କ୍ଷତିଗ୍ରସ୍ତ ଜନତାଙ୍କ ଉପରେ ୪ ପ୍ଲାଟୁନ ପୋଲିସର ଦମନ ଲିଳା

ଏହି କରୁଣ ଦୃଶ୍ୟଟି କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଅନ୍ତର୍ଗତ ଲିଳାଧୋବାକୁଚୁଡା ଗ୍ରାମର । କ୍ଷତିଗ୍ରସ୍ତ ଜନତାଙ୍କ ଉପରେ ୪ ପ୍ଲାଟୁନ ପୋଲିସର ଦମନ ଲୀଳା । ନିଜ ମୌଳିକ ଅଧିକାର ଗୁଡ଼ିକ ପାଇବା ନିମନ୍ତେ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଥିବା ୧୬ଟି ଗ୍ରାମର ନିରୀହ ପ୍ରଜାଙ୍କ ଉପରେ ଲାଠିଚାର୍ଜ ସହିତ କିଛି ବ୍ୟକ୍ତିଙ୍କୁ ଘଟଣା ସ୍ଥଳରୁ ପୋଲିସ ଉଠାଇ ନେଇଯାଇଥିବାର ସୂଚନା । ବର୍ତ୍ତମାନ ଜୋରଜବରଦସ୍ତି ଭାବେ ସେଠାରେ ଘରଭଙ୍ଗା/ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି..!!

ଆମକୁ ପୁନର୍ବାସ ଓ ପୁନଃ ଥଇଥାନ ନୀତି ୨୦୦୬ ଅନୁଯାୟୀ ସମସ୍ତ ମୌଳିକ ସୁବିଧା ଯୋଗାଇଦିଆଯାଇ ଉଚ୍ଛେଦ କାର୍ଯ୍ୟ ପ୍ରାରମ୍ଭ କରାଯାଉ ଏତିକି ହିଁ ସରକାରଙ୍କ ନିକଟରେ ଆମର ବିନତୀ |

Comments (0)
Add Comment