ଆଜିର ରାଶିଫଳ ଗୁରୁବାର ୦୬ ମଇ ୨୦୨୧

ମେଷ:ଏହି ରାଶିର ଲୋକ ମାନଙ୍କର ଦିନ ଭଲ ରହିବ । ଆପଣ ମାତା ପିତାଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରି ପାରନ୍ତି । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ଆପଣ କର୍ମ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ଆଜି ଆପଣଙ୍କୁ ମିଳିବାକୁ ଯାଉଛି । ବ୍ୟବସାୟରେ ଭଲ ଲାଭ ହେବା ସହ ଅଧିକ ଉନ୍ନତି ମଧ୍ୟ ହେବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ସାହାଜ୍ଯ କରନ୍ତୁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ବୃଷ: ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । ପରିବାର ଲୋକଙ୍କ ସହ କୌଣସି ମାଙ୍ଗଳିକ କାର୍ଯ୍ୟରେ ଆପଣ ଯୋଗ ଦେବେ । ଧନ ଲାଭର ଆଶଙ୍କା ରହିଛି । ଛାତ୍ର ମାନେ ନିଜ ଜୀବନରେ ସଫଳ ହେବାକୁ ହେଲେ ଅଧିକ ପରିକ୍ରମା କରନ୍ତୁ । ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ଶିକ୍ଷକ ମାନେ କର୍ମ କ୍ଷେତରେ ସଫଳ ହେବେ । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରହିବେ । ଅଫିସରେ ଆପଣଙ୍କର କାମର ପ୍ରଶଂସା ହେବ । ଛାତ୍ର ମାନେ ନିଜ ପରୀକ୍ଷାରେ ସଫଳ ହେବେ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମିଥୁନ: ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି କ୍ଷେତ୍ରରୁ ଧନ ଲାଭର ଯୋଗ ରହିଛି । ବ୍ୟବସାୟୀ ମାନଙ୍କୁ ନିଜ କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ । ସମାଜରେ ଆପଣଙ୍କର ମାନ ସମାନ ବଢିବ । ଯାହା ଫଳରେ ଆପଣ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ଛାତ୍ର ମାନେ ଉଚ୍ଚ ଶିକ୍ଷା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ଆଜି ଆପଣଙ୍କୁ ନୂଆ ଦାୟିତ୍ଵ ମିଳିବାକୁ ଯାଉଛି । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । କୌଣସି ମହାନ ବ୍ୟକ୍ତିଙ୍କର ସାହାଜ୍ଯ ଆପଣଙ୍କୁ ମିଳିପାରେ ।
କର୍କଟ: ଏହି ରାଶିର ଲୋକ ମାନେ କାରବାରକୁ ନେଇ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ମହିଳା ମାନେ ନିଜ ପାଇଁ ନୂଆ ଉପହାର କିଣିବାରେ ବ୍ୟସ୍ତ ରହିବେ । ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ଆପଣଙ୍କୁ ମିଳିବ । ଆଜି ଆପଣ ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ଦାଂପତ୍ଯ ଜୀବନରେ ଜୀବନ ସାଥିଙ୍କ ସହ ଭଲ ସମ୍ଭଧ ରହିବ । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ଯେଉଁ ମାନେ ଆପଣଙ୍କ ଉପରେ ଭରସା କରନ୍ତି ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ସିଂହ: ଏହି ରାଶିର ଲୋକ ମାନଙ୍କୁ ମାତା ପିତାଙ୍କ ସହ ଯୋଗ ଆଜି ମିଳିବାକୁ ଯାଉଛି । ଯାହା ଫଳରେ ଆପଣ ଜୀବନର କର୍ମ କ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟରେ ଭଲ ଲଭ ହେବା ସହ ଅଧିକ ଉନ୍ନତି ମଧ୍ୟ ହେବାକୁ ଯାଉଛି । ଜୀବନ ସାଥିଙ୍କ ସହ କୌଣସି ସ୍ଥାନକୁ ଭ୍ରମଣ କରିବାକୁ ଯାଇ ପାରନ୍ତି । କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ ଉପଦେଶ ମିଳିବ । ସମାଜରେ ଆପଣଙ୍କର ମାନ ସମାନ ବଢିବ । ଯାହା ଫଳରେ ଆପଣ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ନିଜ ଭବିଷ୍ୟତକୁ ନେଇ କିଛି ନୂଆ ଯୋଜନା କରି ପାରିବେ ।
କନ୍ୟା: ଆଜି ଆପଣଙ୍କ ଦିନ ବହୁତ ଭଲରେ କଟିବ । ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେଇ ଆପଣ ନିଜକୁ ଧନ୍ୟ ମନେ କରିବେ । ଆପଣଙ୍କୁ ଜୀବନରେ ଅଧିକ ପରିଶ୍ରମ କରିବାକୁ ପଡିବ । ଯାହା ଫଳରେ ଆପଣ ସମସ୍ତଙ୍କ ନଜରରେ ପ୍ରଶଂସା ପାଇବେ । ଶିକ୍ଷକ ମାନେ ନୂଆ ପଦ ପାଇବାର ଯୋଗ ରହିଛି । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ଆଜି ଆପଣଙ୍କୁ ମିଳିବାକୁ ଯାଉଛି । ସନ୍ତାନ ମାନଙ୍କ ପାଇଁ କୌଣସି କାରଣରୁ ଆପଣ ଖୁସି ଖବର ପାଇ ପାରନ୍ତି । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ସେଥି ପାଇଁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।
ତୁଳା: ଏହି ରାଶିର ଲୋକ ମାନେ ପାରିବାରିକ ସମସ୍ୟାକୁ ନେଇ ମାନସିକ ଚିନ୍ତାରେ ରହିବେ । ସେଥି ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ମହିଳା ମାନେ ନିଜ ପାଇଁ କିଛି ନୂଆ ଜିନିଷ କିଣିବାରେ ବ୍ୟସ୍ତ ରହିବେ । ଯଦି ଆପଣ ଚାକିରି ବା ବ୍ୟବସାୟ କରୁଥାନ୍ତି ତେବେ ଅନ୍ୟ ସହ ଭଲ ବ୍ୟବହାର କରିବାକୁ ପ୍ରୟାସ କରନ୍ତୁ । ଭାଇ ଭଉଣୀଙ୍କ ସହ ଯୋଗ ଆପଣଙ୍କ ଜୀବନରେ ସଫଳତା ଆଣିଦେବ । ଛାତ୍ର ମାନେ ଶିକ୍ଷା କ୍ଷେତରେ ସଫଳ ହେବେ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଖୁସି ଖବର ମିଳିପାରେ ।
ବିଛା:  ଏହି ରାଶିର ଲୋକ ମାନଙ୍କର କୌଣସି ପୁରୁଣା ମିତ୍ର ସହ ଭେଟ ହୋଇପାରେ । ମହିଳା ମାନେ ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ନିଜକୁ ବ୍ୟସ୍ତ ରଖିବେ । ଦାଂପତ୍ଯ ଜୀବନରେ କିଛି କଥାକୁ ନେଇ ସମସ୍ଯା ହୋଇପାରେ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ନିଜ ପଡୋଶୀ ଓ ସମ୍ପର୍କୀୟଙ୍କ ସହ ଭଲ ସମ୍ଭଧ ରହିବ । ଆପଣ ନିଜ ପାଇଁ ଅଧିକ ସମୟ ବାହାର କରିବାକୁ ଚେଷ୍ଟା କରନ୍ତୁ । ସମାଜରେ ଆପଣଙ୍କ ମନ ସମାନ ବଢିବ । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କର ସହ ଯୋଗ ଆଜି ଆପଣଙ୍କୁ ମିଳିବ ।
ଧନୁ: ଏହି ରାଶିର ଲୋକ ମାନେ କୌଣସି ସମାରୋହରେ ଯୋଗ ଦେଇ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ଆପଣ ମିଠା ବଚନ କହି ଅନ୍ୟର ମନ ଜିତିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ । ଆଜି ଆପଣଙ୍କୁ କୌଣସି ନୂଆ ଦାୟିତ୍ଵ ମିଳିବାକୁ ଯାଉଛି । ଛାତ୍ର ମାନେ ନିଜ ଶିକ୍ଷା କ୍ଷେତ୍ରରେ ସଫଳ ହେବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ବିଦେଶକୁ ଯାତ୍ରା କରିବା ଯୋଗ ରହିଛି ।
ମକର :ଆଜି ଆପଣଙ୍କର ପାରିବାରିକ ସ୍ଥିତି ମଜବୁତ ରହିବ । ଆପଣ ନିଜ ସଚୋଟତାରେ ନେଇଥିବା ନିସ୍ପତି ପାଇଁ ଧନ ସଞ୍ଚୟ କରିବାରେ ସଫଳ ହେବେ । ଧନ ଲାଭ ଯୋଗୁ ଆପଣ ମାନସିକ ଚିନ୍ତାରୁ ମୁକ୍ତ ରହିବେ । ବ୍ୟବସାୟରେ ଭଲ ଲାଭ ମିଳିବ । ଦାଂପତ୍ଯ ଜୀବନରେ ନିଜ ଜୀବନ ସାଥିଙ୍କ ସହ ମତଭେଦ ହୋଇପାରେ । ସେଥି ପାଇଁ ଧ୍ୟାନ ଦିଅନ୍ତୁ । ଅଫିସରେ ଚାକିରି କରିଥିବା ବ୍ୟକ୍ତି ନିଜ ସହ କର୍ମୀ ମାନଙ୍କର ସହ ଯୋଗ ପାଇବେ । ମାତା ପିତାଙ୍କ ସହ ଯୋଗ ଆପଣଙ୍କ ଜୀବନରେ ସଫଳତା ଆଣିଦେବ । ସନ୍ତାନ ମାନଙ୍କ ତରଫରୁ ଆପଣ କୌଣସି ଖୁସି ଖବର ପାଇ ପାରନ୍ତି ।
କୁମ୍ଭ: ଏହି ରାଶିର ଲୋକ ମାନେ ନିଜ ପରିବାର ଲୋକଙ୍କ ସହ କୌଣସି ଜାଗାକୁ ଯାତ୍ରା କରି ପାରନ୍ତି । ଆଜି ଆପଣ ନିଜ ଠାରୁ ଛୋଟ ଭାଇ ଭଉଣୀଙ୍କ ସହ ଯୋଗ କରିବେ । କୌଣସି ମହାନ ବ୍ଯକ୍ତିର ଉପଦେଶ ଆଜି ଆପଣଙ୍କୁ ମିଳିପାରେ । ବ୍ୟବସାୟୀ ମାନେ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ରହିବ । ଛାତ୍ର ମାନେ ନିଜ ଦକ୍ଷତାର ପରୀକ୍ଷା ଦେବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।
ମୀନ: ଆଜି ଆପଣ ଅଫିସ କାମରେ ବ୍ୟସ୍ତ ରହିବେ । ଆପଣଙ୍କ ମାନ ସମାନରେ ବୃଦ୍ଧି ହେବ । ଯାହା ଫଳରେ ଆପଣ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ଉଚ୍ଚ ଶିକ୍ଷାରେ ଛାତ୍ର ମାନେ ଲାଭବାନ ହେବେ । ସମସ୍ତ ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ । ସନ୍ତାନ ମାନଙ୍କ ପାଇଁ ଖୁସି ଖବର ପାଇ ପାରନ୍ତି । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଅଧିକ ସମୟ ବିତାଇବାର ମୌକା ପାଇବେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଭବିଷ୍ୟତରେ ସମସ୍ଯା ହୋଇପାରେ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment