ନିର୍ବାଚନରେ ହାର ଜିତ ହୋଇଥାଏ, ହତ୍ୟା ନୁହେଁ : କାଲି ଦେଶବ୍ୟାପୀ ଧାରଣା ଦେବ ବିଜେପି

ମଙ୍ଗଳବାର ନଡ୍ଡା କଲକାତାର ଆଖାପାଖ ଗାଁକୁ ଯିବେ, ଯେଉଁଠି ବିଜେପି କାର୍ଯ୍ୟକର୍ତ୍ତାମାନୁ ହତ୍ୟା କରାଯାଇଛି ଏବଂ ମାଡ଼ ମରାଯାଇଛି। ଏହା ସହିତ ଯେଉଁ ସ୍ଥାନରେ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଛି ସେଠାକୁ ବି ନଡ୍ଡା ଗସ୍ତ କରିବେ ବୋଲି ଜଣାପଡ଼ିଛି।

ଅନ୍ୟପଟେ ବିଜେପି ନେତା ପ୍ରବେଶ ସିଂହ ସାହିତ ଟ୍ବିଟ୍‌ କରି ଲେଖିଛନ୍ତି, ଟିଏମସି ଗୁଣ୍ଡାମାନେ ନିର୍ବାଚନ ଜିତିବା ପରେ ଆମ କାର୍ଯ୍ୟକର୍ତ୍ତାମାନଙ୍କୁ ହତ୍ୟା କଲେ, କାର୍ଯ୍ୟକର୍ତ୍ତାଙ୍କ ଗାଡ଼ି ଭାଙ୍ଗିଲେ, ଘରେ ନିଆଁ ଲଗାଇଲେ। ଟିଏମସି ସାଂସଦ, ପିଧାୟକ ଏବଂ ମୁଖ୍ୟମନ୍ତ୍ରୀ ମନେ ରଖିବା ଜରୁରୀ ସେମାନଙ୍କୁ ବି ଦିଲ୍ଲୀ ଆସିବାକୁ ପଡ଼ିବ। ଏହାକୁ ଚେତାବନୀ ବୋଲି ବୁଝିବ। ନିର୍ବାଚନରେ ହାର ଜିତ ହୋଇଥାଏ, ହତ୍ୟା ନୁହେଁ।

Comments (0)
Add Comment