ଖୋଲା ବଜାରରେ ମିଳିବ ଟିକା, ୪୦୦ ଟଙ୍କା ଦର ଧାର୍ଯ୍ୟ କଲା ସେରମ ଇନଷ୍ଟିଚ୍ୟୁଟ

ମୁମ୍ବଇ: ଏଣିକି ଖୋଲା ବଜାରରେ ଉପଲବ୍ଧ ହେବ ଟିକା। ଏଥିପାଇଁ କୋଭିଶିଲ୍ଡ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ବୁଧବାର ଟିକା ଦର ଧାର୍ଯ୍ୟ କରିଛି।ଏସଆଇଆଇ ସିଇଓ ଅଦର ପୁନାୱାଲା ଟିକା ଦର ଘୋଷଣା କରି କହିଛନ୍ତି, ରାଜ୍ୟ ସରକାରଙ୍କ ପାଇଁ ଟିକା ଡୋଜ ପିଛା ୪୦୦ ଟଙ୍କା ରଖାଯାଇଛି। ସେହିପରି ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ଟିକା ଦର ୬୦୦ ଟଙ୍କା ରଖାଯାଇଛି। ଟିକାକରଣକୁ ଗତିଶୀଳ କରିବାକୁ କେନ୍ଦ୍ର ସରକାର ନୂଆ ନିୟମ କରିଛନ୍ତି। ଟିକା ପ୍ରସ୍ତୁତକାରୀ କମ୍ପାନୀ ରାଜ୍ୟ ସରକାର ଏବଂ ଘରୋଇ ହସ୍ପିଟାଲକୁ ଟିକା ଦେବା ଲାଗି କେନ୍ଦ୍ର କହିଛି। ଟିକା ଉତ୍ପାଦକ ମୋଟ ଉତ୍ପାଦନର ୫୦% ଟିକା ରାଜ୍ୟ ଏବଂ ଘରୋଇ ହସ୍ପିଟାଲକୁ ଦେଇପାରିବେ। ଆସନ୍ତା ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଟିକା ନେଇପାରିବେ।

Comments (0)
Add Comment