ଆଜିର ରାଶିଫଳ ସୋମବାର ୩୧ ମଇ ୨୦୨୧

ମେଷ: ଏହି ରାଶିର ଲୋକ ମାନଙ୍କର ଆଜି ଦିନଟି ଭଲରେ ରହିବ । ମହିଳା ମାନେ ଘରର ନୂଆ ଜିନିଷ ଓ ନିଜ ପାଇଁ ନୂଆ ବସ୍ତ୍ର କିଣିବାରେ ବ୍ୟସ୍ତ ରହିବେ । ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତିରେ ନୂଆ ପରିବର୍ତ୍ତନ ଆସିବ । ସାମାଜିକ କ୍ଷେତ୍ରରେ ଆପଣଙ୍କ ମାନ ସମାନ ବଢିବ । ଛାତ୍ରମାନେ କଠିନ ପରିଶ୍ରମ କରି ନିଜ ଜୀବନରେ ଆଗକୁ ବଢି ପାରିବେ । ଆପଣ କୋଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଥିଲେ ଆଜି ଦିନରେ କରି ପାରିବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ଅନ୍ୟମାନଙ୍କର ଧ୍ୟାନ ରଖନ୍ତୁ । ଦାମ୍ପତ୍ୟ ଜୀବନରେ ନିଜ ସାଥିଙ୍କ ସହ ଭଲ ସମୟ ଅତିବାହିତ କରିବେ ।
ବୃଷ: ଆପଣଙ୍କ ଦିନ ଆଜି ମାଧ୍ୟମ ଜୀବ ଅନନ୍ୟ ମାନଙ୍କ ସହ ଆପଣଙ୍କ ତାଳମେଳ ଖୁବ ଭଲ ରହିବ । ଆପଣଙ୍କ ପ୍ରାୟ ଗ୍ରହ ଅନୁକୂଳ ପରିସ୍ଥିତିରେ ଥିବାରୁ ଆପଣ କିଛି ଉସ୍ଛବରେ ଭାଗ ନେଇ ପାରନ୍ତି । ଆପଣ ନିଜ ପାଇଁ ପରିଶ୍ରମ କରି ନିଜେ କିଛି ଭଲ ଜାଗାରେ ରହି ପାରିବେ । ଆପଣ ନିଜର କିଛି ଅସୁବିଧାକୁ ଖୁବ ସାଧାରଣ ଭାବେ ଗ୍ରହଣ କରନ୍ତୁ । ଆପଣ ଙ୍କ ସାକାରାତ୍ମକ ଚିନ୍ତା ଆପଣଙ୍କୁ ଖୁବ ଭଲ ପରିଣାମ ଦେବ । ଆପଣ ଭଗବାନ ଶିବଙ୍କ ମନ୍ତ୍ର ୧୧ ଥର ଜପ କରନ୍ତୁ ଦେଖିବେ ଆପଣ ନିଜ ଜୀବନର ସବୁଠାରୁ ବଡ ସମସ୍ଯା ଠାରୁ ଦୂରେଇ ଯିବେ ।
ମିଥୁନ: ଏହି ରାଶିର ଲୋକମାନେ ନିଜ ପରିବାର ଲୋକଙ୍କ ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ଅଫିସରେ କାମ କରୁଥିବା ବ୍ୟକ୍ତିମାନେ ନିଜ ସହ କର୍ମୀ ମାନଙ୍କର ସାହାଜ୍ଯ ପାଇବେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କ ସାଙ୍ଗ ସାଥିଙ୍କ ସହ ଭଲ ସମ୍ପର୍କ ରହିବ । କୌଣସି ନୂଆ ବ୍ୟକ୍ତି ସହ ଭେଟ ହୋଇପାରେ । ବ୍ୟବସାୟ କରୁଥିବା ଲୋକ ମାନଙ୍କର ଭଲ ଲାଭ ହେବ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ସନ୍ତାନ ମାନଙ୍କ ଯୋଗୁ କିଛି ଖୁସି ଖବର ପାଇ ପାରନ୍ତି । କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ ଉପଦେଶ ମିଳିପାରେ । ସମାଜରେ ଆପଣ ନିଜକୁ ସଠିକ ପ୍ରମାଣ କରିବାକୁ ପ୍ରୟାସ କରିବେ ।
କର୍କଟ: ଏହି ରାଶିର ଲୋକ ମାନଙ୍କର ଦିନଟି ଭଲରେ ରହିବ । ଆଜି ଆପଣ ଧାର୍ମିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ସମାଜରେ ଆପଣଙ୍କ ମାନ ସମାନ ବୃଦ୍ଧି ହେବ । ସେଥିପାଇଁ ଆପଣ ସବୁ କ୍ଷେତ୍ରରେ ପ୍ରଶଂସା ପାଇବେ । ନିଜ ଜୀବନ ସାଥିଙ୍କ ସହ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । ଅଧିକ ପରିଶ୍ରମ କରି କମ ସଫଳତା ପାଇବାରୁ ଆପଣ ନିରାଶ ରହିବେ । ମହିଳା ମାନେ ଘରର କୌଣସି କାମରେ ନିଜାମୁ ବ୍ୟସ୍ତ ରଖିବେ । ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ଭାଇ ଭଉଣୀଙ୍କ ସହ ଯୋଗ ମିଳିପାରେ । ସନ୍ତାନ ମାନଙ୍କ ଦେହ ଖରାପ ହେବାରୁ ଆପଣ ମାନସିକ ଚିନ୍ତାରେ ରହିବେ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ ।
ସିଂହ: ଏହି ରାଶିର ଲୋକ ମାନଙ୍କର ବ୍ୟବସାୟରେ ଭଲ ଲାଭ ମିଳିବ । ନିଜ ପରିବାର ଲୋକଙ୍କ ସହ କୌଣସି ସମାରୋହରେ ଯୋଗ ଦେଇ ସ୍ଵାଦିଷ୍ଟ ଭୋଜନର ଆନନ୍ଦନେବେ । ନିଜ ଜୀବନ ସାଥୀଙ୍କୁ କୌଣସି ସରପ୍ରାଇଜ ଦେବେ । ଯାହା ଫଳରେ ଆପଣଙ୍କ ସମ୍ପର୍କରେ ମଧୁରତା ଆସିବ । କୌଣସି ଅଜଣା ଅଚିହ୍ନା ବ୍ୟକ୍ତିଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ । ନଚେତ ଭବିଷ୍ୟତରେ ଆପଣ ଅସୁବିଧାର ସାମନା କରିବେ । ନିଜ ଠାରୁ ବଡ ଗୁରୁଜନ ମାନଙ୍କ ସାହାଜ୍ଯ ପାଇ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରନ୍ତୁ । ନିଜ ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ସମାଜରେ ଆପଣଙ୍କ ଗୌରବ ଓ ପ୍ରତିଷ୍ଠାର ମାନ ବଢିବ ।
କନ୍ୟା: ଏହି ରାଶିର ଲୋକ ମାନଙ୍କର ଦାଂପତ୍ଯ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବା ସହ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ଭଲ ବୁଝାମଣା ରହିବ । ଆଜି କର୍ମ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିପାରେ । ଚାକିରି କରିଥବା ବ୍ୟକ୍ତିଙ୍କୁ କୁଆ ପଦ ମିଳିବାର ଆଶଙ୍କା ରହିଛି । ନିଜ ଘର ଲୋକଙ୍କ ସହ ଦୂର ଜାଗାକୁ ବୁଲିବାକୁ ଯାଇପାରନ୍ତି । ଆପଣଙ୍କ କଥା କହିବାର ଶୈଳୀ ପାଇଁ ଆପଣ ସବୁ କ୍ଷେତ୍ରରେ ପ୍ରଶଂସା ପାଇବେ । ଛାତ୍ରମାନେ ନିଜ ଦକ୍ଷତାର ପରୀକ୍ଷା ଦେବେ ଓ ସଫଳ ମଧ୍ୟ ହେବେ । ଅନ୍ୟମାନଙ୍କର ଧ୍ୟାନ ରଖିବା ସହ ତାଙ୍କର ବିଶ୍ଵସ୍ତ ହେବାକୁ ଚେଷ୍ଟା କରନ୍ତୁ ।
ତୁଳା: ଏହି ରାଶିର ଲୋକ ମାନେ ଆଜି ନୂଆ କାମ ଆରମ୍ଭ କରି ପାରିବେ । ନିଜ ପରିବାର ଲୋକଙ୍କ ସହ ଅଧକ ସମୟ ବିତାଇବେ । କୌଣସି କ୍ଷେତ୍ରରୁ ଆକସ୍ମିକ ଭାବେ ଧନ ଲାଭର ଯୋଗ ରହିଛି । ସନ୍ତାନ ମାନଙ୍କ ପାଇଁ ଆଜି ଆପଣ ମାନସିକ ଚିନ୍ତାରେ ରହିବେ । କୌଣସି ମହାନ ବ୍ୟକ୍ତିଙ୍କର ଭେଟ ହୋଇପାରେ । ନିଜ ପଡୋଶୀ ଓ ପ୍ରିୟଜନ ମାନଙ୍କର ସାହାଜ୍ଯ ମିଳିବ । ଶିକ୍ଷକ ମାନଙ୍କର ନୂଆ ପଦ ମିଳିବାର ଯୋଗ ରହିଛି । ଚାକିରି କ୍ଷେତ୍ରରେ ଆପଣ ନିଜ ଦକ୍ଷତା ପାଇଁ ପ୍ରଶଂସା ପାଇବେ । ଯାହା ଆପଣଙ୍କ ଜୀବନରେ ଆନଦ ଆଣି ଦେବ ।
ବିଛା: ଏହି ରାଶିର ଲୋକ ମାନେ ନିଜ ଜୀବନରେ ଆଗକୁ ବଢିବା ପାଇଁ ନିଜର ଚେଷ୍ଟା ଜାରି ରଖନ୍ତୁ । କୌଣସି ଆଧ୍ୟାତ୍ମିକ କାର୍ଯ୍ୟରେ ଆଜି ଆପଣ ବ୍ୟସ୍ତ ରହିବେ । ବିଦେଶକୁ ଯାତ୍ରା କରିବାର ଯୋଗ ରହିଛି । ଆଜି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ଦାଂପତ୍ଯ ଜୀବନରେ ନିଜ ସାଥିଙ୍କର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଆପଣଙ୍କର କୌଣସି ମହତ କଥାକୁ ନେଇ ଆପଣ ସମାଜରେ ଲୋକପ୍ରିୟ ହେବେ । ଯେଉଁମାନେ ଆପଣଙ୍କ ଉପରେ ନିର୍ଭର କରନ୍ତି ସେମାନଙ୍କର ଧ୍ୟାନ ରଖନ୍ତୁ ।
ଧନୁ: ଏହି ରାଶିର ଲୋକ ମାନଙ୍କର ପ୍ରତିଭା ଯୋଗୁ ସମାଜରେ ମାନ ବଢିବ । କୌଣସି କାରଣରୁ ଶୁଭ ସମ୍ବାଦ ମିଳିପାରେ । ଧନ ଲାଭର ଯୋଗ ରହିଛି । ଆଜି ଆପଙ୍କ ଦିନଟି ଭଲରେ କଟିବ । ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ଅନ୍ୟ ଲୋକଙ୍କ ସହ ଆଲୋଚନା କରନ୍ତୁ । ବ୍ୟବସାୟରେ ଭଲ ଲାଭ ମିଳିବ । ନିଜର କୌଣସି ପୁରୁଣା ସାଥିଙ୍କ ସହ ଭେଟ ହୋଇପାରେ । ଅଫିସରେ ନିଜ ସହ କର୍ମୀ ମାନଙ୍କ ସହ କୌଣସି ଦୂର ସ୍ଥାନକୁ ଯିବାର ମୌକା ମିଳିପାରେ ।
ମକର :ଆଜି ଆପଣଙ୍କ ଘରେ ନୂଆ ଅତିଥିର ଆଗମନ ହୋଇପାରେ । ସେଥି ପାଇଁ ଆପଣକ ଘରର ମାହୋଲ ଆନନ୍ଦରେ ରହିବ । ନିଜ ଭାଇ ଓ ଭଉଣୀଙ୍କ ଠାରୁ ସହ ଯୋଗ ମିଳିବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମାନ ବଢିବ । ଦାଂପତ୍ଯ ଜୀବନରେ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ ଭଲ ବୁଝାମଣା ରହିବା ସହ ଦୁହେ ପରସ୍ପର ସହ ଅଧିକ ସମୟ ବିତାଇବେ । ଆଜି ଆପଣଙ୍କ ସ୍ଵାସ୍ଥ୍ୟରେ ନୂଆ ପରିବର୍ତ୍ତନ ଆସିପାରେ । ସନ୍ତାନ ମାନଙ୍କ ଜୀବନରେ କୌଣସି ଖୁସି ଖବର ଆସିପାରେ । ନିଜ ପଡୋଶୀ ଓ ପ୍ରିୟଜନ ମାନଙ୍କ ସହ ଭଲ ସମ୍ବନ୍ଧ ରହିବ । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ ।
କୁମ୍ଭ: ଏହି ରାଶି ଲୋକ ମାନଙ୍କର ଅଧୁରା କାମ ପୂରଣ ହେବ । ନିଜ ଘର ଲୋକଙ୍କ ସହ କୌଣସି ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଆଜି ଆପଣଙ୍କର ବ୍ୟୟ ଅପେକ୍ଷା ଆୟ ଅଧିକ ହେବ । ଧନ ଲାଭର ଯୋଗ ରହିଛି । ଭାଇ ଭଉଣୀଙ୍କ ସହ କୌଣସି କାରଣରୁ ଝଗଡା ହୋଇପାରେ । ସେଥି ପାଇଁ ଜଗି ରଖି କଥାବାର୍ତ୍ତା କରନ୍ତୁ । ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ନିଜ ଦେହ ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ ଭବିଷ୍ୟତରେ ଅସୁବିଧାରେ ପଡି ପାରନ୍ତି ।
ମୀନ: ଏହି ରାଶିର ଲୋକ ମାନେ ନିଜ ଜୀବନରେ ଆଗକୁ ବଢିବା ପାଇଁ ଅଧିକ ପରିଶ୍ରମ କରନ୍ତୁ । ଦାଂପତ୍ଯ ଜୀବନରେ କୌଣସି ନୂଆ ପରିବର୍ତ୍ତନ ଆସିପାରେ । ଯାହା ଆପଣଙ୍କ ସମ୍ପର୍କରେ ମଧୁରତା ଆଣିଦେବ । ଆଜି ଆପଣ ମିଠା ବଚନ କହି ଅନ୍ୟକୁ ପ୍ରଭାବିତ କରିବେ । ଛାତ୍ରମାନେ ନିଜ ପରିକ୍ଷାରେ ସଫଳ ହେବେ । ମହିଳା ମାନେ ଆଜି ପୂଜା ପାଠରେ ନିଜକୁ ବ୍ୟସ୍ତ ରଖିବେ । ନିଜ ପ୍ରିୟଜନ ମାନଙ୍କ ସହ ଭଲ ସମ୍ବନ୍ଧ ରଖନ୍ତୁ । ସମାଜରେ ଆପଣଙ୍କର ମାନ ସମାନ ବୃଦ୍ଧି ପାଇବ। ଯାହା ଫଳରେ ଆପଣ ଜୀବନର କର୍ମ କ୍ଷେତ୍ରରେ ସଫଳତା ହାସଲ କରିବେ । 

ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।

Comments (0)
Add Comment