ଆଜିର ରାଶିଫଳ ଶନିବାର ୧୫ ମଇ ୨୦୨୧

ମେଷ: ଏହି ରାଶିର ଲୋକମାନେ ଏହି ସମୟ ଭିତରେ ନିଜର ଏକ ଭଲ ବ୍ୟାପାର ଆରମ୍ଭ କରି ପାରିବେ । ଜଦି ଆପଣ ନିଜର କିଛି ବ୍ୟକ୍ତିଗତ କାମ ପାଇଁ କେଉଁ ଆଡେ ଯିବାକୁ ଚାହୁଁଥିଲେ ତେବେ ତାହା କିଛି ସମୟ ପାଇଁ ଅସଫଳ ରହିବ । ନିଜର ମାତା ଓ ପିତା ଙ୍କର ସେବା କରି ଆପଣ ନିଜ ପାଇଁ ଶୁଭ ଫଳ ପାଇ ପାରିବେ । କିଛି ଗରିବ କିମ୍ବା ଦୁଃଖୀ ଲୋକଙ୍କୁ ଆପଣ ସାମର୍ଥ ଅନୁସାରେ ସେବା ପ୍ରଦାନ କରିବେ ।
ବୃଷ: ଏହି ରାଶିର ଲୋକମାନେ ନିଜର ଇଚ୍ଛା ଅନୁସାରେ ଚାକିରି ପାଇ ପାରିବେ । ଯଦି ଆପଣ ନିଜର କିଛି ଇଚ୍ଛା ରଖିଛନ୍ତି ସୁସ୍ଵାଦୁ ଖାଇବା ପାଇଁ ତେବେ ଏହା ନିଶ୍ଚୟ ପୂରଣ ହେବ । ଏହି ସମୟରେ ନିଜ ପରିବାର ଠାରୁ ଆପଣ ଦୂରେଇ ରହି ପାରନ୍ତି । ନିଜର କିଛି ବନ୍ଧୁ ଯେଉଁ ମାନେ ଆପଣଙ୍କୁ ଅତୀତରେ କିଛି ସାହାଜ୍ଯ କରିଥିଲେ ସେମାନେ ସାହାଜ୍ଯ ପାଇଁ ଆସିପାରନ୍ତି । ଆପଣ ନିଜର ଲୋକମାନଙ୍କ ଠାରୁ ଦୂରେଇ ରହିବେ ଏହା ଆପଣଙ୍କ ଇଚ୍ଛା ଅନୁସାରେ ନୁହେଁ ପରିସ୍ଥିତିରେ ପଡି ଆପଣ ଏଭଳି କରିବେ । ଏହି ସମୟରେ ଆପଣ ନିଜର ଆର୍ଥିକ ସ୍ଥିତି ସୁଧାରୀ ପାରିବେ । ଏହି ସମୟ ନା ହି ଆପଣଙ୍କୁ ଅଧିକ ଖୁସି ଦେବ ନା ଅଧିକ ଦୁଃଖ ମିଶ୍ରିତ ଫଳ ଲାଭ କରିବେ।
ମିଥୁନ: ଏହି ରାଶିର ଲୋକମାନେ ନିଜ ପରିବାର କିମ୍ବା ଜୀବନ ସାଥି ସହ ଭଲ ସମୟ ବିତାଇବେ । ଆପଣ କିଛି କରିବା ଆଗରୁ ପ୍ରଥମେ ସେହି କାମ ରେ କେତେ ସମୟ ଓ କେତେ ଧନ ଖର୍ଚ୍ଚ କରିବେ ଶେଥି ପାଇଁ ଧ୍ୟାନ ଦିଅନ୍ତୁ । ଅଭି ଆପଣ ଖର୍ଚ୍ଚ ଦେଖିକି କରିବା ହି ବୁଦ୍ଧିମତାର ପରିଚୟ ଅଟେ । ଯଦି ଆପଣଙ୍କୁ କେହି ସାହାଜ୍ଯ ମାଗେ ତେବେ ସେ କେତେ ସତ କହୁଛି ଆଗ ଦେଖନ୍ତୁ ଜାଣନ୍ତୁ ତା ପରେ ଆପଣ ତାକୁ ସାହାଜ୍ଯ କରିବେ ।
କର୍କଟ: ଆପଣ ନିଜର ଜୀବନରେ ଆଗକୁ ଯିବା ପାଇଁ ଚାହୁଁ ଥିଲେ ଅଭି ସମୟ ଅଛି ଅତୀତ କୁ ଭୁଲି ଆପଣ ଆଗକୁ ଯାଇ ପାରିବେ । ନିଜର ଓ ନିଜର ଆଖ ପାଖ ଲୋକଙ୍କୁ ଖୁସି ଦେଇ ପାରିବେ । କିଛି ଭଲ କାମ ଛୋଟ ପିଲାଙ୍କ ପାଇଁ କଲେ ଭଲ । ଅନାଥ ପିଲାମାନଙ୍କ ପାଇଁ ଆପଣ କିଛି ବସ୍ତ୍ର ଖାଦ୍ଯ ଦାନ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଭଗବାନ ଶନି ଙ୍କର ଦୟା ହେବ । ଗରିବ କିମ୍ବା ଅବହେଳିତ ଲୋକଙ୍କୁ ସାହାଜ୍ଯ କାଲେ ପ୍ରଭୁ ଶନି ଆପଣଙ୍କୁ ସହାୟ ହେବେ ।
ସିଂହ:ଏହି ରାଶିର ଲୋକମାନେ ନିଜର ଘର ଓ ପରିବାର ଲୋକଙ୍କ ସହ ଏକ ସ୍ମୃତି ପୂର୍ଣ୍ଣ ସମୟ ବିତାଇ ପାରିବେ। ଏହା ଆପଣଙ୍କୁ ଆଗକୁ ଯାଇକି କିଛି ଅଭୂଲା ଦିନ ବିଷୟରେ ମନେ ପକାଇ ଦେବ । ଆପଣ ସବୁ କ୍ଷେତ୍ରରେ ଆଗକୁ ରହିବାକୁ ଚାହାଁନ୍ତି ମାତ୍ର ଏହି ସମୟରେ ଆପଣ ଏହା କରି ପାରିବେ । ଏହି ରାଶିର ଲୋକମାନେ ଟିକେ ଅଳସୁଆ ଥାନ୍ତି । ନିଜର ଅଳସୁଆମୀ ଗୁଣ ଛାଡି କର୍ମଠ ହୁଅନ୍ତୁ । ସମାଜରେ ନାମ ଓ ଖ୍ଯାତି କେବଳ ଚିନ୍ତା ଦ୍ଵାରା ହୁଏନି ଏଥି ପାଇଁ ଆପଣଙ୍କୁ ପରିଶ୍ରମ ମଧ୍ୟ କରିବାକୁ ପଡିବ ।
କନ୍ୟା: ନିଜ କଥାରେ ସଂଯମ ଆଣନ୍ତୁ । କହିବା ଆଗରୁ ଚିନ୍ତା କରନ୍ତୁ ଏହି ସମୟ ରେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ଙ୍କର ଅପାର କୃପା ହେବାକୁ ଯାଉଛି । ନିଜକୁ ନିୟନ୍ତ୍ରଣ ରେ ରଖିବା ଏହି ସମୟ ମଧ୍ୟରେ ନିହାତି ଆବଶ୍ୟକ ଅଟେ । ଯଦି ଆପଣ କିଛି ଏଭଳି କଥା କହୁଛନ୍ତି ଯାହା ପାଇଁ ଆପଣ ପାଇବାକୁ ଯାଉଥିବା ଡିଲ ଆଉ କାହାକୁ ମିଳିଯିବ ତେବେ ଏହା ଆପଣଙ୍କର ନିଜର କର୍ମ । ନିଜ ପରିବାର ଓ ପ୍ରିୟ ଜନଙ୍କ ପାଖେ ଆପଣ ପ୍ରିୟ ଭାଜନ ହୋଇ ରହିବେ । ଯାହାକୁ ବି ଆପଣ ସାହାଜ୍ଯ କରିବେ ସେ ଦିନେ ଆପଣଙ୍କୁ ବଡ ସାହାଜ୍ଯ କରିବ
ତୁଳା:ନିଜର ଜାନ ବାହନ ଚଳାଇବା ସମୟରେ ଦେଖିକି ଚଲାନ୍ତୁ, ନିୟମ ମାନି କାମ କରନ୍ତୁ ନଚେତ ନିଜ ସହ ଅନ୍ୟ ମାନଙ୍କୁ ଅସୁବିଧାରେ ପକେଇବେ ଆପଣ । ନିଜର ଚିନ୍ତା ଧାରାକୁ ଟିକେ ଖୋଲା ରଖନ୍ତୁ ଯଦି ଆପଣ ଚାହିଁବେ ତେବେ କିଛି ସମୟ ଭଗବାନଙ୍କୁ ଧ୍ୟାନ କରନ୍ତୁ । ପୂଜା କରିବା ସମୟରେ ଆପଣ ହଳଦିଆ ବସ୍ତ୍ର ପିନ୍ଧି ପୂଜା କରନ୍ତୁ । ପୂଜା ସାରି କାହା ସହ କଥା ହେବା ଅପେକ୍ଷା ନିଜକୁ ନିଜ ସମୟ ଦିଅନ୍ତୁ, ପ୍ରତେକ ପ୍ରଶ୍ନ ର ଉତ୍ତର ନିଜେ ପାଇ ଯିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । କିଛି କୂଣିଆ ଆସି ପାରନ୍ତି କିମ୍ବା କିଛି ଭଲ ଖବର ଦେଇ ପାରନ୍ତି ।
ବିଛା: ନିଜ ପିଲା ମାନଙ୍କ ପାଖରୁ କିଛି ଆଶାତୀତ ଫଳ ପାଇବେ । ସେମାନେ ନିଜ କ୍ଯାରିୟର କିମ୍ବା ବିବାହକୁ ନେଇ ଆପଣଙ୍କୁ କିଛି ମତ ଦେଇ ପାରନ୍ତି । ଏହା ଆପଣଙ୍କୁ ଖୁସି ପ୍ରଦାନ କରିବ । ନିଜର ପ୍ରତେକ ଲୋକଙ୍କ ସହ ଏହି ଖୁସି ବାଣ୍ଟନ୍ତୁ । ଯଦି ଆପଣ ନୂଆ ବିବାହ କରିଛନ୍ତି ତେବେ ନିଜ ଜୀବନ ସାଥି ସହ ଆପଣ ଭଲ ସମୟ ବିତାଇବେ । ନିଜର ବାପା ମା ଙ୍କୁ କିଛି ସରପ୍ରାଇଜ ଦେଇ ତାଙ୍କୁ କିଛି ଖୁସି କରି ପାରିବେ ।
ଧନୁ: ଆପଣଙ୍କ ପାଖକୁ ସୋୟୋଂ ମା ଲକ୍ଷ୍ମୀ ଆସିବେ । ପ୍ରତେକ କ୍ଷେତ୍ରରୁ ଆପଣ ସଫଳତା ପାଇବେ। କାହାକୁ ଧାର ରେ ଦେଇଥିବା ଧନ ଆପଣ ନିଶ୍ଚୟ ଫେରି ପାଇବେ । ଯଦି କିଛି ଲୋନ ପାଇଁ ଆବେଦନ କରିଛନ୍ତି ତାହା ଆପଣଙ୍କୁ ମିଳି ଜୀବ କିଛି ବିଳମ୍ବ ହେବ ମାତ୍ର ମିଳିଯିବ । ନିଜର ଲୋକ ଓ ନିଜର ଘର ପରିବାର ଉପରେ ନଜର ରଖନ୍ତୁ କାରଣ ଯଦି ଆପଣ ଏହାକୁ ଅଣଦେଖା କରିବେ ବାହାର ଲୋକ ଆପଣଙ୍କର ଘରେ କଳହ ସୃଷ୍ଟି କରି ପାରନ୍ତି ।
ମକର :ଏହି ରାଶିର ଲୋକମାନେ ନିଜର ଭାଗ୍ୟ ନିଜ ହାତରେ ଲେଖିବେ । ଏହି ସମୟରେ ଆପଣ ଯେଉଁ କାମରେ ହାତ ଦେବେ ତାହା ସଫଳ ହେବ । ଆପଣ କିଛି ଏଭଳି କାମ କରି ନିଯକୂ ସମାଜରେ ପରିଚିତ କରିବେ କି ଲୋକମାନେ ଆପଣ ଙ୍କୁ ବହୁତ ଦିନ ଧରି ମନେ ରଖିବେ । ଯଦି ଆପଣ ଚାହିଁବେ ତେବେ ଆପଣ ନିଜକୁ କିଛି ମାତ୍ରାରେ ବଦଳାଇ ପାରିବେ । ନିଜକୁ ବଦଳାଇବା ସହ ଆପଣ ନିଜର ବ୍ୟାପାର କ୍ଷେତ୍ରରେ କିଛି ନୂଆ ଯୋଜନା ଆଣନ୍ତୁ ଯାହା ଆପଣଙ୍କୁ ଏକ ପ୍ରତିଯୋଗୀ ବୋଲି ପ୍ରମାଣିତ କରିବ । ଯେଉଁ ମାନେ ନିଜର ଆଗାମୀ ପଢା ବଜାୟ ରଖିବା ପାଇଁ ଚାହାଁ ନ୍ତି ସେମାନେ ଏହି ସମୟରେ ନିଜର ନାମ ଲେଖାଇ ପାରିବେ ।
କୁମ୍ଭ: ଏହି ରାଶିର ଲୋକମାନେ ନିଜ ଘରେ ଥିବା ଧନକୁ ନେଇ ଦରକାର ଥିବା ଲୋକମାନଙ୍କୁ ସାହାଜ୍ଯ କରିବେ। ନିଜର ପରିବାର କରାଯାଉଥିବା ଅଯଥା ଖର୍ଚ୍ଚ କୁ ବଞ୍ଚାଇ ନିଜର ସମାଜର ଲୋକଙ୍କର କଲ୍ୟାଣ ରେ ଲଗାଇବେ । ନିଜର ଏହି ମହାନ କାମ ପାଇଁ ଆପଣ ରାଜନୀତି କ୍ଷେତ୍ରରେ ପ୍ରବେଶ କରି ପାରିବାର ଯୋଗ ଅଛି । ମାତ୍ର ଏହା ସେତେବେଳେ ସମ୍ଭବ ଯଦି ଆପଣ ଚାହିଁବେ । ଆପଣ ଯଦି ଛାତ୍ର ଅଛନ୍ତି ତେବେ କଠିନ ପରିଶ୍ରମର ଫଳ ପାଇବା ସମୟ ଆସି ଯାଇଛି । ଆପଣ ନିଜେ ଯେଉଁ ଚାକିରି ପାଇଁ ଆବେଦନ କରିବେ ତାହା ଆପଣ ଙ୍କୁ ମିଳିବ ।
ମୀନ: ଏହି ରାଶିର ଲୋକ ମାନେ ଆଗ ଅପେକ୍ଷା ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖିବେ ଯାହା ଉଭୟ ସମାଜ ଓ ଘର ପାଇଁ ଭଲ ସାବ୍ୟସ୍ତ ହେବ । ଏହି ରାଶିର ଲୋକମାନେ ସାଧାରଣତଃ ଦେଖିବାକୁ ସୁନ୍ଦର ଓ ବୁଧିଆ ମଧ୍ୟ । ଏହି ଗୁଣକୁ କିଛି ଭଲ ସାଧନରେ ଲଗାନ୍ତୁ। ଯାହା ପାଇଁ ଆପଣ ନିଜର ଊର୍ଣ୍ଣତି କରି ପାରିବେ । ଆପଣ ଏହି ସମୟରେ ଭଗବାନ ଶିବ ଙ୍କର ଆରାଧନା କରନ୍ତୁ ଯାହା ପାଇଁ ଆପଣ ନିଜର ମନକୁ ସାନ୍ତ କରି ଉପଯୁକ୍ତ କାମରେ ଲଗାଇ ପାରିବେ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment