ଆଜିର ରାଶିଫଳ ରବିବାର ୧୧ ଏପ୍ରିଲ ୨୦୨୧

ମେଷ: ଏହି ରାଶିର ଲୋକମାନଙ୍କର ସମୟ ଆଜି ଅନୁକୂଳ ରହିବ । ପରିବାର ଲୋକଙ୍କ ସହ କୌଣସି କଥାକୁ ନେଇ ଝଗଡା ହୋଇପାରେ । ସେଥି ପାଇଁ ଆପଣ ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟବସାୟରେ ଭଲ ଲାଭ ମିଳିବ । ସାଙ୍ଗ ସାଥିମାନଙ୍କ ସହ କୌଣସି ଦୂର ସ୍ଥାନକୁ ଭ୍ରମଣ କରିବାକୁ ଯାଇ ପାରନ୍ତି । ଛାତ୍ରମାନେ ନିଜ ଜୀବନାରେ ଆଗକୁ ଅଭିବାକୁ ହେଲେ କଠିନ ପରିଶ୍ରମ କରନ୍ତୁ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାଙ୍କର ଧ୍ୟାନ ରଖନ୍ତୁ । ମହିଳା ମାନେ ଆଜି ଘରର କୌଣସି ଜରୁରୀ କାମରେ ନିଜକୁ ବ୍ୟସ୍ତ ରଖିବେ । ଚାକିରି କରିଥିବା ଲୋକଙ୍କୁ ନୂଆ ପଦ ମିଳିବାର ସମ୍ଭାବନା ରହିଛି ।
ବୃଷ:  ଏହି ରାଶିର ଲୋକମାନେ ନିଜ ପାଇଁ ନୂଆ ଯାନବାହାନ କିଣିପାରିବେ । ଘରର କୌଣସି ମାଙ୍ଗଳିକ କାର୍ଯ୍ୟରେ ଆପଣ ଅଧିକ ପଇସା ଖର୍ଚ୍ଚ କରିବେ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ମିଳିବ । ବିଦେଶ ଯାତ୍ରାର ଆଶଙ୍କା ରହିଛି । ଅଫିସରେ କାମ କରୁଥିବା ବ୍ୟକ୍ତିମାନଙ୍କୁ ନିଜ ସହ କର୍ମୀ ମାନଙ୍କ ସହ ଯୋଗ ମିଳିବ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଖୁସି ଖବର ମିଳିପାରେ । ଆଜି ଆପଣଙ୍କ ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ଦେଖାଯିବ । ସେଥି ପ୍ରତି ସତର୍କ ରୁହନ୍ତୁ । ନିଜ ଠାରୁ ବଡ ଗୁରୁଜନ ମାନକଙ୍କ ଉପଦେଶ ନିଅନ୍ତୁ ।
ମିଥୁନ: ଏହି ରାଶିର ଲୋକମାନେ ଆଜି ଦିନରେ କୌଣସି ଆଧ୍ୟାତ୍ମିକତା କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ମହିଳା ମାନେ ନିଜ ପାଇଁ କୌଣସି ନୂଆ ଜିନିଷ କିଣି ପାରନ୍ତି । ପରିବାର ଲୋକଙ୍କ ସହ ଭଲ ସମୟ ବିତାଇବେ । ସେଥି ପାଇଁ ଘରର ବାତାବରଣ ଭଲ ରହିବ । ନିଜ ପ୍ରିୟଜନ ମାନଙ୍କ ସହ ଯୋଗ ଆପଣଙ୍କୁ ମିଳିବ । କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ଅଟେ । ଧନ ଲାଭର ଯୋଗ ରହିଛି । ବିଦ୍ୟାର୍ଥୀ ମାନେ ନିଜ ପରିଶ୍ରମର ଫଳ ପାଇବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । କୌଣସି ମହାନ ବ୍ୟଲ୍ତିଙ୍କର ଭେଟ ମିଳିପାରେ ।
କର୍କଟ:  ଏହି ରାଶିର ଲୋକମାନଙ୍କର ଦିନଟି ଆଜି ଭଲରେ କଟିବ । ଚାକିରୀ କରିଥିବା ବ୍ୟକ୍ତି ନୂଆ ପଦ ପାଇ ପାରନ୍ତି । ଘରର ପରିବେଶରେ କିଛି ନୂଆ ପରିବର୍ତ୍ତନ ଆସିପାରେ । ସେଥି ପାଇଁ ଆପଣ ନିଜକୁ ପ୍ରସ୍ତୁ କରି ରଖନ୍ତୁ । ଆଜି କୌଣସି କାରଣରୁ ଆପଣ ଶାରୀରିକ ଓ ମାନସିକ ଚିନ୍ତାରେ ରହିବେ । ସେଥି ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କୌଣସି ଠକ ଲୋକଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ କୋଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ଏହି ସୁଯୋଗର ଆନନ୍ଦ ନିଅନ୍ତୁ ।
ସିଂହ: ଏହି ରାଶିର ଲୋକମାନେ ନିଜ ଜୀବନ ସାଥିଙ୍କ ସହ ଅଧିକ ସମୟ ବିତାଇବାକୁ ମିଳିବ । ଆପଣ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଁଥିଲେ ଆଜି ଦିନରେ କରି ପାରିବେ । ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ରହିବ । କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ ଯୋଗୁ ଆପଣ ଆଜି ଠକି ଯିବେ । ସେଥି ପାଇଁ ନିଜ ସ୍ୱାସ୍ଥ୍ୟ ପରତି ଯତ୍ନବାନ ହୁଅନ୍ତୁ । ଚାକିରୀ କରିଥିବା ଲୋକମାନେ ନିଜ ଅଧିକାରୀ ଓ ସହ କର୍ମୀ ମାନଙ୍କର ସମର୍ଥନ ପାଇବେ । ସନ୍ତାନ ମାନଙ୍କ ପାଇଁ କୌଣସି ଖୁସି ଖବର ପାଇ ଆପଣ ନିଜକୁ ଧନ୍ଯ ମନେ କରିବେ ।
କନ୍ୟା:ଏହି ରାଶିର ଲୋକମାନଙ୍କର ପାରିବାରିକ ବାତାବରଣ ଭଲ ରହିବ । ଘର ବଡ ଲୋକଙ୍କ ଠାରୁ ଆପଣଙ୍କୁ କୌଣସି କାରଣରୁ ସାହାଜ୍ଯ ମିଳିପାରେ । ସମାଜରେ ଆପଣଙ୍କ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଫଳରେ ସବୁ କ୍ଷେତ୍ରରେ ଆପଣ ସଫଳ ହେବେ । ବ୍ୟବସାୟରେ ଭଲ ଲାଭ ମିଳିବ । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥି ପାଇଁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜକୁ ମାନସିକ ଚିନ୍ତାରୁ ଦୂରେଇ ରକହନ୍ତୁ । ବିଦେଶକୁ ଯିବାର ସୁଯୋଗ ମିଳିପାରେ । ଭାଇ ଭଉଣୀଙ୍କ ସହ ଯୋଗ ଆଜି ଆପଣଙ୍କୁ ମିଳିପାରେ । ଧନ ଲାଭର ଯୋଗ ରହିଛି ।
ତୁଳା: ଏହି ରାଶିର ଲୋକମାନେ ନିଜ ଦକ୍ଷତା ଯୋଗୁ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ । ପରିବାର ଲୋକଙ୍କ ସହ କୋଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଆଜି ଆପଣ ନିଜକୁ ଧନ୍ଯ ମନେ କରିବେ । ବ୍ୟବସାୟରେ କିଛି ନୂଆ ଉନ୍ନତି ହୋଇପାରେ । ଅଫିସରେ କାମ କରୁଥିବା ଲୋକମାନେ କୌଣସି ସମସ୍ୟାର ସମୁଖିନ୍ନ ହୋଇପାରନ୍ତି । ସେଥି ପାଇଁ ଆପଣ ନିଜ ବଚନ ଉପରେ ନିୟନ୍ତ୍ରଣ ରଖନ୍ତୁ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ କୌଣସି କାରଣରୁ ଝଗଡା ହୋଇପାରେ । ଛାତ୍ରମାନେ କଠିନ ପରିଶ୍ରମ କରି ନିଜ ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ କିଛି ନୂଆ ଉପଦେଶ ମିଳିପାରେ ।
ବିଛା:  ଏହି ରାଶିର ଲୋକମାନେ ନିଜ ପରିବାର ସଦସ୍ୟଙ୍କ ପ୍ରତି ସ୍ନେହଭାବ ରଖିବେ ଯାହା ଫଳରେ ସମ୍ପର୍କରେ ନୂଆ ପରିବର୍ତ୍ତନ ଆସିବ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଭବିଷ୍ୟତରେ ଅସୁବିଧାର ସାମ୍ନା କରି ପାରନ୍ତି । ସନ୍ତାନ ମାନଙ୍କ ସ୍ଵାସ୍ଥ୍ୟରେ କିଛି ପ୍ରଭାବ ପଡିପାରେ । ସେଥି ପାଇଁ ଆପଣ ମାନସିକ ଚିନ୍ତାରେ ରହିବେ । ଧନ ଲାଭର ଯୋଗ ରହିଛି । ଅଫିସରେ କାମ କରୁଥିବା ଲୋକମାନଙ୍କୁ ନିଜ ଉଚ୍ଚ ଅଧିକାରୀ ଓ ସହ କର୍ମୀ ମାନଙ୍କର ସହ ଯୋଗ ମିଳିବ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ବିଶ୍ଵସ୍ତ ହେବାକୁ ଚେଷ୍ଟା କରନ୍ତୁ ।
ଧନୁ:ଏହି ରାଶିର ଲୋକମାନେ ନିଜ ଚାକିରୀ କ୍ଷେତ୍ରରେ ନିଜର ପୁରା ଧ୍ୟାନ କେନ୍ଦ୍ରିତ କରିବେ । ସମାଜରେ ଆପଣଙ୍କ ଗୌରବ ଓ ପ୍ରତିଷ୍ଠାର ମାନ ବଢିବ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ କୌଣସି ନୂଆ ସ୍ଥାନକୁ ଯାତ୍ରା କରି ପାରନ୍ତି । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରଖିବେ । କୌଣସି ନୂଆ ଜାଗା କିଣିବାକୁ ଚାହୁଥିଲେ ଆଜି ଦିନରେ କିଣିପାରିବେ । ଛାତ୍ରମାନେ ନିଜ ଦକ୍ଷତାର ପରୀକ୍ଷା ଦେବେ ଓ ସେଥିରେ ସଫଳ ମଧ୍ୟ ହେବେ । କୌଣସି ମହାନ ବ୍ୟକ୍ତିଙ୍କର ଭେଟ ମିଳିପାରେ । ବ୍ୟବସାୟୀ ମାନଙ୍କର ବେପାରରେ ଭଲ ଲାଭ ମିଳିବ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
ମକର :ଏହି ରାଶିର ଲୋକମାନଙ୍କୁ ନିଜ ପ୍ରିୟଜନ ମାନଙ୍କର ସହ ଯୋଗ ମିଳିବ । ଉଚ୍ଚ ଶିକ୍ଷା ପାଇଁ ଛାତ୍ରମାନେ ନିଜ ପରିଶ୍ରମରେ ସଫଳ ହେବେ । ଚାକିରି କରିଥିବା ଲୋକମାନେ ନିଜ କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ । ସମାଜରେ ଆପଣଙ୍କ ମାନ ସମାନର ବିକାଶ ହେବ । ନିଜକୁ କୋଣସି ଠକ ଲୋକଙ୍କ ଠାରୁ ଦୂରେଇ ରଖନ୍ତୁ । ଆଜି ଆପଣ କୌଣସି ସମାରୋହରେ ଯୋଗ ଦେଇ ନିଜକୁ ଧନ୍ଯ ମନେ କରିବେ । ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ । ସନ୍ତାନ ମାନଙ୍କ ପାଇଁ ଆପଣ କୌଣସି କ୍ଷେତ୍ରରୁ ଖୁସି ଖବର ପାଇ ପାରନ୍ତି । ନିଜ ସାଙ୍ଗ ସାଥି ମାନଙ୍କ ସହ ଅଧିକ ସମୟ ବିତାଇବା ସହ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
କୁମ୍ଭ: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବେ । ଆଜି ଆପଣ କୌଣସି ମାଙ୍ଗଳିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ଆଜି ଆପଣଙ୍କୁ ନୂଆ ପଦ ମିଳିବାରୁ ଆପଣଙ୍କର ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ଆସିବ । କାରୋବାରକୁ ଆଗକୁ ବଢେଇବା ପାଇଁ କୌଣସି ନୂଆ ଯୋଜନା କରି ପାରିବେ । ବ୍ୟବସାୟରେ ଭଲ ଲାଭ ମିଳିବ । ଛାତ୍ରମାନେ ଭବିଷ୍ୟତରେ ଆଗକୁ ବଢିବା ପାଇଁ କଠିନ ପରିଶ୍ରମ କରନ୍ତୁ । ଆପଣ ନିଜକୁ ମାନସିକ ଚିନ୍ତାରୁ ମୁକ୍ତ ରଖନ୍ତୁ । ସାମାଜିକ କ୍ଷେତ୍ରରେ ଆପଣଙ୍କର କର୍ମ ପାଇଁ ଆପଣ ପ୍ରଶଂସାର ପାତ୍ର ହେବେ ।
ମୀନ: ଏହି ରାଶିର ଲୋକମାନଙ୍କର ନିଜ ପରିଜନ ମାନଙ୍କ ସହ ଦିନଟି ଭଲରେ କଟିବ । କୌଣସି ସମାରୋହ ବା ଧାର୍ମିକ କାର୍ଯ୍ୟରେ ଆପଣ ନିଜକୁ ସାମିଲ କରିବେ । କାର୍ଯ୍ୟ କ୍ଷେତ୍ରରେ ଆପଣ ବ୍ୟସ୍ତ ରହିବେ । ରାଜନୈତିକ କ୍ଷେତ୍ରରେ ଆପଣ ସଫଳ ହେବେ । ଧନ ଲାଭର ଆଶଙ୍କା ରହିଛି । ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । କାହା ସହ ଆଲୋଚନା କରିବା ପୂର୍ବରୁ ଭାବି ଚିନ୍ତି କଥାବାରତା କରନ୍ତୁ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଅଧକ ସମୟ ବିତାଇବେ । ପ୍ରେମ କରୁଥିବା ବ୍ୟକ୍ତି ନିଜ ମନ କଥା ସାଥୀକୁ କହିବା ପାଇଁ ଆଜି ଦିନଟି ଶୁଭ ଅଟେ ।

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment