ଆଜିର ରାଶିଫଳ ଶୁକ୍ରବାର ୧୪ ମଇ ୨୦୨୧

ମେଷ: ଏହି ରାଶିର ଲୋକମାନେ ନିଜ ଛୋଟ ଭାଇ ଭଉଣୀଙ୍କ ଠାରୁ କିଛି ନୂଆ କଥା ଶିଖିବାକୁ ପାଇବେ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ବ୍ୟବସାୟରେ ଲାଭ ମିଳିପାରେ । ଦାଂପତ୍ଯ ଜୀବନରେ ନିଜ ସଙ୍ଗିନୀଙ୍କ ସହ ଭଲ ସମୟ ଅତିବାହିତ କରିବେ । ଆଜି ଆପଣଙ୍କ ଭାଗ୍ୟ ପୁରା ସାଥ ଦେବ । ଲୋକଙ୍କ ନଜରରୁ ଦୂରେଇ ରହି ନିଜ କର୍ମ କ୍ଷେତ୍ରରେ ଆଗକୁ ବଢନ୍ତୁ । ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ହେବ । ନିଜ ପରିବାର ଲୋକଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ବୃଷ: ଏହି ରାଶିର ଲୋକ ମାନଙ୍କର ଆୟ ବୃଦ୍ଧି କରିବାରେ ନୂଆ ଉପାୟ ମିଳିପାରେ । ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିପାରେ । ନିଜ କର୍ମ କ୍ଷେତ୍ରରେ ଆପଣ ସଫଳତା ପାଇ ପାରିବେ । ଆପଣଙ୍କର ଆର୍ଥିକ ଲାଭର ସମ୍ଭାବନା ରହିଛି । କାହାକୁ ପଇସା ଦେବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଏହି ସମୟରେ ନିଜ ସାଂସାରିକ ଜୀବନରେ ନୂଆ ବାତାବରଣ ଆଣିବାକୁ ଚେଷ୍ଟା କରନ୍ତୁ । ନିଜ ଜୀବନ ସାଥିଙ୍କ ସହ ଅଧିକ ସମୟ ବିତାଇବାକୁ ପ୍ରୟାସ କରନ୍ତୁ । ନିଜ ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଛାତ୍ରମାନେ ନିଜ ପରୀକ୍ଷାରେ ଉତିର୍ଣ୍ଣ ହେବେ ।
ମିଥୁନ: ଏହି ରାଶିର ଲୋକ ମାନେ ନିଜ ଘର ପାଇଁ କୌଣସି ନୂଆ ଜିନିଷ କିଣିବାକୁ ଚିନ୍ତା କରିବେ । କୌଣସି କାରଣରୁ ନିଜ ଜୀବନ ସାଥିଙ୍କ ସାହାଜ୍ଯ ମିଳିପାରେ । ଏହି କାରଣରୁ ଆପଣଙ୍କ ମାନସିକ ଚିନ୍ତା ଦୂର ହେବ । ବ୍ୟବସାୟରେ ଭଲ ଲାଭ ମିଳିବ । ଦାଂପତ୍ଯ ଜୀବନରେ ସୁଖ ସମୃଦ୍ଧିର ବିକାଶ ହେବ । ପରିବାର ଲୋକଙ୍କ ସହ ଅଧିକ ସମୟ ବିତାଇବାର ସୁଯୋଗ ମିଳିବ । ଛାତ୍ର ମାନେ ନିଜ ଜୀବନରେ କଠିନ ପରିଶ୍ରମ କରିବେ ଯାହା ଦ୍ଵାରା ସେମାନେ ସଫଳ ହେବେ । କୋଣସି ଦୂର ସ୍ଥାନକୁ ଯାତ୍ରା କରିବା କାରଣରୁ ଆପଣଙ୍କ ସ୍ଵାସ୍ଥ୍ୟରେ ପ୍ରଭାବ ପଡିପାରେ । ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
କର୍କଟ: ଏହି ରାଶିର ଲୋକ ମାନେ ଅଫିସରେ ବ୍ୟସ୍ତ ରହିବେ । ନିଜ ପରିଶ୍ରମର ଫଳ ମିଳିବ ଯାହା ଦ୍ଵାରା ଆପଣ ନିଜର ନୂଆ ପରିଚୟ ସୃଷ୍ଟି କରି ପାରିବେ । ନିଜଠାରୁ ବଡ ଅଧିକାରୀଙ୍କ ସହ ଯୋଗ ମିଳିବ । ନିଜ ପରିବାର ଓ ସାଙ୍ଗ ସାଥିଙ୍କ ସହ କୌଣସି ସ୍ଥାନକୁ ଯିବାର ସୁଯୋଗ ମିଳିବ । ସ୍ଵାଦିଷ୍ଟ ଭୋଜନର ମଜା ନିଅନ୍ତୁ । ଧନ ଲାଭର ଯୋଗ ରହିଛି । ଛାତ୍ରମାନେ ନିଜ ପରୀକ୍ଷାରେ ସଫଳ ହେବେ । ଦାଂପତ୍ଯ ଜୀବନରେ ସୁଧାର ଆସିବ । ଆପଣଙ୍କ ଉପରେ ନିର୍ଭର କରୁଥିବା ବ୍ୟକ୍ତିଙ୍କର ଧ୍ୟାନ ରଖନ୍ତୁ । ଆପଣ ନିଜ କର୍ମ କ୍ଷେତ୍ରରେ ବ୍ୟସ୍ତତା ଭିତରେ ରହିବେ ।
ସିଂହ:ଏହି ରାଶିର ଲୋକ ମାନଙ୍କୁ ନୂଆ ସଫଳତା ମିଳିବାକୁ ଯାଉଛି । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ମହିଳା ମାନେ ନିଜକୁ ପୂଜା ପାଠରେ ବ୍ୟସ୍ତ ରଖିବେ । ଛାତ୍ର ମାନେ ନିଜ ଜୀବନରେ ସଫଳତା ହେବା ହେଲେ କଠିନ ପରିଶ୍ରମ କରନ୍ତୁ । ଆଜି ଆପଣ କୌଣସି କାରଣରୁ ମାନସିକ ଚିନ୍ତାରେ ରହିବେ । ସେଥି ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ବ୍ୟବସାୟୀ ମାନେ କୌଣସି ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନଟି ଶୁଭ ଅଟେ । ମାତା ପିତାଙ୍କ ସହ ଯୋଗ ମିଳିବା ଫଳରେ ଆପଣ ଜୀବନର ସବୁ କ୍ଷେତ୍ରରେ ସଫଳ ହେବେ ।
କନ୍ୟା: ଆଜି ଆପଣଙ୍କୁ କୌଣସି ପୁରୁଣା ସାଙ୍ଗଙ୍କ ସହ ଭେଟ ହୋଇପାରେ । ପରିବାରରେ ହସ ଖୁସିର ମାହୋଲ ରହିବ । କର୍ମ କ୍ଷେତ୍ରରେ ଆପଣଙ୍କ ଉପରେ ନୂଆ ଦାୟିତ୍ଵ ଆସିପାରେ । ଯାହାକୁ ପୂରଣ କରିବା ଆପଣଙ୍କ ପକ୍ଷେ କଷ୍ଟକର ହେବ । ସମାଜରେ ଆପଣଙ୍କର ମାନ ସମାନ ବଢିବ । ଯାହା ଫଳରେ ଆପଣ ସବୁ କ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ନିଜକୁ କୌଣସି ଠକ ବ୍ୟକ୍ତି ଠାରୁ ଦୂରେଇ ରଖନ୍ତୁ । ବ୍ଯବସାୟିକ ଗତିବିଧି ପ୍ରତିକୂଳ ରହିବ ଯାହା ଫଳରେ ଆପଣ ମାନସିକ ଚିନ୍ତାରେ ରହିବେ ।
ତୁଳା:ଆଜି ଆପଣଙ୍କୁ ବିଜନେସରେ ଅଟକି ଥିବା ପଇସା ମିଳିବାକୁ ଯାଉଛି । ଛାତ୍ର ମାନେ ଉଚ୍ଚ ଶିକ୍ଷା ପାଇବାର ଯୋଗ ରହିଛି । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ବୁଝାମଣା ରହିବ । ଆପଣ ଅଧିକ ପରିଶ୍ରମ କରିବା ଫଳରେ ନିଜ ଜୀବନରେ ସଫଳତା ପାଇ ପାରିବେ । ଭାଇ ଭଉଣୀଙ୍କ ସହ ଯୋଗ ଆଜି ଆପଣଙ୍କୁ ମିଳିବ । ବିଦେଶକୁ ଯାତ୍ରା କରିବାର ଯୋଗ ରହିଛି । ମହିଳା ମାନେ ନିଜ ପାଇଁ ନୂଆ ଜିନିଷ କିଣିବାରେ ବ୍ୟସ୍ତ ରଖିବେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ ଭବିଷ୍ୟତରେ ସମସ୍ଯା ହୋଇପାରେ ।
ବିଛା: ଆଜି ଆପଣଙ୍କ ବ୍ୟବହାରରେ ଆଖପାଖରେ ଥିବା ଲୋକ ମାନେ ଆପଣଙ୍କ ଉପରେ ଖୁସି ହେବେ । କୌଣସି ଅନୁଭବି ବ୍ୟକ୍ତିଙ୍କର ଭେଟ ହୋଇପାରେ । ଶିକ୍ଷକ ମାନଙ୍କୁ ଉଚ୍ଚ ପଦ ମିଳିବାର ଯୋଗ ରହିଛି । କୌଣସି ଧାର୍ମିକ କାର୍ଯ୍ୟରେ ଆପଣ ନିଜକୁ ବ୍ୟସ୍ତ ରଖିବେ । ସନ୍ତାନ ମାନଙ୍କ ପାଇଁ କୌଣସି କ୍ଷେତ୍ରରୁ ଖୁସି ଖବର ମିଳିପାରେ । ବ୍ୟବସାୟରେ ଭଲ ଲାଭ ହେବା ସହ ନୂଆ ଯୋଜନା ଆରମ୍ଭ କରିବାକୁ ଚାହୁଥିଲେ ଆଜି କରି ପାରିବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।
ଧନୁ: ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥଳକୁ ଦର୍ଶନ କରିବାକୁ ଯାଇ ପାରନ୍ତି । କୌଣସି ନୂଆ ମିତ୍ରଙ୍କ ସହ ଭେଟ ହୋଇପାରେ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଅଧିକ ସମୟ ବିତାଇବାର ଯୋଗ ରହିଛି । ଧନ ଲାଭର ଆଶଙ୍କା ରହିଛି । ବିଦ୍ୟାର୍ଥୀ ମାନେ ନିଜ ପରୀକ୍ଷାରେ ସଫଳ ହେବାକୁ ହେଲେ ଅଧିକ ପରିଶ୍ରମ କରନ୍ତୁ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ ।
ମକର :ଆଜି ଆପଣ କୌଣସି କାରଣରୁ ଶୁଭ ଖବର ପାଇବେ । ସମୟ ଅନୁସାରେ ଆପଣ ନିଜ କାମକୁ ସମ୍ପୂର୍ଣ କରିବେ । ସମାଜରେ ଆପଣଙ୍କର ଗୌରବ ଓ ପ୍ରତିଷ୍ଠାର ମାନ ବୃଦ୍ଧି ହେବ । କୌଣସି ଜରୁରୀ କାମକୁ ନେଇ ଆଜି ଆପଣ ବ୍ୟସ୍ତ ରହିବେ । କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ନିଜ ପରିବାର ସଦସ୍ୟଙ୍କ ସହ ତାଳମେଳ ରଖିବାକୁ ପ୍ରୟାସ କରନ୍ତୁ । ସନ୍ତାନ ମାନଙ୍କ ତରଫରୁ ଆପଣ କୌଣସି ଜରୁରୀ ସୂଚନା ପାଇ ପାରିବେ । ଏହି ରାଶିର ଛାତ୍ର ମାନେ ନିଜ ପାଠ ପଢାରେ ସଫଳ ହେବା ପାଇଁ କଠିନ ପରିଶ୍ରମ କରିବେ ।
କୁମ୍ଭ: ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । କୌଣସି ଦୂର ସ୍ଥାନକୁ ଯାତ୍ରା କରିବାର ଆଶଙ୍କା ରହିଛି । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହ ଭଲ ସମ୍ପର୍କ ରହିବ । କୌଣସି କାମ କରିବା ପୂର୍ବରୁ ଭାବି ଚିନ୍ତି କରନ୍ତୁ । ଅଫିସରେ ନିଜ ସହ କର୍ମୀ ଓ ଅଧିକାରୀ ମାନଙ୍କ ସହ ଯୋଗ ମିଳିବା ଫଳରେ ଆପଣ ନିଜ ଜୀବନରେ ସଫଳତା ପାଇ ପାରିବେ । ଆପଣ ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ସହ ଆଲୋଚନା କରନ୍ତୁ । କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଆପଣ ଆନନ୍ଦ ହେବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।
ମୀନ: ଏହି ରାଶିର ଲୋକ ମାନଙ୍କର ସନ୍ତାନ ମାନଙ୍କ ପାଇଁ ଭଲ ଦିନ ରହିବ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କ ସହଯୋଗ ମିଳିବ । ଯାହା ଆପଣଙ୍କ ସମ୍ପର୍କରେ ମଧୁରତା ଆଣିଦେବ । ନିଜ ଆତ୍ମବିଶ୍ଵାସ ଉପରେ ଭରସା ରଖି ଜୀବନରେ ଆଗକୁ ବଢିବାକୁ ପ୍ରୟାସ ଜାରି ରଖନ୍ତୁ । କୌଣସି ନିଷ୍ପତି ନେବା ପୂର୍ବରୁ ଭାବି ଚିନ୍ତି ନିଅନ୍ତୁ । ଶିକ୍ଷକ ମାନେ ନୂଆ ପଦ ପାଇବାର ଯୋଗ ରହିଛି । ନିଜ ସାଙ୍ଗ ସାଥିଙ୍କ ସହ କୌଣସି ଦୂର ଜାଗାକୁ ଯାତ୍ରା କରି ପାରନ୍ତି । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment