ଆଜିର ରାଶିଫଳ ବୁଧୁବାର ୦୭ ଏପ୍ରିଲ ୨୦୨୧

ମେଷ: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ । ବ୍ୟବସାୟରେ ଭଲ ଲାଭ ମିଳିବ । ଛାତ୍ର ମାନେ କଠିନ ପରିଶ୍ରମ କରି ନିଜ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । କାର୍ଯ୍ୟ କ୍ଷେତ୍ରରେ ସହ କର୍ମୀ ମାନଙ୍କର ସହ ଯୋଗ ମିଳିବ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଆଗକୁ ଅସୁବିଧା ହୋଇପାରେ । ଦାମ୍ପତ୍ୟ ଜୀବନରେ ନିଜ ସାଥିଙ୍କ ସହ ବୁଝାମଣା ରହିବ ଓ ପରସ୍ପର ସହ ଅଧିକ ସମୟ ବିତାଇବେ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମାନ ବଢିବ । ନିଜ ସନ୍ତାନ ମାନଙ୍କ କାରଣରୁ କୌଣସି ଖୁସି ଖବର ପାଇ ପାରନ୍ତି ।
ବୃଷ:  ଏହି ରାଶିର ଲୋକମାନଙ୍କର ଦିନଟି ଭଲ ରହିବ । ଆପଣ ଆଜି ନିଜ ପରିବାର ଲୋକଙ୍କ ସହ ଦୂର ଜାଗାକୁ ଯାଇପାରନ୍ତି । ମହିଳା ମାନେ ଘର କୌଣସି କାମରେ ବ୍ୟସ୍ତ ରହିବେ । କୌଣସି ମହାନ ବ୍ୟକ୍ତିଙ୍କ ଠାରୁ ସାଥି ଉପଦେଶ ମିଳିପାରେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । କର୍ମ କ୍ଷେତ୍ରରେ ଆପଣଙ୍କ ସହ ଯୋଗୀ ମାନଙ୍କର ସମର୍ଥନ ମିଳିବ । ବିଦ୍ୟାର୍ଥୀ ମାନେ ନିଜ ଜୀବନରେ ଆଗକୁ ବଢିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଭବିଷ୍ୟତରେ ସମସ୍ଯା ହୋଇପାରେ । ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜ ମନ କଥା ନିଜ ସାଥୀକୁ କହିପାରନ୍ତି ।
ମିଥୁନ: ଏହି ରାଶିର ଲୋକମାନଙ୍କର ଦିନ ଭଲରେ କଟିବ । ଆଜି ଆପଣ ମିଠା ବଚନ କହିବେ ଯାହା ଅନ୍ୟ ମାନଙ୍କ ଉପରେ ଭଲ ପ୍ରଭାବ ପକାଇବ । ବେପାର କରୁଥିବା ଲୋକମାନେ ବ୍ୟବସାୟରେ ଭଲ ଲାଭ ପାଇବେ । ସନ୍ତାନ ମାନଙ୍କ ଯୋଗୁ ଆଜି ଆପଣ ମାନସିକ ଚିନ୍ତାରେ ରହିବେ । ଚାକିରି କରିଥିବା ଲୋକମାନେ ନୂଆ ପଦ ପାଇବା ସହ ନିଜ ସହ କର୍ମୀମାନଙ୍କର ସହ ଯୋଗ ପାଇବେ । ବିଦେଶକୁ ଯିବାର ଆଶଙ୍କା ରହିଛି । ଭାଇ ଭଉଣୀ ମାନଙ୍କର ସାହାଜ୍ଯ ମିଳିପାରେ । ଛାତ୍ରମାନେ ନିଜ ପାଠ ପଢାରେ ଅଧିକ ପରିଶ୍ରମ କରି ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । ଯାହା ଫଳରେ ଆପଣ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ।
କର୍କଟ:  ଏହି ରାଶିର ଲୋକାମାନେ ଆଜି ନିଜର ମଧୁର ବଚନ ପାଇଁ ସମାଜରେ ପ୍ରଶଂସା ପାଇବେ । କର୍ମ କ୍ଷେତ୍ରରେ ନୂଆ ପଦ ମିଳିବାର ଯୋଗ ରହିଛି । ପରିବାରର କିଛି ସମସ୍ୟାକୁ ନେଇ ଆପଣ ମାନସିକ ଚିନ୍ତାରେ ରହିବେ । ସେଥି ପାଇଁ ନିଜ ସ୍ଵାସ୍ଥ୍ୟର ଧ୍ୟାନ ଦିଅନ୍ତୁ । ସନ୍ତାନ ମାନଙ୍କ ପାଇଁ ଆଜି ଦିନଟି ଅନୁକୂଳ ନୁହେଁ । ସେଥି ପାଇଁ ଜଗି ରଖି ଚଳନ୍ତୁ । ଦାଂପତ୍ଯ ଜୀବନରେ କିଛି ଭୁଲ ବୁଝାମଣା ଯୋଗୁ ସ୍ଵାମୀ ଓ ସ୍ତ୍ରୀ ଦୁହିଙ୍କ ଭିତରେ ଝଗଡା ହୋଇପାରେ । ସେଥି ପାଇଁ ନିଜ ବଚନ ଉପରେ ଧ୍ୟାନ ଦିଅନ୍ତୁ । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ଆଶୀର୍ବାଦ ନିଅନ୍ତୁ ଯାହା ଫଳରେ ନିଜ ଜୀବନରେ ଉନ୍ନତି ପାଇ ପାରିବେ ।
ସିଂହ: ଏହି ରାଶିର ଲୋକମାନେ ନିଜ ସାଙ୍ଗ ସାଥିଙ୍କ ସହ ଅଧିକ ସମୟ ବିତାଇବା ସହ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେଇ ଆପଣ ଆନନ୍ଦ ଅନୁଭବ କରିବେ । ମହିଳା ମାନେ ନିଜକୁ ଘର କାମରେ ବ୍ୟସ୍ତ ରଖିବେ । ସମାଜରେ ଆପଣଙ୍କର ଗୋରବ ଓ ପ୍ରତିଷ୍ଠାର ମାନ ବଢିବ । ଧନ ଲାଭର ଯୋଗ ରହିଛି । ସନ୍ତାନ ମାନଙ୍କ ଯୋଗୁ ଆପଣ କୌଣସି କ୍ଷେତ୍ରରୁ ଖୁସି ଖବର ପାଇ ପାରନ୍ତି । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ବ୍ୟବସାୟରେ ଭଲ ଲାଭ ମିଳିପାରେ । ପ୍ରେମ ଜୀବନରେ କୌଣସି ଖୁସି ଖବର ମିଳିପାରେ ।
କନ୍ୟା:ଏହି ରାଶିର ଲୋକମାନଙ୍କର ଭାଗ୍ୟ ଆଜି ପୁରା ଶାଠ ଦେବା । ମହିଳା ମାନେ ଘରର ସାଜସଜାରେ ନିଜକୁ ବ୍ୟସ୍ତ ରଖିବେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଅଧିକ ସମୟ ବିତାଇବା ସହ ଦୂର ସ୍ଥାନକୁ ଭ୍ରମଣ କରି ପାରନ୍ତି । ଭାଇ ଭଉଣୀ ମାନଙ୍କର ସହ ଯୋଗ ମିଳିବ । ଆଜି ଆପଣ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ନିଜକୁ ଧନ୍ୟ ବୋଲି ଅନୁଭବ କରିବେ । ଚାକିରି କରିଥିବା ଲୋକମାନେ ନୂଆ ପଦ ପାଇବାର ଆଶଙ୍କା ରହିଛି । ନିଜ ଜୀବନରେ ଆଗକୁ ବଢିବା ପାଇଁ ଅଧିକ ପରିଶ୍ରମ କରନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ନିଜ ବଚନ ଉପରେ ଧ୍ୟାନ ରଖନ୍ତୁ ନଚେତ କାହା ସହ ଝଗଡା ହୋଇପାରେ ।
ତୁଳା: ଏହି ରାଶିର ଲୋକମାନେ ଆଜି ବିଦେଶକୁ ଯାତ୍ରା କରି ପାରନ୍ତି । ଚାକିରି କ୍ଷେତ୍ରରେ ନୂଆ ପଦ ମିଳିପାରେ । ମହିଳା ମାନେ ଘରକୁ ଆସିଥିବା ଅତିଥି ମାନଙ୍କ ସେବାରେ ନିଜକୁ ବ୍ୟସ୍ତ ରଖିବେ । ସାଙ୍ଗ ସାଥିଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି । ଦୁଖୀ ଗରିବ ଲୋକଙ୍କୁ ସାହାଜ୍ଯ କରନ୍ତୁ । ବ୍ୟବସାୟରେ ଭଲ ଲାଭ ମିଳିବ । ଛାତ୍ର ମାନେ ଅଧିକ ପରିଶ୍ରମ କରିଲେ ନିଜ ଜୀବନରେ ଆଗକୁ ବଢି ପାରିବେ । ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀ ଭିତରେ ଭଲ ବୁଝାମଣା ରହିବା ସହ ଦୁଣୀଙ୍କ ସମ୍ପର୍କ ଦୃଢ ହେବ । ଯାହା ସେମାନଙ୍କ ଜୀବନରେ ଅନେକ ଖୁସି ଆଣିଦେବ ।
ବିଛା:  ଏହି ରାଶିର ଲୋକମାନଙ୍କର ସନ୍ତାନ ମାନେ ବହୁତ ଖୁସିରେ ରହିବେ । ସେମାନେ ନିଜକୁ ପୂଜା ପାଠରେ ନିଯୋଜିତ ରଖିବେ । ବିଦ୍ୟାର୍ଥୀ ମାନେ ନିଜ ପରିଶ୍ରମର ଫଳ ପାଇବେ । ନିଜ ମନ ଭିତରେ ଥିବା ଡରକୁ ପଛରେ ପକାଇ ଆଗକୁ ବଢନ୍ତୁ । ତେବେ ଯାଇ ସଫଳତା ପାଇ ପାରିବେ । ଜୀବନ ସାଥିଙ୍କ ସହ କୌଣସି ନୂଆ ଜାଗାକୁ ଭ୍ରମଣ କରିବାକୁ ଯିବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ଅଫିସରେ କାମ କରୁଥିବା ଲୋକମାନେ ନିଜ ସହ କର୍ମୀ ମାନଙ୍କର ସାହାଜ୍ଯ ପାଇବେ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ କଥା ହୁଅନ୍ତୁ । କୌଣସି କଥାକୁ ଆପଣ ମାନସିକ ଚିନ୍ତାରେ ରହିବେ ।
ଧନୁ: ଏହି ରାଶିର ଲୋକମାନଙ୍କର ଦିନଟି ଭଲରେ କାଟିବ । ଆଜି କୌଣସି ନୂଆ କାମ କରିବାକୁ ଚାହୁନଥିଲେ ଆଜି ଦିନଟି ଶୁଭ ଅଟେ । କୌଣସି ଦରକାରୀ ବ୍ୟକ୍ତିଙ୍କୁ ସାହାଜ୍ଯ କରନ୍ତୁ । ବିବାହିତ ଜୀବନରେ କିଛି ସମସ୍ଯା ହୋଇପାରେ । ସେଥି ପାଇଁ ସେହି ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ ପ୍ରୟାସ କରନ୍ତୁ । ଚାକିରି କରିଥିବା ଲୋକମାନେ ନୂଆ ପଦ ପାଇବାର ମଉକା ପାଇବେ । କୌଣସି ଅନୁଭବି ବ୍ୟକ୍ତିଙ୍କଠୁ ପରାମର୍ଶ ଗ୍ରହଣ କରନ୍ତୁ । ଅଧିକ ପରିଶ୍ରମ କରି କମ ସଫଳତା ପାଇବାରୁ ଆପଣ ନିରାଶ ରହିବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମକର :ଏହି ରାଶିର ଲୋକମାନଙ୍କର ଦିନଟି ଅନୁକୂଳ ରହିବ । ଆଜି ଆପଣଙ୍କ ଦକ୍ଷତାର ପରୀକ୍ଷା କରାଯିବ । ଯେଉଁଥିରେ ଆପଣ ସାହସର ସହ ସଫଳ ହେବେ । କୌଣସି କାରଣରୁ ଆପଣ ଚିନ୍ତିତ ରହିବେ । ସେଥି ପାଇଁ ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହିତକାରକ ହେବ । ଧନ ଲାଭର ଯୋଗ ରହିଛି । ପରିବାର ଲୋକଙ୍କ ସହ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଏହାର ଆନନ୍ଦ ନିଅନ୍ତୁ । ସମାଜରେ ଆପଣଙ୍କ ମାନ ସମାନର ବିକାଶ ଘଟିବ । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ ।
କୁମ୍ଭ:ଏହି ରାଶିର ଲୋକମାନେ ନିଜ ଘର ଲୋକଙ୍କ ସହ ଆନନ୍ଦରେ ସମୟ ବିତାଇବେ । କୌଣସି କ୍ଷେତ୍ରରୁ ଆପଣ ଖୁସି ଖବର ପାଇ ପାରନ୍ତି । ମହିଳା ମାନେ କିଛି ନୂଆ ଜିନିଷ କିଣିବାରେ ନିଜକୁ ବ୍ୟସ୍ତ ରଖିବେ । ଆପଣଙ୍କ ପ୍ରେମ ଜୀବନରେ ନୂଆ ପରିବର୍ତ୍ତନ ଆସିବ । ନୀଜ ସାଥିଙ୍କ ସହ ଦୂର ଜାଗାକୁ ବୁଲିବାକୁ ଯାଇ ପାରନ୍ତି । ନିଜ ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ନଚେତ ଭବିଷ୍ୟତରେ ସମସ୍ଯା ହୋଇପାରେ ।
ମୀନ: ଏହି ରାଶିର ଲୋକମାନଙ୍କ ଦିନଟି ଆଜି ଭଲରେ କଟିବ । ଚାକିରି କରିଥିବା ଲୋକମାନେ ନିଜ ଭଲ ପ୍ରଦର୍ଶନ ଯୋଗୁ ସଫଳତା ପାଇ ପାରିବେ । ପରିବାରେ ଭାଇ ଭଉଣୀଙ୍କ ସହ ଭଲ ସମ୍ଭନ୍ଧ ରହିବ । କୋର୍ଟ କଚେରୀ ମାମଲାରେ ଜଡିତ ଲୋକମାନଙ୍କର ସମସ୍ଯାର ସମାଧାନ ହେବ । ବ୍ୟବସାୟରେ ଅଧିକ ଆଯ ହେବାର ଯୋଗ ରହିଛି । ବିଦ୍ୟାର୍ଥୀମାନେ ଅଧିକ ପରିଶ୍ରମ କରି ନିଜ ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ। ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment