ଆଜିର ରାଶିଫଳ ଶୁକ୍ରବାର ୦୭ ମଇ ୨୦୨୧

ମେଷ:ଏହି ରାଶିର ଲୋକମାନେ ନିଜ ସନ୍ତାନ ମାନଙ୍କ ଯୋଗୁ କୌଣସି ଖୁସି ଖବର ପାଇ ପାରନ୍ତି । ଆଜି ଆପଣଙ୍କ ଦିନଟି ଭଲ ରହିବ । ଧନ ଲାଭର ଯୋଗ ରହିଛି । ଆପଣ ନିଜ ଜୀବନ ସାଥିଙ୍କ ସହ ଅଧିକ ସମୟ ବିତାଇବେ । ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ଭଲ ବୁଝାମଣା ରହିବ । ଛାତ୍ରମାନେ ନିଜ ପାଠ ପଢାରେ ଧ୍ୟାନ ଦିଅନ୍ତୁ । ଯାହା ଫଳରେ ଆପଣମାନେ ସଫଳତା ପାଇ ପାରିବେ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ କୌଣସି ସମସ୍ୟାର ସମୁଖିନ୍ନ ହୋଇପାରନ୍ତି । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମାନର ବିକାଶ ହେବ ।
ବୃଷ: ଏହି ରାଶିର ଲୋକମାନଙ୍କର ଦିନଟି ଭଲରେ ରହିବ । କୌଣସି ଜରୁରୀ କାମ ପାଇଁ ଆପଣ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ଯାହା ଆପଣଙ୍କୁ ସଫଳ ଦେବ । ନିଜ ସହ ଯୋଗୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ । ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀ ଓ ସହ କର୍ମୀମାନଙ୍କର ସହ ଯୋଗ ମିଳିବ । ଯଦି ଆପଣ ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆଜି ଦିନଟି ଶୁଭ ଅଟେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ କୌଣସି ଜାଗାକୁ ଯାଇ ପାରନ୍ତି । ଆଜି ଆପଣଙ୍କର ପଇସାକୁ ନେଇ କୌଣସି ସମସ୍ଯା ହୋଇପାରେ । ନିଜ ଆୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ସନ୍ତାନ ମାନଙ୍କ ଯୋଗୁ ଆପଣ ମାନସିକ ଚିନ୍ତାରେ ରହିବେ । ନିଜ ଶରୀର ସମ୍ଭଧୀୟ କୌଣସି କାରଣରୁ ଆପଣ ଚିନ୍ତିତ ରହିବେ ।
ମିଥୁନ: ଏହି ରାଶିର ଲୋକମାନେ ନିଜ ଘର ଲୋକଙ୍କୁ ଅଧିକ ସମୟ ଦେବେ । ଘରୁ ବାହାରିବା ସମୟରେ ଆପଣ ନିଜ ଠାରୁ ବଡ ଗୁରୁଜନ ମାନଙ୍କ ଆଶୀର୍ବାଦ ନିଅନ୍ତୁ । ଯାହାର ପରିଣାମ ସ୍ୱରୂପ ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ । ସାମାଜିକ କ୍ଷେତ୍ରରେ ଆପଣଙ୍କ ଗୌରବର ମାନ ବଢିବ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । କୌଣସି ଅନୁଭବି ବ୍ୟକ୍ତି ଠାରୁ ଆପଣଙ୍କୁ ସଠିକ ପରାମର୍ଶ ମିଳିପାରେ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ ।
କର୍କଟ: ଏହି ରାଶିର ଲୋକମାନେ କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ଅଟେ । ଆଜି ଆପଣଙ୍କ କର୍ମ କ୍ଷେତ୍ରରେ ଆପଣଙ୍କର ଦକ୍ଷତାର ପରୀକ୍ଷା କରାଯିବ । ଯେଉଁଥିରେ ଆପଣ ସଫଳ ହେବେ । ଆପଣଙ୍କ କୌଶଳ ଓ ଅନୁଭବ ଯୋଗୁ ନିଜ ବ୍ୟବସାୟରେ ସଫଳତା ପାଇବେ । ଛାତ୍ରମାନେ କଠିନ ପରିଶ୍ରମ କରି ନିଜ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ସମାଜରେ ଆପଣଙ୍କ ମାନ ସମାନର ଚାହିଦା ବଢିବ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଧନ ଲାଭର ଯୋଗ ରହିଛି । ପରିବାର ଲୋକଙ୍କ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ସିଂହ:ଏହି ରାଶିର ଲୋକମାନଙ୍କ ଘରେ ଖୁଶିର ବାତାବରଣ ରହିବ । ଆଜି ଆପଣଙ୍କ ଘରେ କୌଣସି ନୂଆ ଅତିଥିର ଆଗମନ ହୋଇପାରେ । କିଛି ନୂଆ ଲୋକଙ୍କ ସହ ନୂଆ ସମ୍ପର୍କ ହୋଇପାରେ । ଆପଣଙ୍କ ସନ୍ତାନ ମାନେ ଖୁସିରେ ରହିବେ । ବିଦ୍ୟାର୍ଥୀ ମାନେ ନିଜ ପରିଶ୍ରମର ଫଳ ପାଇବେ । ଚାକିରି କରିଥିବା ଲୋକମାନେ ନୂଆ ପଦର ନିଯୁକ୍ତି ପାଇ ପାରନ୍ତି । ଆଜି ଆପଣଙ୍କ ମନରେ ନାକାରାତ୍ମକ ଚିନ୍ତାଧାରା ଆସିପାରେ । ତେଣୁ ନିଜକୁ ପୂଜା ପାଠରେ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ମନରେ ଶାନ୍ତି ଆସିବ । ନିଜ ସହକର୍ମୀ ମାନଙ୍କର ସମର୍ଥନ ମିଳିପାରେ ।
କନ୍ୟା: ଏହି ରାଶିର ଲୋକ ମାନଙ୍କର ଦାଂପତ୍ଯ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ ହେବ । ଆଜି ଆପଣ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ବ୍ୟବସାୟୀ ମାନଙ୍କୁ ଭଲ ଲାଭ ମିଳିବ । ବିଦେଶକୁ ଯାତ୍ରା କରିବାର ଆଶଙ୍କା ରହିଛି । ସମାଜରେ ଆପଣଙ୍କ ପ୍ରତିଷ୍ଠାର ମାନ ବଢିବ । ଯାହା ପାଇଁ ଆପଣ ସମସ୍ତଙ୍କ ନଜରରେ ପ୍ରଶଂସାର ପାତ୍ର ହେବେ । ସନ୍ତାନ ମାନଙ୍କ ଯୋଗୁ ଆପଣ ଖୁସି ଖବର ପାଇ ପାରନ୍ତି । ଯେଉଁ ମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ଅଫିସରେ ବଡ ଅଧିକାରୀମାନଙ୍କର ସହ ଯୋଗ ମିଳିବ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ତୁଳା:ଏହି ରାଶିର ଲୋକମାନେ ଆଜି ମାନସିକ ଚିନ୍ତାରେ ରହିବେ । ବୁଝି ବିଚାରି କାମ କଲେ ନିଜ ଜୀବନରେ ସଫଳ ହେବେ । ଆପଣ ଆଜି ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଶାରୀରିକ ସମସ୍ଯା ଯୋଗୁ ଆପଣ ଅଳସୁଆ ଅନୁଭବ କରିବେ । ଆପଣଙ୍କର ଆର୍ଥିକ ସ୍ଥିତି ମାନ୍ଦା ରହିବ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ଦାଂପତ୍ଯ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିପାରେ । ମହିଳା ମାନେ ଘରର କୌଣସି କାମରେ ନିଜକୁ ବ୍ୟସ୍ତ ରଖିବେ । ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବା ପାଇଁ ଅଧିକ ପରିଶ୍ରମ କରନ୍ତୁ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ଭାଇ ଭଉଣୀ ମାନଙ୍କ ସହ ଯୋଗ ମିଳିବ ।
ବିଛା: ଏହି ରାଶିର ଲୋକମାନେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । ଆଜି ଆପଣଙ୍କ ସାଙ୍ଗ ସାଥିଙ୍କ ସହ ଭଲ ସମ୍ପର୍କ ରହିବା ସହ ଅଧିକ ସମୟ ଅତିବାହିତ କରିବେ । କୌଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଭବିଷ୍ୟତରେ ଅସୁବିଧାର ସାମନା କରି ପାରନ୍ତି । ନିଜ ପ୍ରିୟଜନ ମାନଙ୍କର ପରାମର୍ଶ ନିଅନ୍ତୁ । ଯାହା ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ଗୌରବ ଓ ପ୍ରତିଷ୍ଠାର ମାନ ବଢିବ ।
ଧନୁ: ଏହି ରାଶିର ଲୋକମାନଙ୍କର ଦିନଟି ଭଲ ରହିବ । ପାରିବାରିକ ଜୀବନ ଭଲ ରହିବ । ନିଜ ଘର ଲୋକଙ୍କ ସହ ଅଧିକ ସମୟ ବିତାଇବେ । ମହିଳାମାନେ ଘରର ସାଜସଜାରେ ନିଜକୁ ବ୍ୟସ୍ତ ରଖିବେ । ଆପଣଙ୍କ ପିଲାମାନଙ୍କ ପାଇଁ ଆଜି ଦିନଟି ଶୁଭ ରହିବ । ଧନ ଲାଭର ଆଶଙ୍କା ରହିଛି । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥିପାଇଁ ଧ୍ୟାନ ଦିଅନ୍ତୁ । ବ୍ୟବସାୟ ରେ ଭଲ ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ନିଜ ସାଥିଙ୍କ ସହ ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ଭଲ ବୁଝାମଣା ରହିବ ।
ମକର :ଏହି ରାଶିର ଲୋକମାନଙ୍କର ଦିନଟି ଭଲ ରହିବ । ଆପଣ ନିଜକୁ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରଖିବେ । ଆପଣଙ୍କ ସନ୍ତାନ ମାନକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ବ୍ୟବସାୟ କରୁଥିବା ଲୋକମାନେ ନିଜର ନୂଆ ଯୋଜନା ଆରମ୍ଭ କରିପାରିବେ । କୌଣସି କାନୁନି ମାମଲାରୁ ନିଜକୁ ଦୂରେଇ ରଖନ୍ତୁ । ନଚେତ କୌଣସି ସମସ୍ଯା ହୋଇପାରେ । ଚାକିରି କରିଥିବା ଲୋକମାନେ ନିଜ ଅଧିକାରୀ ଓ ସହଯୋଗୀ ମାନଙ୍କର ସାହାଜ୍ଯ ପାଇବେ । ଆପଣ ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ମନାନ୍ତର ହୋଇପାରେ । ତେଣୁ ଏଥି ପ୍ରତି ଧ୍ୟାନ ଦିଅନ୍ତୁ ।
କୁମ୍ଭ: ଏହି ରାଶିର ଲୋକମାନଙ୍କର କୌଣସି ସ୍ଥାନକୁ ଯାଇ ପାରନ୍ତି । ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ । କୋଣସି ସମାରୋହରେ ଯୋଗ ଦେଇ ଆପଣ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥିପ୍ରତି ଧ୍ୟାନ ଦିଅନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ଅନ୍ୟ ମାନଙ୍କର ମଧ୍ୟ ଧ୍ୟାନ ରଖନ୍ତୁ । ବିଦ୍ୟାର୍ଥୀ ମାନେ ନିଜ ପରିଶ୍ରମର ଫଳ ପାଇବେ ।
ମୀନ: ଏହି ରାଶିର ଲୋକମାନେ ନିଜ କର୍ମ କ୍ଷେତ୍ରରେ ପ୍ରଶଂସା ପାଇବେ । ଆପଣଙ୍କ ମାନ ସମାନର ବୃଦ୍ଧି ହେବ । ଯାହା ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବ । ଦାମ୍ପତ୍ୟ ଜୀବନରେ ନିଜ ସାଥିଙ୍କ ସହ ଭଲ ବୁଝାମଣା ରହିବା ସହ ଅଧିକ ସମୟ ବିତାଇବେ । ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ ପ୍ରିୟଜନ ମାନକ ସହ ଝଗଡା ହୋଇପାରେ । ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ । କୌଣସି ପୂଜା ପାଠରେ ଆପଣ ନିଜକୁ ବ୍ୟସ୍ତ ରଖିବେ । ଅଧିକ ପରିଶ୍ରମ କରି ସଫଳତା ପାଇବାକୁ ପ୍ରୟାସ କରନ୍ତୁ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment