ବୁଇ ପୁଞ୍ଜି ଙ୍କୁ କେବେ ମିଳିବ ଆବାସ ଯୋଜନାରେ ଘର ଖଣ୍ଡିଏ

ଅସହାୟ ଗରିବ ଲୋକଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା। କିନ୍ତୁ କିଛି ଅସାଧୁ କର୍ମଚାରୀ,ଦଲାଲ,କୁଜିନେତା ଙ୍କ ପାଇଁ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ସରକାର ଙ୍କ ଯୋଜନା।ଥିଲାବାଲେ ହାତ ଗୁଞ୍ଜା ଦେଇ ପ୍ରକୃତ ହିତାଧିକାରୀ ଙ୍କ ଯୋଜନା ସବୁ ନିଜ ନାମ ରେ କରାଇ ନିଅନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଳପାଙ୍କେଲ୍ ଗ୍ରାମରେ। ଗ୍ରାମରେ ରୁହନ୍ତି ବିଧବା ବୁଇ ପୁଞ୍ଜି। ବହୁତ ଦିନ ହେଇଗଲାଣି ସ୍ବାମୀ ତାଙ୍କୁ ଏକୁଟିଆ ଛାଡି ଆରପାରିକୁ ଚାଲିଗଲେଣି।ବୁଇଙ୍କୁ ଭଲ ଭାବରେ ଦେଖାଯାଉ ନାହିଁ ତାଙ୍କର ବଡ ପୁଅର ମଧ୍ୟ ଗୋଟିଏ ଆଖିକୁ ଦେଖାଯାଉ ନାହିଁ।ବିପିଏଲ୍ ଭୁକ୍ତ ଅତି ଗରିବ ଶ୍ରେଣୀର। କାମଧନ୍ଦା କିଛି କରି ପାରନ୍ତି ନାହିଁ।

ସରକାର ଙ୍କ ଦ୍ଵାରା ଦିଆଯାଇଥିବା ଚାଉଳ ଏବଂ ଭତ୍ତା ଦ୍ଵାରା ପରିବାରର ଭରଣପୋଷଣ ହୁଏ। ଭଙ୍ଗା ଦଦରା ମାଟି ଛପର ଘର।ଘରର କାନ୍ଥ ସବୁ ଫାଟି ଆଁ କଲାଣି। କେତେବେଳେ ଯେ ଘର ଭାଙ୍ଗି ତାଙ୍କ ଉପରେ ପଡ଼ିବ କହିହେବ ନାହିଁ। ଆବାସ ଯୋଜନା ରେ ଘର ଖଣ୍ଡିଏ ପାଇଁ ବାରମ୍ବାର ସରପଞ୍ଚ ଠୁ ନେଇ ବିଡ଼ିଓ ଙ୍କ ପର୍ଯ୍ୟନ୍ତ ଧାଇଁ ଧାଇଁ ଥକି ଗଲେଣି ବୋଲି କହନ୍ତି ବୁଇ।ମୋ କଥା କେହି ଶୁଣୁ ନାହାନ୍ତି ମୋ ଘର ପାଖରେ ଥିବା ଥିଲାବାଲା ଙ୍କୁ ସରକାର ଘର ଦେଇ ସାରିଛନ୍ତି କିନ୍ତୁ ମୋ ଉପରେ ପ୍ରଶାସନ ର ନଜର କଣ ପାଇଁ ପଡୁନାହିଁ ବୋଲି ପ୍ରଶ୍ନ କରିଛନ୍ତି।ବୁଇ ଏବେ ଆରମ୍ଭ ହୋଇଥିବା ଜଳପାଙ୍କେଲ୍ ବସ୍ ଷ୍ଟାଣ୍ଡରେ ପାଣି ଛତ୍ର ରେ ତୃଷାର୍ତ୍ତ ପଥିକ ମାନଙ୍କୁ ପାଣି ପିଇବାକୁ ଦେଇ ତାଙ୍କର ତୃଷ୍ଣା ମେଣ୍ଟାଉ ଛନ୍ତି।ମୋର ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଯେଉଁ ତୃଷ୍ଣା ଅଛି ପ୍ରଶାସନ କେବେ ମୋର ତୃଷ୍ଣା ମେଣ୍ଟାଇବ ବୋଲି କୋହଭରା କଣ୍ଠରେ କହିଛନ୍ତି ବୁଇ ପୁଞ୍ଜି। ଦେଖିବାକୁ ବାକି ରହିଲା ଆଗକୁ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ଏହି ଅସହାୟ ପରିବାର ପାଇଁ।

Comments (0)
Add Comment