ଆଜିର ରାଶିଫଳ ମଙ୍ଗଳବାର ୩୦ ମାର୍ଚ୍ଚ ୨୦୨୧

ମେଷ:  ଆଜି ଆପଣଙ୍କ ଦିନଟି ଭଲରେ କଟିବ । ଅଫିସରେ ଅଧିକାରୀମାନଙ୍କର ସହଯୋଗ ମିଳିବ । ଆପଣଙ୍କ ପରିବାର ଓ ସହକର୍ମୀଙ୍କ ସହ ଭଲ ସମୟ ଅତିବାହିତ ହେବ । ବ୍ୟବସାୟରେ ଭଲ ଲାଭ ମିଳିବ । ବିଦେଶକୁ ଯାତ୍ରା କରିବାର ଆଶଙ୍କା ରହିଛି । ଅଧିକ ପରିଶ୍ରମ କରି ମଧ୍ୟ ଆପଣଙ୍କୁ ସଫଳତା ମିଳିବ ନାହିଁ ସେଥି ପାଇ ଆପଣ ନିରାଶ ରହିବେ । ଏହି ସମୟରେ ନିଜର ଶରୀର ଉପରେ ଧ୍ୟାନ ଦିଅନ୍ତୁ । ଆପଣ ନିଜ ଘର ପାଇଁ କୌଣସି ଜିନିଷ କିଣିବାରେ ନିଜକୁ ବ୍ୟସ୍ତ ରଖିବେ । ଆଖି ସମ୍ଭନ୍ଧୀୟ କୌଣସି ରୋଗ ହେବାର ଆଶଙ୍କା ରହିଛି । ତେଣୁ ସତର୍କତା ଅବଲମ୍ବନ କରନ୍ତୁ । ପ୍ରଭୁ ହନୁମାନଙ୍କ ପାଖରେ ଲଡୁ ଭୋଗ କରିଲେ ଆପଣ ନିଜ ଜୀବନରେ ସଫଳତା ପାଇପାରିବେ ।
ବୃଷ: ଆପଣଙ୍କୁ ନିଜ କର୍ମ କ୍ଷେତ୍ରରେ ଲାଭ ମିଳିବ । ନିଜ ବଡ ଭାଇ ଓ ଭଉଣୀଙ୍କ ସହଯୋଗ ମିଳିବା ଦ୍ଵାରା ଆପଣ ଆପଣଙ୍କ ଜୀବନରେ ସଫଳତା ପାଇପାରିବେ । ଏହି ସମୟରେ ନିଜ ସାଥିମାନଙ୍କ ସହ ଭଲ ସମୟ କାଟିବେ । ନୂଆ କାର୍ଯ୍ୟର ଆରମ୍ଭ କରିବେ । ଅଧିକ ପରିଶ୍ରମ କରି ଆପଣଙ୍କୁ କମ ସଫଳତା ମିଳିବ । ଆପଣଙ୍କ ବ୍ୟବସାୟ ମଧ୍ୟମ ଧରଣର ରହିବ । ପରିବାର ଲୋକଙ୍କ ସହ ଭଲ ସମ୍ପର୍କ ରହିବ । ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ଗରିବ ଦୁଖୀ ଲୋକଙ୍କୁ ଖାଇବାକୁ ଦେଲେ ଆପଣ ଆପଣଙ୍କ ଜୀବନରେ ସଫଳତା ପାଇପାରିବେ ।
ମିଥୁନ: ଆଜି ଆପଣଙ୍କ ଘରକୁ କୌଣସି ବନ୍ଧୁଙ୍କର ଆଗମନ ହୋଇପାରେ । ନିଜ ସାଙ୍ଗ ସାଥିଙ୍କ ସହ ଭଲ ସମୟ କାଟିବେ । ଆଜି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିବ ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ । ବିଦେଶକୁ ଯିବାର ସମ୍ଭାବନା ଅଛି । ନିଜ ସହକର୍ମୀଙ୍କର ସହଯୋଗ ମିଳିବ । କର୍ମ କ୍ଷେତ୍ରରେ ନିଜକୁ ସଠିକ ପ୍ରମାଣ କରିବାର ଏଇଟା ଠିକ ସମୟ ନୁହେଁ । ବ୍ୟବସାୟରେ ଆର୍ଥିକ ଲାଭ ମିଳିବ । ପ୍ରଭୁ ହନୁମାନଙ୍କ ପାଖରେ ପାନ ଚଢାନ୍ତୁ । ଏହି ଉପାୟ କଲେ ଆପଣ ଆପଣଙ୍କ ଜୀବନରେ ସଫଳତା ପାଇପାରିବେ ।
କର୍କଟ: ଏହି ରାଶିର ଲୋକମାନେ ନିଜ ଅଧିକାରୀଙ୍କ ସହ ଭଲ ବ୍ୟବହାର କରିବାକୁ ଚେଷ୍ଟା କରିବେ । ନିଜ ପରିବାର ଓ ସାଥିଙ୍କ ସହଯୋଗରେ ଆପଣ ନିଜ ଲକ୍ଷ ସ୍ଥଳରେ ପହଞ୍ଚିପାରିବେ । ଆପଣଙ୍କ ବ୍ୟବସାୟରେ ଆର୍ଥିକ ଲାଭ ମିଳିବାର ଆଶଙ୍କା ରହିଛି । ନିଜ ଚେଷ୍ଟା ଦ୍ଵାରା ଆପଣ ନିଜର ଅର୍ଥ କ୍ଷେତ୍ରରେ ସୁଧାର ଆଣିପାରିବେ । ବ୍ୟବସାୟରେ କରିଥିବା ଯୋଜନା ସଫଳ ହେବ । ଆପଣଙ୍କ ବ୍ୟବହାରରେ ନମ୍ରତା ରହିବ । ପ୍ରଭୁ ହନୁମାନଙ୍କର ମନ୍ଦିରରେ ଯାଇ ରାମ ରକ୍ଷା ମନ୍ତ୍ର ପାଠ କଲେ ଆପଣଙ୍କ ଜୀବନର ସବୁ ସମସ୍ୟାର ସମାଧାନ ହୋଇପାରିବ ।
ସିଂହ: ଆଜି ଆପଣଙ୍କ ଦିନଟି ଆନନ୍ଦରେ କଟିବ । ଘରେ ମଧ୍ୟ ସମୟଟି ଖୁସିରେ କଟିବ । ଆଖପାଖରେ ଥିବା ଲୋକମାନେ ଆପଣଙ୍କ କାମର ପ୍ରଶଂସା କରିବେ । ଯାହା ଦ୍ଵାରା ଆପଣ ଆପଣଙ୍କ ଲକ୍ଷ ସ୍ଥଳରେ ପହଞ୍ଚିପାରିବେ । ଯଦି ଆପଣ ନିଜ ବ୍ୟବସାୟ ବିଷୟରେ ଦୁନିଆକୁ କହିବାକୁ ଚାହୁଞ୍ଚନ୍ତି ତେବେ ସୋସିଆଲ ମିଡିଆ ଜରିଆରେ କହିପାରିବେ । ନିଜ ନିଷ୍ପତି ଉପରେ ବୁଝି ବିଚାରୀ କାମ କରନ୍ତୁ । ଅନାଥ ଆଶ୍ରମରେ ଆର୍ଥିକ ସହଯୋଗ କାଲେ ଆପଣଙ୍କ ସମସ୍ୟାର ସମାଧାନ ହୋଇପାରିବ
କନ୍ୟା:ଏହି ରାଶିର ଲୋକମାନେ ନିଜ ଘର ଲୋକଙ୍କ ସହ ଭଲ ସମୟ ଅତିବାତ କରିବେ । ସାଙ୍ଗ ସାଥି ଓ ଶିକ୍ଷକଙ୍କର ସମର୍ଥନ ମିଳିବ । ଏହି ସମୟରେ ନିଜର ଲକ୍ଷ ପୂରଣ କରିବାକୁ ଚେଷ୍ଟା କରନ୍ତୁ । ନିଜ ଭବିଷ୍ୟତରେ ଆଗକୁ ବଢିବାକୁ ହେଲେ ଅଧିକ ପରିଶ୍ରମ କରନ୍ତୁ । କୌଣସି କ୍ଷେତ୍ରରୁ ଶୁଭ ସମାଚାର ମିଳିପାରେ । ବ୍ୟବସାୟରେ ଭଲ ଲାଭ ମିଳିବ । କୌଣସି ନୂଆ ଡାଇତ୍ଵ ମିଳିବ । ସାମାଜିକ କ୍ଷେତ୍ରରେ ମାନ ସମାନ ବଢିବ । ପ୍ରଭୁ ହନୁମାନଙ୍କ ମନ୍ଦିରରେ ଯାଇ ଭୋଗ କଲେ ଆପଣଙ୍କୁ ସଫଳତା ମିଳିପାରିବ ।
ତୁଳା:ଏହି ରାଶିର ଲୋକମାନେ ନିଜ ଘର କାମରେ ବ୍ୟସ୍ତ ରହିବେ । କୌଣସି ଲୋକଙ୍କ ଠାରୁ ସାହାଜ୍ଯ ମିଳିପାରେ । କର୍ମ କ୍ଷେତ୍ରକୁ ନେଇ ଚିନ୍ତିତ ରହିବେ ।ସେଥିପାଇଁ ମାନସିକ ଚିନ୍ତା ନ କରି ନିଜ ଚେଷ୍ଟା ଜାରି ରଖନ୍ତୁ । କୌଣସି ସ୍ଥାନକୁ ଯାତ୍ରା କରିପାରିବେ । ସାଥିଙ୍କ ସହଯୋଗ ଆପଣଙ୍କୁ ସବୁ ଚିନ୍ତାରୁ ମୁକ୍ତ କରିପାରିବ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଆପଣଙ୍କ ବ୍ୟବହାରରେ କୌଣସି ନୂଆ ପରିବର୍ତ୍ତନ ଆସିପାରେ । ସେଥିପ୍ରତି ଧ୍ୟାନ ଦେବେ । ହନୁମାନ ଚାଳିଶା ପାଠ କଲେ ଆପଣଙ୍କର ସବୁ ସମସ୍ୟା ଦୂର ହେବ ।
ବିଛା: ଏହି ରାଶିର ଲୋକମାନେ ନିଜ ପୁରୁଣା ସାଥିଙ୍କ ସହ ଭେଟା ହୋଇପାରେ । ପିତାଙ୍କ ସହଯୋଗ ପାଇଁ ଆପଣ ନିଜ ଜୀବନରେ ଆଗକୁ ବଢିପାରିବେ । କୌଣସି ନୂଆ କାମ ଆରମ୍ଭ କରୁଥିଲେ ଏହି ସମୟଟି ଠିକ ନୁହେଁ । କିନ୍ତୁ ଚେଷ୍ଟା କଲେ ଏଥିରେ ଆପଣ ନିଶ୍ଚିନ୍ତ ଭାବେ ସଫଳ ହେବେ । ଆପଣ ନିଜ ଦକ୍ଷତାର ଭଲ ପ୍ରଦର୍ଶନ କରିବେ । ଆପଣଙ୍କୁ ଯେଉଁ କାମଟି ଠିକ ଲାଗୁଛି ତାହା କରିପାରନ୍ତି । ଅଯଥା କାମରେ ପଇସା ଖରଚ ନ କରି ପଇସାକୁ ଭଲ କାମରେ ବ୍ୟବହାର କରନ୍ତୁ । ଆଜି ପ୍ରଭୁ ହନୁମାନଙ୍କ ପାଖରେ ସିନ୍ଦୁର ଚଢାଇଲେ ଆପଣଙ୍କ ସମ୍ପର୍କରେ ମଧୁରତା ଭରିଯିବ ।
ଧନୁ: ଏହି ରାଶିର ଲୋକମାନେ ନିଜ କର୍ମ କ୍ଷେତ୍ରରେ ସଫଳତା ପାଇବେ । ବିକାଶ କାର୍ଯ୍ୟରେ ସଫଳତା ମିଳିବ । ଅଫିସରେ ଅଧିକାରୀଙ୍କର ଶଯୋଗ ମିଳିବ । ଧନ ଲାଭର ଯୋଗ ରହିଛି । ବ୍ୟବସାୟରେ ବୃଦ୍ଧି ଘଟିବ । କୌଣସି ଏମିତି ଲୋକଙ୍କ ସହ ଭେଟ ହେବ ଯିଏ ଆପଣଙ୍କୁ ସଠିକ ପରାମର୍ଶ ଦେବେ । ମାନସିକ ଚିନ୍ତା ମନରେ ନ ଆଣି କଠିନ ପରିଶ୍ରମ କରନ୍ତୁ । ଯାହା ଫଳରେ ଆପଣ ସଫଳତାର ଶୀର୍ଷରେ ପହଞ୍ଚିପାରିବେ ।।
ମକର : ଏହି ରାଶିର ଲୋକମାନଙ୍କୁ କାମରେ ସଫଳତା ମିଳିବ । ଜୀବନ ସାଥିଙ୍କ ସହ କୌଣସି ଜାଗାକୁ ଯାତ୍ରା କରିପାରନ୍ତି । କୌଣସି ସ୍ଥାନରୁ ଖୁସି ଖବର ମିଳିପାରେ । ଏହି କାରଣରୁ ବଡ ସମସ୍ୟାର ସମାଧାନ ହୋଇପାରିବ । ଆପଣଙ୍କର ଏକାଗ୍ରତା କମ ଥିବା ଯୋଗୁ ଆପଣଙ୍କ କାମରେ ପ୍ରଭାବ ପଡିପାରେ । ଆପଣଙ୍କ ସଫଳତାରେ କିଛି ଲୋକମାନେ ଈର୍ଷା କରିବେ । ଶାରୀରିକ ଓ ମାନସିକ ଦୃଷ୍ଟିରୁ ଆପଣ ସ୍ଵସ୍ଥ ରହିବେ ।
କୁମ୍ଭ:ଏହି ରାଶିର ଲୋକମାନଙ୍କର ମାତା ପିତାଙ୍କ ସହ ଭଲ ସମୟ ଅତିବାହିତ ହେବ । ଆପଣ ମନ୍ଦିର ଦର୍ଶନ କରିବାକୁ ଯାଇପାରନ୍ତି । ଆପଣ ନିଜ କାମ, ପ୍ରତିଷ୍ଠା, ଯଶ ପାଇଁ ନିଜର ନୂଆ ପରିଚୟ ସୃଷ୍ଟି କରିବେ । ଆର୍ଥିକ ଲାଭର ସମ୍ଭାବନା ରହିଛି । କାନୁନି କାମରେ ଫସିଥିବା ଲୋକମାନେ ଭାବି ଚିନ୍ତି ନିଷ୍ପତି ନେବେ । ନିଜକୁ ମିଳିଥିବା ପ୍ରଶଂସାରୁ ବାହାରି ଆସି ନିଜ କାମରେ ଧ୍ୟାନ ଦିଅନ୍ତୁ ।  ନିଜର ନୂଆ ପରିଚୟ ମିଳିବା ସହ ନୂଆ ଦାଇତ୍ଵ ମିଳିପାରେ । ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଲେ ପ୍ରେମ ଜୀବନରେ ଭଲ ସମ୍ଭନ୍ଧ ରହିବ ।
ମୀନ: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ ଅଧିକରୁ ଅଧିକ ସମୟ ବିତାଇବେ । ନୂଆ କାମରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରନ୍ତୁ । ଆପଣଙ୍କର ଏହି ଚେଷ୍ଟାରେ ଆପଣଙ୍କୁ ପ୍ରଶଂସା ମିଳିପାରେ । ଏହି ସମୟର ଆନନ୍ଦ ନିଅନ୍ତୁ । ନିଜ ପରିବାର ଓ ସାଥିଙ୍କ ସହ ଭଲ ସମ୍ପର୍କ ବଜାୟ ରଖିବା ପାଇଁ ଏହି ସମୟଟି ସଠିକ ଅଟେ । ଧନ ଲାଭର ଯୋଗ ଅଛି । ଯେଉଁ ଲୋକମାନେ ଆପଣଙ୍କ ଉପରେ ସମ୍ପୂର୍ଣ ରୂପେ ନିର୍ଭର ସେମାନଙ୍କର ଧ୍ୟାନ ରଖନ୍ତୁ । ମନ୍ଦିର ବାହାରେ ଥିବା ଲୋକଙ୍କୁ ବସ୍ତ୍ର ଦାନ କାଲେ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment