ତିଥି ଓ ପର୍ବ-ଦିବସ: ଆଜି ଫାଲ୍ଗୁନ ଶୁକ୍ଳ ତ୍ରୟୋଦଶୀ ପ୍ରାତଃ ୦୬:୧୧:୫୫ ଗତେ ଚତୁର୍ଦ୍ଦଶୀ (କ୍ଷୟ), ରାତ୍ରି ୦୩:୨୭:୦୩ ଗତେ ପୂର୍ଣ୍ଣିମା ତିଥି। ସିଂହଚନ୍ଦ୍ର ରାତ୍ରି ୦୧:୧୮ ଗତେ କନ୍ୟାଚନ୍ଦ୍ର। ପୂର୍ବାଫାଲ୍ଗୁନୀ ରାତ୍ରି ୦୭:୫୦:୫୯ ଗତେ ଉତ୍ତରାଫାଲ୍ଗୁନୀ ନକ୍ଷତ୍ର। ଶ୍ରୀମନ୍ଦିରରେ ରାଜାଗ୍ନି, ବରାହ ଦୋଳ, ଶିବ ଚତୁର୍ଦ୍ଦଶୀ ଓ ବେଢ଼ା ପରିକ୍ରମା, ଅଦ୍ୟ ତ୍ର୍ୟହସ୍ପୃକ୍ ଯୋଗ ହେତୁ ସ୍ନାନ, ଦାନ, ହୋମାଦି କରଣୀୟ, ନିତ୍ୟାନନ୍ଦ ଗୋସ୍ବାମୀଙ୍କ ଜନ୍ମୋତ୍ସବ, ବିଶ୍ୱ ରଙ୍ଗମଞ୍ଚ ଦିବସ, ଆର୍ଥ ଆଓ୍ୱାର ଦିବସ (ରାତି ୮:୩୦ରୁ ୯:୩୦)। ତ୍ରୟୋଦଶୀ ତିଥିରେ ବାଇଗଣ, ପ୍ରାତଃ ୦୬:୧୧:୫୫ ଗତେ ଚତୁର୍ଦ୍ଦଶୀ ତିଥିରେ ବିରି ଓ ତୈଳ ଏବଂ ରାତ୍ରି ୦୩:୨୭:୦୩ ଗତେ ପୂର୍ଣ୍ଣିମା ତିଥିରେ ଆମିଷ ଓ ତୈଳ ଭକ୍ଷଣ ନିଷେଧ।
ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।