ଆଜିର ରାଶିଫଳ ସୋମବାର ୧୦ ମଇ ୨୦୨୧

ମେଷ:ଏହି ରାଶିର ଲୋକମାନେ ନିଜର ଆଖ ପାଖରେ ଥିବା ଲୋକ ମାନଙ୍କୁ କିମ୍ବା ନିଜ ପଦର ଉପର ଅଧିକାରୀଙ୍କୁ ପ୍ରସନ୍ନ କରିବା ପାଇଁ ନିଜର କଥାର ସଂଯମ ରକ୍ଷା କରନ୍ତୁ । ଆପଣଙ୍କର ସାଥି ମାନେ ଏବେ ଆପଣ ଙ୍କର ଗୁଣକୁ ଜାଣିବେ ଓ ଆପଣଙ୍କ ପାଖକୁ ଆସିବେ ମତ ନେବା ପାଇଁ । ଆପଣ ପାରିବାରିକ ଲୋକଙ୍କ ସହ ସମ୍ପର୍କ ଭଲ ରହିବ । ଏହି ସମୟ ଆପଣଙ୍କର କ୍ଯାରିୟର ପାଇଁ ଉପଯୁକ୍ତ ସମୟ ଅଟେ । ଆପଣଙ୍କୁ ନିଜର କାମ ପାଇଁ ନିଜ ଉପରେ ନିର୍ଭର ହେବାକୁ ପଡିବ । ଯଦି କିଛି କାମ କରିବାକୁ ଚାହିଁବେ ଆପଣ ନିଜର ମନ ସାନ୍ତ କରି ଆରମ୍ଭ କରନ୍ତୁ ।।
ବୃଷ: ଆପଣ ଙ୍କର କର୍ମ କ୍ଷେତ୍ରରେ ଆପଣ ନିଜର ସହ କର୍ମୀଙ୍କର ସାହାଜ୍ଯ ପାଇ ପାରିବେ । କିଛି ଧନ ଆପଣଙ୍କୁ ଅପେକ୍ଷାରେ ଅଛି ଯାହା ଆପଣ ନିଜର ସଦ୍ଗୁଣ ପାଇଁ ଅର୍ଜନ କରିଛନ୍ତି । ନିଜର ପଇସା କୁ ଭଲ ବାଟରେ ଲଗାନ୍ତୁ ଯେଉଁ ଥିରୁ ଆପଣଙ୍କୁ ଅଧିକ ରୁ ଅଧିକ ସମୟ ଓ ପଇସା ମିଳିବ । ଯେଉଁ ମାନେ ଚାକିରି କରୁଛନ୍ତି ସେମାନେ ନିଜର ସରକାରୀ ଘର କିମ୍ବା ବାହାନ ପାଇବେ । ଆପଣ ଆୟ ଅଧିକ କରିବେ ଓ ବ୍ୟୟ କମ ହେବ । ନିଜର ଖର୍ଚ୍ଚ ଏହି ସମୟ ମଧ୍ୟରେ କମ ହେବ । ନିଜର ବନ୍ଧୁ କିମ୍ବା ପରିଜନ ମାନଙ୍କୁ ସାନ୍ତ୍ଵନା ଦିଅନ୍ତୁ ।
ମିଥୁନ: ନିଜର ସାଙ୍ଗ ମାନଙ୍କ ସହ କେଉଁ ଜାଗାକୁ ବୁଲିବାକୁ ଯାଇ ପାରନ୍ତି । ନିଜର ଜ୍ଞାନ ଓ ବିଚାର ବାଣ୍ଟି କିଛି ଲୋକଙ୍କର ଭଲ କରି ପରିବେ । ନିଜର ପ୍ରିୟ ଲୋକଙ୍କ ସାହାଯ୍ୟରେ ଆପଣ ନିଜର ଅଧାରେ ଥିବା କାମ ସମ୍ପୂର୍ଣ କରିବେ । ନିଜର ଖାଇବା ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ନିଜର କିଛି ସମୟ ନିଜ୍ଜର ଶରୀରକୁ ଦିଅନ୍ତୁ । କିଛି ସମୟ ପାଇଁ ଏକ୍ସରସାଇଜ କରିବେ । ନିଜର ଚିନ୍ତା ଧାରାକୁ ନିୟନ୍ତ୍ରଣ କରିବା ଶିଖନ୍ତୁ ନଚେତ କିଛି ଏଭଳି ପରିସ୍ଥିତି ଆସିବ ଯାହା ଆପଣ ସମାଧାନ କରି ପାରିବେ ନାହିଁ ।
କର୍କଟ: ଆପଣଙ୍କ ପାଇଁ ସମୟ ଅନୁକୂଳ ଅଟେ । ଆପଣ ନିଜର ଲୋକ ମାନଙ୍କ ସହ କିଛି ଭଲ ମୁହୂର୍ତ ବିତାଇବେ । ଆପଣ ଅନ୍ୟକୁ ଭଲ କଥା ଶିଖେଇ ପାରିବେ କି କିଭଳି ଶାନ୍ତି ପୂର୍ଣ ଭାବରେ ଆପଣ ରହି ପାରିବେ । ଆପଣ ନିଜର କିଛି ଆସା ପୂରଣ କରିବେ । ନୂଆ ବାହାନ କିଣିବେ ଅଥବା ନିଜର ମନ ପସନ୍ଦଦାର କିଛି କିଣି ପାରିବେ। ଆପଣ କେଉଁ ଜାଗାକୁ ଯିବାର ନିଜର ଯୋଜନା ରଦ୍ଧ କରିବାକୁ ପଡିବ ଯାହା ପାଇଁ ଆପଣ ଟିକେ ଚିନ୍ତା ରେ ରହିବେ ।
ସିଂହ:ନିଜର ବ୍ୟାପାରରେ ଜାଦି ନିବେଶ କେରିବାକୁ ଚାହୁଁ ଛନ୍ତି ତେବେ କିଛି ଏଭଳି ଲୋକଙ୍କ ପରାମର୍ଶ ନିଅନ୍ତୁ ଯେଉଁ ମାନେ ଆଗରୁ ନିଜ ଜୀବନରେ ଏଭଳି କିଛି କରିଥିବେ। ନିଜର ଭଲ ଚିନ୍ତା ଦ୍ଵାରା ଆପଣ ଲୋକଙ୍କ ଦ୍ରୁଷ୍ଟି ଆକର୍ଷଣ କରିବେ । ମାନେ ରଖନ୍ତୁ ଏକା ଜିତ୍ୟ ପାରେ ମାତ୍ର ସହ କର୍ମୀ ସହ ଥିଲେ ଆମେ ସାରା ଦୁନିଆ ଜିତ୍ୟ ପାରିବା ତେଣୁ ନିଜର ସହ କର୍ମୀ ମାନଙ୍କ ପାଇଁ କିଛି କରନ୍ତୁ ।
କନ୍ୟା: ଆପଣ ନିଜର ଏକ ପୁରୁଣା ମିତ୍ରା ସହ ଦେଖା ହୋଇ ପାରନ୍ତି । ଏହି ମିତ୍ରା ସହ ଆପଣ ନିଜର ଭବିଷ୍ୟତ ବିଷୟରେ କଥା ହୋଇ ପାରନ୍ତି । ଯଦି ଆପଣ କିଛି ଏଭଳି କାମ କରୁଛନ୍ତି ଯେଉଁ ଥିରେ ଆପଣଙ୍କୁ କିଛି କମିଶନ ମିଳୁଥିବା ତେବେ ଏହି କ୍ଷେତ୍ରରୁ ଆପଣଙ୍କୁ ଅଧିକ ରୁ ଅଧିକ ଧନ ଲାଭ ହେବ । ବିଦେଶରୁ ମଧ୍ୟ ଆପଣ ନିଜର ଧନ କମେଇ ପାରିବେ । ନିଜ କାମ ଭିତରେ ଘର ପ୍ରତି ଧ୍ୟାନ ରଖନ୍ତୁ । ଯାହା ଆପଣଙ୍କ ପାଖେ ଅଛି ସେଥିରେ ଆପଣ ଖୁସି ହୁଅନ୍ତୁ ଯାହା ଆପଣଙ୍କ ପାଖରେ ନାହିଁ ତା ପାଇଁ ମନ ଖରାପ କରନ୍ତୁନି ।
ତୁଳା:ଆପଣଙ୍କ ପାଇଁ ସମୟ ଭଲ ଅଟେ ନିଜର କାମରେ ଆପଣ ଅଧିକ ଦକ୍ଷତା ଦେଖାଇ ପାରିବେ । ଆପଣଙ୍କ କର୍ମ କ୍ଷେତ୍ରରେ ଆପଣ ଅଧିକ ଲାଭ ବାନ ହେବେ।ନିଜକୁ ସାରା ଦୁନିଆରେ ଆପଣ ପ୍ରମାଣିତ କରି ପାରିବେ । ନିଜର ଉପରେ ଭରସା ରଖନ୍ତୁ ଓ ଏଭଳି ଲୋକ ଙ୍କ ସହ ସମ୍ପର୍କ କାଟି ଦେବା ଏହି ସମୟ ପାଇଁ ଉଚିତ ଯେଉଁ ମାନେ କେବଳ ଆପଣଙ୍କ ଖରାପ ସମୟ ଦେଖିଲେ ଖୁସି ହୁଅନ୍ତି । ନିଜର ବନ୍ଧୁ କିମ୍ବା ପରିଜନଙ୍କୁ ନିଜର ବ୍ୟବସାୟର ଦାୟାରା ଠାରୁ ଦୂରେଇ ରଖନ୍ତୁ କାରଣ ବ୍ୟାପାର ମଧ୍ୟରେ ଯଦି ସମ୍ପର୍କ ଆସିବ ତେବେ ଏହା ଆପଣଙ୍କ ପାଇଁ ଖରାପ ସମୟ ନେଇ ଆସିବ ।
ବିଛା: ଏହି ରାଶିର ବ୍ୟକ୍ତି ମାନେ କିଛି ଶାନ୍ତି ପୂର୍ଣ କାମରେ ନିଜକୁ ନିବେଶ କରି ଆତ୍ମା କୁ ଶାନ୍ତି ଦେବେ । ନିଜର ଘର ପରିବାର ଠାରୁ ଦୂରେଇ ଆପଣ ଏହି ଦୁନିଆ ପାଇଁ କିଛି କରିବେ ଯାହାର ଶୁଭ ଫଳ ଆପଣଙ୍କ ଆଗାମୀ ପିଢୀକୁ ମିଳିବ । ନିଜର ଭାବନା ଉପରେ ନିୟନ୍ତ୍ରଣ ଆଣନ୍ତୁ କାରଣ ଏଭଳି କିଛି ଲୋକ ଅଛନ୍ତି ଯେଉଁ ମାନେ ଆପଣଙ୍କ ର ଭଲ ଓ ସରଳତା ର ଫାଇଦା ଉଠାଇବେ ।
ଧନୁ: ଏହି ସମୟରେ ଆପଣଙ୍କର ଆର୍ଥିକ ସ୍ଥିତି ସୃଦୃଢ ହେବ । ଆପଣ ଆସା କରୁଥିବା ଜିନିଷ କିମ୍ବା ଲୋକଙ୍କୁ ନିଜ ପାଖରେ ପାଇବେ । କେବଳ କାମ କରି ଚାଳନ୍ତୁ ଫଳ କୁ ଆସା କରନ୍ତୁନି । ନିଜର ବୁଦ୍ଧି ଲଗାଇ ଆପଣ ଅସୁବିଧାରେ ଥିବା ଲୋକଙ୍କୁ ସାହାଜ୍ଯ କରିବେ । ଯାହା ପରବର୍ତୀ ସମୟରେ ଆପଣଙ୍କୁ ଅଧିକ ମାତ୍ରା ରେ ଶୁଭ ଫଳ ପ୍ରଦାନ କରିବେ । କିଛି ଜୀବ ଜନ୍ତୁଙ୍କ ପାଇଁ ଆପଣ ଭଲ କାମ କରିବେ । ଯାହା ପାଇଁ ମା ଲକ୍ଷ୍ମୀ ଆପଣଙ୍କୁ କୃପା କରିବେ ।
ମକର :ଏହି ରାଶିର ବ୍ୟକ୍ତି ମାନେ ବିଶେଷ କରି ଛାତ୍ର ବୟସରେ ଥିବା ଉଭୟ ପୁଅ ଝିଅଙ୍କୁ କହି ରଖିବାକୁ ଚାହିଁବୁକି ଆପଣ ନିଜର ଅଧିକ ସମୟ ପାଠ ପଢାକୁ ଦିଅନ୍ତୁ । ଏହି ସମୟ ଆପଣଙ୍କୁ ଶୁଭ ଫଳ ଦାଇ ହେଲେ ମଧ୍ୟ ଯଦି ଆପଣ ଏହି ସମୟରେ ନିଜର କାମ ସଠିକ ଭାବେ ନ କରିବେ ତାହେଲେ ଭବିଷ୍ୟତରେ ଆପଣ ଅଧିକ ଘାତକ ଅପମାନର ସାମ୍ନା କରିବେ । ଆପଣ ଙ୍କ ସହ କାମ କରୁଥିବା ଲୋକଙ୍କୁ ଯଦି ଆପଙ୍କ ର ସାହାଜ୍ଯ ଦରକାର ଅଛି ତେବେ ସାହାଜ୍ଯ କରନ୍ତୁ । ନିଜର ସାହାସ ଓ ଧାର୍ଯ୍ୟ ର ସହ ଆପଣ ଆସୁଥିବା ଅସୁବିଧାକୁ ସାମ୍ନା କରନ୍ତୁ ଏହା ମାତ୍ର କିଛି ସମୟ ପାଇଁ । ଏହା ପରେ ପୁଣି ଆପଣ ନିଜକୁ ଭଲ ଅନୁଭବ କରିବେ ।
କୁମ୍ଭ: ଆପଣ କିଛି ମନୋରଞ୍ଜନ କାମରେ ନିଜକୁ ସାମିଲ କରି ପାରିବେ । ବ୍ୟବସାୟ କରୁଥିବା ଲୋକ ମାନେ କିଛି ବିଚାର କିମ୍ବା ନୂଆ ଯୋଜନା ର ସହ ଆଗକୁ ଯାନ୍ତୁ । ଆପଣ ନିଜ ପ୍ରେମିକ କିମ୍ବା ପ୍ରେମିକା ଙ୍କ ସହ ଏକ ସ୍ମୃତି ପୂର୍ଣ ସମୟ ଅତିବାହିତ କରିବେ । ଯାହା ଆପଣାଙ୍କୁ ଭବିଷ୍ୟତରେ ଖୁସି ଓ ଆନନ୍ଦ ଦେବ । ଆପଣ କିଛି ମହତ୍ଵ ପୂର୍ଣ ନିର୍ନୟ ନେଇ ପାରନ୍ତି ନିଜ ପରିବାର ବିଷୟରେ । ଏହି ସମୟରେ ଆପଣ ଅହଂକାର ଛାଡି ନିଜର ଦରକାରୀ ଲୋକଙ୍କ ସହ ଠିଆ ହୁଅନ୍ତୁ ।
ମୀନ: ଅଫିସ ରେ କିଛି ନୂଆ କାମ ଆସି ପାରେ । ନିଜର ଧର୍ଯ୍ୟ ହରାନ୍ତୁନି କାମରେ ମନ ଦିଅନ୍ତୁ ଦେଖିବେ ସଫଳ ହେବେ । ନିଜର କିଛି ଜିନିଷ ଯାହା ଆପଣ ଅଧିକ ପାଇସା ଦେଇ କିଣିବାକୁ ଯାଉଛନ୍ତି ତା ଆଗରୁ ନିଜର ପାର୍ଟନର କିମ୍ବା ନିଜ ପାଖ ଲୋକକୁ ପଚାରିକି କିଣନ୍ତୁ । ଯଦି ଆପଣ କେଉଁ ମଲ୍ଟି ନେସନାଲ କମ୍ପାନୀରେ କାମ କରୁଛନ୍ତି ତେବେ ଆପଣ ଲାଭରେ ରହିବେ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment