ଆଜିର ରାଶିଫଳ ଶନିବାର ୧୦ ଏପ୍ରିଲ ୨୦୨୧

ମେଷ: ଏହି ରାଶିର ଲୋକମାନଙ୍କର ଦିନଟି ଭଲ ରହିବ । ଆପଣ ଆଜି ନିଜ ପରିବାର ଲୋକଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ଛାତ୍ରମାନେ ନିଜ ଜୀବନରେ ଆଗକୁ ବଢିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ମହିଳାମାନେ ଘରର କୌଣସି କାମରେ ବ୍ୟସ୍ତ ରହିବେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଭବିଷ୍ୟତରେ ଅସୁବିଧାରେ ପଡି ପାରନ୍ତି । କୌଣସି ମହାନ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିପାରେ । ଯାହାକୁ ଆପଣ ଅନୁସରଣ କଲେ ନିଜ ଜୀବନରେ ସଫଳତା ପାଇ ପାରିବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ଅନ୍ୟମାନଙ୍କର ମଧ୍ୟ ଧ୍ୟାନ ରଖନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ସହଯୋଗୀ ମାନଙ୍କର ସମର୍ଥନ ମିଳିବ ।
ବୃଷ:  ଏହି ରାଶିର ଲୋକମାନଙ୍କର ଦିନଟି ଆଜି ଅନୁକୂଳ ରହିବ । ଅନାବଶ୍ୟକ ଖର୍ଚ୍ଚ ଯୋଗୁ ଆପଣ ମାନସିକ ଚିନ୍ତାରେ ରହିବେ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ବୁଝାମଣା ରହିବ ଓ ପରସ୍ପର ସହ ଅଧିକ ସମୟ ବିତାଇବେ । କାର୍ଯ୍ୟ ସ୍ଥଳରେ ନିଜ ସହକର୍ମୀ ମାନଙ୍କର ସାହାଜ୍ଯ ମିଳିବ । ଯାହା ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ମାନ ସମାନ ବୃଦ୍ଧି ହେବ । ନିଜ ସନ୍ତାନ ମାନଙ୍କ କାରଣରୁ ଆପଣ କୌଣସି ଖୁସି ଖବର ପାଇ ପାରନ୍ତି । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଯତ୍ନ ନିଅନ୍ତୁ । କାନୁନି ମାମଲାରେ ଫସିଥିବା ଲୋକମାନେ ଆଜି ଚିନ୍ତାରୁ ମୁକ୍ତ ହେବେ ।
ମିଥୁନ: ଏହି ରାଶିର ଲୋକମାନେ ଆଜି ମିଠା ବଚନ ପାଇଁ ସମସ୍ତଙ୍କ ହୃଦୟରେ ନିଜର ସ୍ଵତନ୍ତ୍ର ସ୍ଥାନ କରିପାରିବେ । କର୍ମ କ୍ଷେତ୍ରରେ ନୂଆ ପଦ ମିଳିବାର ଆଶଙ୍କା ରହିଛି । ବ୍ୟବସାୟ କରୁଥିବା ଲୋକଙ୍କର ଭଲ ଲାଭ ମିଳିବ । ପରିବାରର କୌଣସି ସମସ୍ଯା ଯୋଗୁ ଆପଣ ଚିନ୍ତିତ ରହିବେ । ସେଥି ପାଇଁ ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ସନ୍ତାନ ମାନଙ୍କ ପାଇଁ ଆଜି ଦିନଟି ଭଲ ନୁହେଁ । ସେଥିପାଇଁ ଜଗି ରଖି ଚଳନ୍ତୁ । ସାମାଜିକ କ୍ଷେତ୍ରରେ ଆପଣଙ୍କର ଗୌରବର ମାନ ବଢିବ । ଦାଂପତ୍ଯ ଜୀବନରେ କିଛି ଭୁଲ ବୁଝାମଣା ରହିବ ଯାହା ଫଳରେ ଆପଣ ମାନସିକ ଚିନ୍ତାରେ ରହିବେ । ସେଥି ପାଇଁ ନିଜ ବଚନ ଉପରେ ନିୟନ୍ତ୍ରଣ ରଖି କଥାବାର୍ତ୍ତା କରନ୍ତୁ । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ଆଶୀର୍ବାଦ ନିଅନ୍ତୁ । ଯାହା ଫଳରେ ଆପଣ ନିଜ ଜୀବନରେ ଆଗକୁ ବଢି ପାରିବେ ।
କର୍କଟ:  ଏହି ରାଶିର ଲୋକମାନଙ୍କର ଦିନଟି ଭଲ ରହିବ । ଆଜି ଆପଣ ମିଠା ବଚନ କହିବେ ଯାହା ସବୁ ସଦସ୍ୟଙ୍କ ଉପରେ ପ୍ରଭାବ ପକାଇବ । ବେପାର କରୁଥିବା ଲୋକମାନେ ବ୍ୟବସାୟରେ ଭଲ ଲାଭ ମିଳିବ । ସନ୍ତାନ ମାନଙ୍କ ଯୋଗୁ ଆପଣ ମାନସିକ ଚିନ୍ତାରେ ରହିବେ । ଚାକିରି କରିଥିବା ଲୋକମାନେ ଅଫିସରେ ଉଚ୍ଚ ଅଧିକାରୀ ଓ ସହକର୍ମୀ ମାନଙ୍କର ସମର୍ଥନ ମିଳିବ । ବିଦେଶକୁ ଯାତ୍ରା କରିବାର ଆଶଙ୍କା ରହିଛି । ନିଜ ସାଙ୍ଗ ସାଥି ମାନଙ୍କ ସହ ଭଲ ସମୟ ଅତିବାହିତ କରିବେ । ଛାତ୍ରମାନେ ନିଜ ପାଠ ପଢାରେ ଅଧକ ପରିଶ୍ରମ କରନ୍ତୁ । ଯାହା ଫଳରେ ଆପଣ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ।
ସିଂହ: ଏହି ରାଶିର ଲୋକମାନଙ୍କର ଭାଗ୍ୟ ପୁରା ସାଥ ଦେବ । ମହିଳାମାନେ ଘରର ସାଜସଜାରେ ନିଜକୁ ବ୍ୟସ୍ତ ରଖିବେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଅଧିକ ସମୟ ବିତାଇବା ସହ ଦୂର ଜାଗାକୁ ଯାଇ ପାରନ୍ତି । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଭାଇ ଭଉଣୀ ମାନଙ୍କର ସହ ଯୋଗ ମିଳିବ । ଆଜି ଆପଣ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ଚାକିରି କରିଥିବା ଲୋକମାନଙ୍କୁ ନୂଆ ପଦ ମିଳିବ । ନିଜ ଜୀବନରେ ଆଗକୁ ବଢିବା ପାଇଁ ଅଧିକ ପରିଶ୍ରମ କରନ୍ତୁ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
କନ୍ୟା:ଏହି ରାଶିର ଲୋକମାନେ ନିଜ ପରିବାର ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । କୌଣସି ସମାରୋହରେ ଯୋଗ ଦେଇ ଆପଣ ନିଜକୁ ଧନ୍ୟ ମାନେ କରିବେ । ସନ୍ତାନ ମାନଙ୍କ ଯୋଗୁ ଆପଣ ଖୁସି ଖବର ପାଇ ପାରନ୍ତି । ନିଜ ଠାରୁ ବଡ ଗୁରୁଜନମାନଙ୍କ ସେବା କରନ୍ତୁ । ଯାହା ଆପଣଙ୍କୁ ନିଜ ଜୀବନରେ ଉନ୍ନତି ଆଣିବାରେ ସାହାଜ୍ଯ କରିବ । ଭାଇ ଭଉଣୀଙ୍କା ଠାରୁ କୋଣସି ସାହାଜ୍ଯ ମିଳିବ । ସମାଜରେ ଆପଣଙ୍କର ମାନ ସମାନର ବିକାଶ ହେବ । ଧନ ଲାଭର ଯୋଗ ରହିଛି । ମହିଳାମାନେ ନିଜ ଘର କାମରେ ବ୍ୟସ୍ତ ରହିବେ । ନିଜ ପାଇଁ ମହିଳା ମାନେ କିଛି ନୂଆ ଜିନିଷ କିଣି ପାରନ୍ତି ।
ତୁଳା: ଏହି ରାଶିର ଲୋକମାନଙ୍କର ସନ୍ତାନମାନେ ବହୁତ ଖୁସିରେ ରହିବେ ଓ ଈଶ୍ବରଙ୍କ କୃପା ପାଇବେ । ବିଦ୍ୟାର୍ଥୀମାନେ ନିଜ ପରିଶ୍ରମର ଫଳ ପାଇବେ । ନିଜ ମନ ଭିତରେ ଥିବା ଡରକୁ ପଛରେ ପକାଇ ନିଜ ଜୀବନରେ ବଢିବାକୁ ଆଗକୁ ପ୍ରୟାସ କରନ୍ତୁ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ କୌଣସି ଦୂର ଜାଗାକୁ ଭ୍ରମଣ କରିବାକୁ ଯାଇ ପାରନ୍ତି । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ଅଫିସରେ କାମ କରୁଥିବା ଲୋକମାନେ ନିଜ ସହ ଯୋଗୀ ମାନଙ୍କର ସାହାଜ୍ଯ ପାଇବେ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ । ଆପଣ ଆଜି ପୂଜା ପାଠରେ ନିଜକୁ ବ୍ୟସ୍ତ ରଖିବେ । କୌଣସି କାରଣରୁ ଆପଣ ଆଜି ମାନସିକ ଚିନ୍ତାରେ ରହିବେ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ ।
ବିଛା:  ଏହି ରାଶିର ଲୋକମାନେ ଆଜି ବିଦେଶକୁ ଯାତ୍ରା କରି ପାରନ୍ତି । ଚାକିରି କ୍ଷେତ୍ରରେ ନୂଆ ପଦ ମିଳିପାରେ । ମହିଳାମାନେ ଘରକୁ ଅତିଥି ଆସିଥିବାରୁ ତାଙ୍କ ସେବାରେ ନିଜକୁ ବ୍ୟସ୍ତ ରଖିବେ । ସାଙ୍ଗ ମାନଙ୍କ ସହ ଯୋଗ ମିଳିବ । ଦୁଖୀ ଗରିବ ଲୋକଙ୍କୁ ସାହାଜ୍ଯ କରନ୍ତୁ । ବ୍ୟବସାୟରେ ଭଲ ଲାଭ ମିଳିବ । ଚ୍ତ୍ରମାନେ ଅଧିକ ପରିଶ୍ରମ କରିଲେ ନିଜ ଜୀବନରେ ଆଗକୁ ବଢି ପାରିବେ । ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀ ଭିତରେ ଭଲ ବୁଝାମଣା ରହିବା ସହ ଦୁହିଙ୍କ ଭିତରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇବ । ଯାହା ସେମାନଙ୍କ ଜୀବନରେ ଅନେକ ଖୁସି ଆଣିଦେବ ।
ଧନୁ:ଏହି ରାଶିର ଲୋକମାନଙ୍କର ଦିନଟି ଉତ୍ତମ ଧରଣର ରହିବ । ଆଜି ଆପଣଙ୍କ ସାହସ ଓ ପରାକ୍ରମର ପରୀକ୍ଷା କରାଯିବ । ସେଥିରେ ଆପଣ ସଫଳ ମଧ୍ୟ ହେବେ । କୌଣସି କାରଣରୁ ଆପଣ ଚିନ୍ତି ରହିବେ । ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରଖନ୍ତୁ । ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେଇ ଆନନ୍ଦର ମଜା ନିଅନ୍ତୁ । ଧନ ଲାଭର ଆଶଙ୍କା ରହିଛି । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ । ସମାଜରେ ଆପଣଙ୍କର ମାନ ସମାନ ଗୌରବ ବଢିବ ।
ମକର :ଏହି ରାଶିର ଲୋକମାନଙ୍କର ଆଜି ବହୁତ ମହତ୍ବପୂର୍ଣ ହେବ । ଆଜି ଆପଣ କୌଣସି ନୂଆ ଯୋଜନା କରିବାକୁ ଚାହୁନଥିଲେ ଆଜି ଦିନଟି ଶୁଭ ଅଟେ । କୌଣସି ଦରକାରୀ ଲୋକଙ୍କର ସାହାଜ୍ଯ କରନ୍ତୁ । ନିଜ ପ୍ରିୟଜନ ମାନଙ୍କ ସହ ମିଠା ବଚନରେ କଥା ହୁଅନ୍ତୁ । ଦାଂପତ୍ଯ ଜୀବନରେ କିଛି ସମସ୍ଯା ହେଇପାରେ । ସେଥି ପାଇ ଶାନ୍ତି ପୂର୍ଣ୍ଣ ଭାବେ ଏହି ସମସ୍ୟାକୁ ସମାଧାନ କରିବାକୁ ପ୍ରୟାସ କରନ୍ତୁ । ଚାକିରି କରିଥିବା ଲୋକମାନେ ନୂଆ ପଦ ପାଇବାର ସୁଯୋଗ ପାଇବେ । ଅଧିକ ପରିଶ୍ରମ କରି କମ ସଫଳତା ପାଇଥିବାରୁ ଆପଣ ନିରାଶ ରହିବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
କୁମ୍ଭ:ଏହି ରାଶିର ଲୋକମାନଙ୍କର ଦିନଟି ଭଲ ରହିବ । ଚାକିରି କରିଥିବା ଲୋକମାନେ ନିଜ ପରିଶ୍ରମର ଫଳ ପାଇବେ । ପରିବାରରେ କୋଣସି କାରଣରୁ ଭାଇ ଭଉଣୀଙ୍କ ସହ ଝଗଡା ହୋଇପାରେ । ସେଥି ପାଇଁ ସତର୍କ ରୁହନ୍ତୁ । କାନୁନି ମାମଲାରେ ଜଡିତ ଲୋକମାନଙ୍କର ସମସ୍ଯା ଆଜି ସମାଧାନ ହେବ । ବ୍ୟବସାୟରେ ଭଲ ଲାଭ ମିଳିବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ । ଛାତ୍ରମାନେ ମନ ଦେଇ ପାଠ ପଢନ୍ତୁ।
ମୀନ: ଏହି ରାଶିର ଲୋକମାନେ ନିଜ ଘର ଲୋକଙ୍କ ସହ ଅଧିକ ସମୟ ବିତାଇବେ । କୌଣସି କାରଣରୁ ଆପଣ ଖୁସି ଖବର ପାଇ ପାରନ୍ତି । ସନ୍ତାନ ମାନଙ୍କ ଯୋଗୁ ଆପଣ ସମାଜରେ ପ୍ରଶଂସା ପାଇବେ । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରଖିବେ । ପ୍ରେମ ଜୀବନରେ ସୁଧାର ଆସିବ । ନିଜ ଜୀବନ ସାଥିଙ୍କ ସହ ଭଲ ବୁଝାମଣା ରହିବ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ଅନ୍ୟ ମାନଙ୍କର ଧ୍ୟାନ ରଖନ୍ତୁ । ଆମ ସହ ଆଗକୁ ବଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment