ଆସନ୍ତାକାଲିଠୁ ସାରା ଦେଶରେ କୋଭିଡ୍ ଟିକାକରଣ। ସକାଳ ୧୦:୩୦ ରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କୋଶଲ ନ୍ୟୁଜ୍ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୬ ରେ ସକାଳ ୧୦:୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତର କୋଭିଡ ଟୀକାକରଣ ଡ୍ରାଇଭ ଆରମ୍ଭ କରିବେ। ସୂତ୍ରରୁ ପ୍ରକାଶ ଯେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଯୋଗାଯୋଗ କରିବାର ସମ୍ଭାବନା ରହିଛି, ଯେଉଁମାନେ ପ୍ରଥମ ଦିନରେ ଏହି ଟୀକା ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ମଧ୍ୟ CO-WIN ଆପ୍ ଲଞ୍ଚ କରିବାର ସମ୍ଭାବନା ରହିଛି।

Comments (0)
Add Comment