ଆରମ୍ଭ ହେଲା ଜଳବନ୍ଦୀ ଅଞ୍ଚଳରେ ୧୦୮ ଲଞ୍ଚ ଅମ୍ବୁଲାନ୍ସ୍ ସେବା

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି : ଜଳବନ୍ଦୀ ଅଞ୍ଚଳ ବାସୀଙ୍କ ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବାରେ ଲାଗିଲା ୧୦୮ ଲଞ୍ଚ ଆମ୍ବୁଲାନ୍ସ।ମାନ୍ୟବର ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ ଗତ ୧୬ ତାରିଖ ଦିନ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳବନ୍ଦୀ ଲୋକଙ୍କ ଜରୁରୀ କାଳୀନ ସ୍ବାସ୍ଥ୍ୟସେବା ପାଇଁ ୧୦୮ ଲଞ୍ଚ ଅମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି।କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳନାଗୀ ଗ୍ରାମ ପଞ୍ଚାୟତର ବାହାଡାଘାଟ ଠାରେ ଏହି ୧୦୮ ଲଞ୍ଚ ଅମ୍ବୁଲାନ୍ସ ଅବସ୍ଥାପିତ କରାଯାଇଛି।

ଏଇଠାରୁ ଇନ୍ଦ୍ରାବତୀ ଜଳଭଣ୍ଡାରର କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପୋଡାପଦର ଗ୍ରାମ ପଞ୍ଚାୟତ ସମେତ ଇନ୍ଦ୍ରାବତୀ ଜଳଭଣ୍ଡାର ଯୋଗୁଁ ଜଳବନ୍ଦୀ ଜିବନ ଜିଉଁଥିବା କୋରାପୁଟ ଓ ରାୟଗଡା ଜିଲ୍ଲାର ପ୍ରାୟ ୫୦୦୦ ଲୋକେ ଉପକୃତ ହୋଇପାରିବେ।ଗର୍ଭବତୀ ମହିଳା ହେଉ ଅବା ଗୁରୁତର ରୋଗୀ ସମସ୍ତେ ଏହି ବିପଦସଙ୍କୁଳ ଗଭୀର ଜଳରାଶିରେ କାଠ ଡଙ୍ଗାକୁ ଭରସା କରିବାକୁ ପଡୁଥିଲା।ଡଙ୍ଗା ନହେଲେ ବଇଦ ନୁହେଁ ଦଇବ ହିଁ ଏମାନଙ୍କ ସାହାଭରସା।ଅତୀତରେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହୋଇ ଅନକଙ୍କ ପ୍ରାଣହାନୀ ଘଟିଥିବା ନଜିର୍ ମଧ୍ୟ ରହିଛି।ଏହି ଜଳବନ୍ଦୀ ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ଆଜି ପୂରଣ ହେବା ସହ ବାସ୍ତବିକତାର ରୁପ ନେଇଛି।
ଏଥିରେ ଅଞ୍ଚଳ ବାସୀ ମାନ୍ୟବର ବିଧାୟକ ଓ ରାଜ୍ୟ ସରକାରଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସିଡିଏମ୍ଓ କଳାହାଣ୍ଡି, ଡିପିଏମ୍,ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ,ବିପିଏମଙ୍କ ସମେତ ଅଞ୍ଚଳର ଅନେକ ଲୋକେ ଯୋଗ ଦେଇଥିଲେ।
Comments (0)
Add Comment