ଆଜିର ରାଶିଫଳ ମଙ୍ଗଳବାର ୧୮ ମଇ ୨୦୨୧

ମେଷ: ଆପଣଙ୍କୁ ଏହି ସମୟ ମଧ୍ୟରେ ବ୍ୟବସାୟ ରୁ ସଫଳତା ମିଳିବ । ଆପଣ ନିଜାର କିଛି ପୂରୁଣା ବ୍ୟବସାୟୀ ମାନଙ୍କ ପାଖରୁ ଅନେକ କିଛି ନୂଆ ଉପାୟ ପାଇ ପାରିବେ । ଯାହା ଆପଣଙ୍କୁ ନିଜର ବ୍ୟାପାରରେ ବୃଦ୍ଧି ଓ ନିଜକୁ ଆଗକୁ ଯାଇ ଏକ ଭଲ ବ୍ୟାପାରୀ ରୂପେ ପରିଚିତ କରାଇବ । ଆପଣଙ୍କ ଘରେ ଯଦି କିଛି ଅସାନ୍ତି ଥିବ ତାହେଲେ ସେ ସବୁର ସମାଧାନ ମିଳିଯିବ । ଏହା ପାଇଁ ଆପଣଙ୍କର ମାନସିକ ଶାନ୍ତି ରହିବ । ଆପଣ ନିଜ ସନ୍ତାନ କୁ ନେଇ କିଛି ବ୍ୟସ୍ତ ରହି ପାରନ୍ତି । ଏଥର ରାହୁ ର ଶୁଭ ପ୍ରଭାବ ପାଇଁ ଆପଣ ଯାହାବି କରିବେ ତାହା ଆପଣ ଙ୍କୁ ଶୁଭ ଫଳ ପ୍ରଦାନ କରିବ । ରାହୁର ପ୍ରଭାବ ରହି ଥିବାରୁ ଯାହା ବି କରିବା ପାଇଁ ଚାହିଁ ବେ ଆପଣ ଅଧିକ ନ ଭାବି କରିନେବେ । କାରଣ ଅଧିକ ଭାବିବା ଦ୍ଵାରା ମଣିଷ ନିଜକୁ ଦୂବିଧାରେ ପକାଏ ।
ବୃଷ: ଆପଣ ନିଜର ପରିବାର ସହ ଭଲ ସମୟ ବିତାଇବେ । ଆପାଣ ନିଜର ଦ୍ଯମ୍ପତ୍ୟ ଜୀବନରେ ଖୁସି ରହିବେ । ଏହି ସମୟ ରେ ଆପଣ କରି ଥିବା ପ୍ରତେକ କାମ ଯାହା ଆପଣଙ୍କୁ ପସନ୍ଦ ସଫଳତା ଆଣିବ ଆପଣଙ୍କ ପାଇଁ । ଆପଣ ଅଭି ନିଜକୁ ନିଜ ଲକ୍ଷ ଆଡକୁ ଅଧିକ କେନ୍ଦ୍ରିତ କରାନ୍ତୁ । ନିଜର ଧ୍ୟାନ ଅନ୍ୟ ଭୌତିକ କାମରୁ ନିବୃତ କରନ୍ତୁ । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଆପଣ କିଛି କ୍ଷତିର ସାମନା କରିବେ । ଆପଣ ଯଦି ନିଜର ସାଙ୍ଗ ସାଥି ସହ ଏହି ବିଷୟରେ ଚର୍ଚ୍ଚା କରିବେ ତାହା ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହେବ ।
ମିଥୁନ: ଆପଣ ନିଜର କାମକୁ ଅଧିକ ଧ୍ୟାନରେ କରନ୍ତୁ । ଏହି ସମୟ ଆପଣଙ୍କୁ ମିଶ୍ରିତ ଫଳ ଦେବ । ଆପଣ ନିଜ ଘର କାମରେ ଅଧିକ ବ୍ୟସ୍ତ ରହିବେ । ଆଜି ଆପଣଙ୍କୁ କିଛି ଥକା ଅନୁବଭାବ ହୋଇ ପାରେ । ଏହାକୁ ନେଇ ଚିନ୍ତା କରିବା ଛାଡି ଦିଅନ୍ତୁ । ଆପଣ ଟିକେ ଭାବୁକ ପ୍ରକୃତିର ଲୋକ ହୋଇ ଥିବା ରୁ ଅନେକ ଲୋକମାନେ ଆପଣଙ୍କ ପାଖକୁ ନିଜର କାମ କିମ୍ବା କଥା ନେଇ ଆସିପାରନ୍ତି । ଆପଣ ପଛରେ ଛାଡି ଆଶୀଥବା କିଛି କାମ ଆଜି ସାରିବେ । ଆପଣ ମନ୍ଦିର କୂ ନଯାଇ ମଧ୍ୟ ଘରେ ଭଗବାନଙ୍କୁ କିଛି ସମୟ ପାଇଁ ଧ୍ୟାନ କରନ୍ତୁ, ଆପଣ ନିଜର ପ୍ରସନ୍ନ ର ଉତ୍ତର ପାଇ ଯିବେ ।
କର୍କଟ: ଶରୀର ସୁସ୍ଥ ରହିବ । ମନ ପ୍ରଫୁଲ ରହିବ, ନିଜେ କରିଥିବା ଭୁଲକୁ ନିଜେ ସୁଧାରୀ ଆଗକୁ ଯିବେ । ଆଜି ପ୍ରକୃତରେ ଆପଣଙ୍କ ଜୀବନରେ ଏକ ନୂଆ ଜନ୍ମ ହେବାକୁ ଯାଉଛି । ଯେଉଁ ମାନେ ବିଦ୍ୟାର୍ଥ ସେମାନେ ଅଳସ ପଣର ଶିକାର ହୋଇ ନିଜ କର୍ମରୁ ବିମୁଖ ହେବେ । ଦିନ ମଜୁରିଆ ଯେଉଁ ମାନେ ସେମାନଙ୍କୁ ଆଜି ଘରେ ଥିବା ସମୟରେ ବି ଧନ ପ୍ରାପ୍ତି ହେବ ।
ସିଂହ:ଆପଣଙ୍କ ପାଖରେ ଆତ୍ମ ବିଶ୍ଵାସ ଭରିକରି ରହିବ । ଆପଣ କିଛି ଜିନିଷର ଆବିଷ୍କାର କରି ପାରିବେ । ଆପଣ ପ୍ରତେକ କ୍ଷେତ୍ରରେ ଆଗରେ ରହିବେ । ଦିନର ଆରମ୍ଭ ଭଲ ହୋଇ ଥିବା ବେଳେ ଆପଣଙ୍କୁ ସାରା ଦିନ ଫୁରତି ଲାଗିବ । ନିଜର ପ୍ରତେକ କାମକୁ ଆଜି ଖୁବ ଜୋଷ ରେ କରିବେ । ଆପଣ ଆଜି ଭଗାବାନ ସୂର୍ଯ୍ୟ ଙ୍କ ଭଳି ନିଜକୁ କର୍ମଠ ଓ ତେଜୀୟାନ ଅନୁଭବ କରିବେ ।
କନ୍ୟା: ନିଜର ଭଲ ଓ ହସ ଖୁସି ଚରିତ୍ର ଦ୍ଵାରା ଆଜି ଆପଣ ସବୁଙ୍କ ମନ ଜିଣି ପାରିବେ । ଦୁରରେ ଥିବା କେହି ବନ୍ଧୁ କିମ୍ବା ପରିଜନ ଙ୍କ ପାଖରୁ କିଛି ନୂଆ ଓ ଶୁଭ ଖବର ଆସି ପାରେ ଯଦି ଆପଣ ନିଜେ ବାହାରେ ଅଛନ୍ତି ଅର୍ଥାତ ଆପଣ ନିଜ ପରିଆବର ପାଖରୁ ଦୂରରେ ଅଛନ୍ତି ତେବେ ଆପଣ ନିଜକୁ ଏକାନ୍ତ କିମ୍ବା ଏକା ଅନୁଭବ କରିବେ । ନିଜର ଉପର ଅଧିକାରୀ ଙ୍କ ଶହ ଭଲ ସମ୍ପର୍କ ସ୍ଥାପନା କରିବେ ଆପଣ । କିଛି ବ୍ୟକ୍ତି ଆପଣଙ୍କର ସଫଳତା ରୁ ଈର୍ଷା କରିବେ । ଏଭଳି ଲୋକମାନଙ୍କୁ ଯଦି ଆପଣ ଜାଣିଛନ୍ତି ତେବେ ସେମାନଙ୍କୁ ନିଜକୁ ଦୂରେଇ ରଖନ୍ତୁ ।
ତୁଳା:ନିଜର ଖୁସି ଭିତରେ ଆପଣ ଅନ୍ୟର ଖୁସି ମଧ୍ୟ ଦେଖିବେ । ଆପଣ ନିଜ ପରିବାର ସହ ଭଲ ସମୟ କାଟିବେ । ଆପଣ ଚାହିଁଲେ କିଛି ନୂଆ ଖାଇବା ବନେଇକି ନିଜ ପରିବାର ଲୋକଙ୍କୁ ଖୁସି ଦେଇ ପାରିବେ । ଆପଣଙ୍କର ଏଭଳି ସ୍ଵଭାବ ପାଇଁ ଘରର ବଡ ଲୋକମାନେ ସନ୍ତୁଷ୍ଟ ଓ ଖୁସି ହେବେ । ଆପଣ ଯଦି ରାଜନୀତିରେ ଅଛନ୍ତି ତେବେ ଆପଣ ଜାଣିଥିବେ କି ଆପଣ ନିଜର ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ପାଇବାକୁ ଯାଉଛନ୍ତି ।
ବିଛା:ଆପଣଙ୍କର ଶରୀର ସୁସ୍ଥ ରହିବ । ଆପଣ ନିଜକୁ ଖୁବ ଭଲ ବୋଲି ମାନେ ସୁସ୍ଥ ବୋଲି ଅନୁଭବ କରିବେ । ଅନେକ ଦିନରୁ ଥିବା ଚୀନ୍ତାରୁ ଆଜି ଆପଣ ନିଜକୁ ମୁକ୍ତ କରିବେ । କିଛି ସରକାରୀ କାଗଜ ଆଜି ଆପଣଙ୍କ ପାଖକୁ ଆସି ପାରେ ଯେଉଁ ଥିରେ ଆପଣଙ୍କ ପାଇଁ କିଛି ଖୁସି ଖବର ଅଛି । ଆପଣଙ୍କର ଅନେକ ଦିନରୁ ଚାଲି ଆସିଥିବା ବିବାଦ ଆଜି ସମାଧାନ ହେବାକୁ ଯାଉଛି । ଆପଣ ନିଜର କିଛି ପ୍ରପୋର୍ଟି ବିକି ପାରନ୍ତି ଯେଉଁ ଥିରୁ ଆପଣଙ୍କୁ ଅଧିକ ରୁ ଅଧିକ ଲାଭ ହେବ ।
ଧନୁ:ଆପଣଙ୍କର କିଛି ଜରୁରି କାମ ଯାହା ଆପଣଙ୍କର ପାଇଁ ନିହାତି ଫଳପ୍ରଦ ତାହାକୁ ଆଜି ଆପଣ ନିଜ ଜାଗାରେ ରହି ସମାଧାନ କରିପାରିବେ । ଆପଣ ନିଜର ଓ ପରିବାର ପ୍ରତେକ ଲୋକଙ୍କ ପାଇଁ ଚିନ୍ତିତ ରହିବେ ସେମାନଙ୍କ ସ୍ଵାସ୍ଥ ସାଧାରଣ ଖରାପ ରହି ପାରେ ଏହି ସମୟ ଭିତରେ । ଆପଣ ଏହାକୁ ଚିକିସ୍ଛା କରନ୍ତୁ । ଆପଣ ନିଜର ମାତା ପିତା ଏବଂ ଛୋଟ ପିଲାଙ୍କର ଧ୍ୟାନ ଏହି ସମୟ ମଧ୍ୟରେ ଅଧିକ ରଖନ୍ତୁ । ଆପଣଙ୍କର ଏହି ସମୟରେ ଅଧିକ ଡାଇତ୍ଵ ବଢି ପାରେ । ଏହାକୁ ନେଇ ଆପଣ ଚିନ୍ତାରେ ରହିବେ । ଆପଣ ସମୟ ପାଇଲେ ହନୁମାନ ଯୀଙ୍କୁ ସ୍ମରଣ କରନ୍ତୁ ନିଜକୁ ସମସ୍ୟାରୁ ମୁକ୍ତ କରାଇ ପାରିବେ ।
ମକର :ଯେଉଁ ମାନେ ଫ୍ରିଲେନ୍ସ ରେ କାମ କରୁଛନ୍ତି ସେମାନେ ଙ୍କର ଆୟ ବୃଦ୍ଧି ହେବ । ଆପଣଙ୍କର କଥା କହିବା ର ଶୈଳୀ ଲୋକମାନଙ୍କୁ ଅନେକ ମାତ୍ରାରେ ପ୍ରଭାବିତ କରିବ । ଆପଣ ନିଜକୁ କିଛି ଗୁରୁ ଦାଇତ୍ଵରେ ରଖିବେ । ଆପଣ ନିଜର ସାଙ୍ଗ ସହ କର୍ମୀ ମାନଙ୍କୁ ନିଜର ମନର କଥାକୁ କୁହନ୍ତୁ ଦେଖିବେ ଆପଣଙ୍କୁ ସେମାନେ ସାହାଜ୍ଯ କରୀବେ । ନିଜର ପରିବାର ରେ ଥିବା ଆପଣଙ୍କର ଭଉଣୀ କିମ୍ବା ଦୂର ସମ୍ପର୍କୀୟ ମାନଙ୍କୁ ଯଦି ଚାହିଁବେ ନିଜର କଥା କହି ପାରିବେ । ଆଜି ଆପଣ କିଛି ଧଳା ଫୁଲ ନେଇ ଭଗବାନ ସିବଙ୍କୁ ପ୍ରଦାନ କରନ୍ତୁ । ସମୟ ପାଇଲେ ଆପଣ ମହା ମୃତ୍ୟୁନଜୟ ମନ୍ତ୍ର ପଢନ୍ତୁ ।
କୁମ୍ଭ: ଏହି ରାଶିର ଲୋକମାନେ କିଛି ମାଙ୍ଗଳିକ କାମରେ ନିଜକୁ ବ୍ୟସ୍ତ କରୀବେ । ଆପଣ ନିଜ ପରିବାର ଲୋକଙ୍କ ସହ ସମୟ ବିତାଇକି ଭଲ ଅନୁଭବ କରୀବେ । ଆପଣଙ୍କର କିଛି ଉପାୟ କିମ୍ବା କିଛି କାମକୁ ନେଇଥିବା ମତ ଭୁଲ ହୋଇ ପାରେ । ଆପଣ ନିଜକୁ ଆତ୍ମବିଶ୍ଵାସର ସହ ଆଗକୁ ନିଅନ୍ତୁ ଶୁଭ ଫଳ ପାଇବେ । ଆପଣଙ୍କର ଶରୀର ଆଗ ଅପେକ୍ଷା ଭଲ ରହିବ । ଆପଣ ଭୋଜନରେ ନିଜର ପ୍ରିୟ ଜିନିଷ ଖାଇବା କୁ ପାଇବେ । ଆପଣ କିଛି ଗରିବ ଅବହେଳିତ ଲୋକଙ୍କୁ ସାହାଜ୍ଯ କରୀବେ ।
ମୀନ: ଆପଣ ନିଜ ଇଚ୍ଛା ଅନୁସାରେ ଜୀବନ ସାଥି ପାଇ ପାରିବେ । ଆପଣ ନିଜ ଆଗାମୀ ଦିନରେ କିଛି ଅଲଗା ବ୍ୟକ୍ତି ଭାବେ ଆଚରଣ କରୀବେ କାରଣ ଏହି ସମୟରେ ଆପଣ ଜୀବନର ପ୍ରକୃତ ମାନେ ବୁଝି ପାରିବେ । ଯେଉଁ ବିଦ୍ୟାର୍ଥୀ ମାନେ ନିଜକୁ ଆଗକୁ ନେଇ ଯିବା ପାଇଁ ଚାହୁଁ ଥିଲେ ସେମାନେ ଏବେ କିଛି ସମୟ ପାଇଁ ନୂଆ ଆଡମିସନ ନ କରେଇବା ଭଲ । କିଛି ଦିନ ପରେ ଆପଣ ଏହାକୁ ଚେଷ୍ଟା କରୀବେ । ଯେଉଁ ମାନେ ସନ୍ତାନ ପ୍ରାପ୍ତି କରିବାକୁ ଯାଉଛନ୍ତି ସେମାନେ ନିଜର ପିଲା ଓ ସ୍ତ୍ରୀ ଙ୍କର ଅଧିକ ଧ୍ୟାନ ଦିଅନ୍ତୁ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment