଶ୍ରାଦ୍ଧ। ଅଷ୍ଟମୀ ତିଥିରେ ନଡ଼ିଆ ଓ ଆମିଷ ଏବଂ ସନ୍ଧ୍ୟା ୦୬:୧୦:୪୨ ଗତେ ନବମୀ ତିଥିରେ ଲାଉ ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।